-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
17-Sep-2023
ବଲାଙ୍ଗିର (ପ୍ରେରଣା ଖବର ): ଆଜି ସକାଳେ ଜନେ ମହିଳା ବାଇକ୍ ପଛ ପଟେ ବସି ନିଜ ଘରକୁ ଆସୁଥିବା ବେଳେ ସାମନା ପଟୁ ଆସୁଥିବା ଏକ ପିକ୍ ଅଫ୍ ଭେନ ବାଇକ୍ କୁ ଧକ୍କା ଦେବା ଫଳରେ ବାଇକ୍ ରୁ ପଡି ଗୁରୁତର ହୋଇଥିବା ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି l ମୃତ ମହିଳା ଙ୍କ ନାମ ପ୍ରମିଳା ତାଣ୍ଡି (୩୨) ଓ ସେ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ବୁଡାବlହାଲ ଗାଁ ର ବାସୀନ୍ଦା ଅଟନ୍ତି l ପ୍ରମିଳା ଗୋଟିଏ ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟା ଅଟନ୍ତି ବୋଲି ଜଣାପଡିଛି l ସୂଚନାରୁ ପ୍ରକାଶ ଯେ , ଆଜି ସକାଳେ ପ୍ରମିଳା ଏସ୍ ଏଚ୍ ଜି ସଂଘ ର କାମ ସାରି ତୁରେକେଲା ରୁ ନିକ ଗାଁ ବୁଡାବlହାଲ୍ କୁ ଏକ ବାଇକ୍ ରେ ବସି ଆସୁଥିବା ବେଳେ ଗଇଁନ୍ତିମାଲ୍ ବୁଲାଣି ଠାରେ ସାମନା ପଟୁ ଆସୁଥିବା ଏକ ପିକ୍ ଅଫ୍ ଭେନ ସହ ଧକ୍କା ହୋଇଥିଲା l ବାଇକ୍ ଧକ୍କାରେ ଗୁରୁତର ଭାବେ ଆହତ ହୋଇଥିବା ପ୍ରମିଳା ଙ୍କୁ ୧୦୮ ଆମ୍ବୁଲାନ୍ସ ରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତି କରାଯାଇଥିଲା l ତେବେ ଆଜି ଦିନ୧ ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରମିଳା ଙ୍କ ମୃତ୍ୟୁ ଘଟିଛି l