-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
17-Sep-2023
କଣ୍ଟାବାଞ୍ଜି (ପ୍ରେରଣା ଖବର )
କଣ୍ଟାବାଞ୍ଜିସ୍ଥିତ ଉତ୍କଳ ବାଳଶ୍ରମରେ ବଲାଙ୍ଗୀର ଜିଲ୍ଲା ଜୁନିୟର ରେଡକ୍ରସ ତରଫରୁ ହାଇଜେନିକ କିଟ ବଣ୍ଟନ କରାଯାଇଥିଲା।ଜୁନିୟର ରେଡକ୍ରସ ପରାମର୍ଶ ଦାତା ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ବଲାଙ୍ଗୀର ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ଶ୍ରୀ ସୁବାଷ ଚନ୍ଦ୍ର ପଟେଲ ମୁଖ୍ୟ ଅତିଥି, ଚିନ୍ମୟ କୁମାର ଯୋଷୀ,ଲଳିତ ଅଗ୍ରୱାଲ, ସିଆରସିସି ପ୍ରେମରାଜ ପାଣିଗ୍ରାହୀ, ସରୋଜ ଦାସ, ଆମେରିକାନ ଇଣ୍ଡିଆ ଫେଡେରେସନର ଏମଆଇଏସ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ।ସର୍ବ ପ୍ରଥମେ ଶ୍ରୀ ଦାଶ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ପ୍ରତିଦିନ ଅନ୍ତେବାସୀ ମାନେ କିପରି ସ୍ୱଛ୍ଛତା ଉପରେ ଧ୍ୟାନ ଦେବା ସହିତ ଯୋଗ କରି ନିଜକୁ ସୁସ୍ଥ ରଖିବେ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ।ମୁଖ୍ୟ ଅତିଥି ଶ୍ରୀ ପଟେଲ ଜୁନିୟର ରେଡକ୍ରସ ଉପରେ ଆଲୋକପାତ କରିଥିଲେ।ତାପରେ ଅନ୍ତେବାସୀ ମାନଙ୍କୁ ହାଇଜେନିକ କିଟ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବାଳଶ୍ରମର ସୁପରିଟେଣ୍ଡେଣ୍ଟ ସମୀର ସାଗର,ପ୍ରଜତ୍ନକାରୀ ଶୁକ୍ରୁ ରାଏ ସହଯୋଗ କରିଥିଲେ।