-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
14-Sep-2023
ବୀରମହାରାଜପୁର(ବିନୋଦ ପାଣ୍ଡେ ):- ଜମିରେ ପାଣି ମଡ଼ାଇବାକୁ ନେଇ ହତ୍ୟାକାଣ୍ଡ, ବାପ ମୃତ ପୁଅ ଗୁରୁତର l ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଆମ୍ବସରଭଟା ଗାଁରେ ଘଟିଛି ଏଭଳି ଏକ ହତ୍ୟାକାଣ୍ଡ l ମୃତକ ହେଲେ ଗାଁର 75 ବର୍ଷୀୟ ବାସୁଦେବ ସାହୁ ଏବଂ ଗୁରୁତର ହେଲେ ତାଙ୍କ ପୁଅ ସୁରେନ୍ଦ୍ର ସାହୁ l ଗୁରୁତର ସୁରେନ୍ଦ୍ରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି l ଜମିରେ ପାଣି ମଡ଼ାଇବାକୁ ନେଇ ପୂର୍ବରୁ ବଚସା ଲାଗିରହିଥିବାବେଳେ ଆଜି ପୁଣି ଗାଁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଉଭୟ ସାହୁ ପରିବାର ମଧ୍ୟରେ ଗଣ୍ଡଗୋଳ
ହୋଇଥିଲା l ଏଥିରେ ଗାଁର ରଂଜିତ ସାହୁ ଏବଂ ରଞ୍ଜନ ସାହୁଙ୍କ ଆକ୍ରମଣରେ ବାସୁଦେବଙ୍କର ମୃତ୍ୟୁ ହୋଇଥିବାବେଳେ ସୁରେନ୍ଦ୍ର ଗୁରୁତର ଭାବରେ ଆହତ ହୋଇଛନ୍ତି l ସୁବିଳୟା ପୋଲିସ ଘଟଣାସ୍ଥଳରେ ପହଁଚି ଶବକୁ ଜବତ ଓ ଦୁଇ ଅଭିଯୁକ୍ତ ରଂଜିତ ଓ ରଞ୍ଜନକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି l