-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
20-Nov-2023
ସୋନପୁର (ମନୋରଞ୍ଜନ ତ୍ରିପାଠୀ )': ଆଜି ସୋନପୁର ମଝିପଡ଼ା ଠାରେ ସ୍ବର୍ଗତ ଭୋଳା ଘିବେଲା ଙ୍କ ୨୨ ବର୍ଷୀୟ ପୁତ୍ର ରଘୁନାଥ ଘିବେଲା ଆତ୍ମହତ୍ୟା କରିଥିବା ଜଣା ପଡିଛି l ସୋନପୁର ମେଡିକାଲରେ ଡାକ୍ତର ମୃତ ଘୋଷଣା କରିବା ପରେ ମୃତ ରଘୁନାଥଙ୍କ ପୋଷ୍ଟମର୍ଟମ କରାଯାଇଛି l ସ୍ବର୍ଗତ ରଗୁନାଥ ମଝିପଡ଼ା ରାମଧୁନ କ୍ଲବ ଓ କାଳୀ ପୂଜା କମିଟିର ଏକ ସକ୍ରିୟ ସଦସ୍ୟ ଥିବାରୁ ତାଙ୍କରି ଏ ଅଘଟଣ ଵା ମୃତ୍ୟୁ ଖବର ମଝିପଡ଼ା ତଥା ସହରରେ ଶୋକର ଛାୟା ଖେଳିଯାଇଛି l ଏ ଖବରରେ ସୋନପୁର ଯାଦବ ସମାଜର ନଗର ସଭାପତି ପ୍ରଫୁଲ୍ଲ ନାଏକଙ୍କ ସମସ୍ତ ସଦସ୍ୟ ଶୋକ ବ୍ୟକ୍ତ କରି ମର୍ମାହତ ହୋଇଛନ୍ତି l ନଗର ରାମେଶ୍ୱର ଶ୍ମଶlନ ଘାଟରେ ସ୍ବର୍ଗତ ରଘୁ ଘିବେଲାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ମଝିପଡା କାଳୀପୂଜା କମିଟି, ଓ ରାମଧୁନ କ୍ଲବ ର ପିୟୁଷ ପଣ୍ଡା, ଲଡ଼ୁ ମଲ୍ଲିକ, ଚନ୍ଦନ ସାହୁ, ରାଜୀବ ସାହୁ, ପୁରେନ୍ଦ୍ର ନାଏକ, ବୁବୁନ ନାଏକ, ସୁରଜ ସାହୁ, ରଜତ ସାହୁ, ରବି ଦେହୁରୀ, ରିଙ୍କୁ ମଲ୍ଲିକ, କୁନୁ ବାଘ, ଭାବନି ପଧାନ, ସମସ୍ତ ସଦସ୍ୟ ଉପସ୍ଥିତ ରହି ସ୍ବର୍ଗତ ଘିବେଲାଙ୍କୁ ଶ୍ରଦ୍ଧାଞ୍ଜଳି ଓ ଅନ୍ତିମ ବିଦାୟ ଦେଇଥିଲେ l