-+91-9937148622 |
prerana_bgr@rediffmail.com |
Monday 10th February 2025 |
R.N.I. Regd No. ODIODI/2010/46693
Breaking News
05-Nov-2020
ନୂଆଦିଲ୍ଲୀ ୫/୧୧: ରିଜର୍ଭ ବ୍ୟାଙ୍କ୍ କହିଛି ଯେ ନିୟମ ଅମାନ୍ୟ କରିବାରୁ ସେ ସହକାରୀ କ୍ଷେତ୍ରର ୨ଟି ବ୍ୟାଙ୍କ୍ ଉପରେ ୧୫ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି। ରିଜର୍ଭ ବ୍ୟାଙ୍କ୍ ଏହି ସୂଚନା ଦେଇ କହିଛି ଯେ କର୍ଣ୍ଣାଟକର ଦେବାଙ୍ଗିର ସ୍ଥିତ ମିଲାଠ କୋ-ଅପରେଟିଭ ବ୍ୟାଙ୍କ୍ ଉପରେ ୧୦ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି। କେନ୍ଦ୍ର ବ୍ୟାଙ୍କ୍ ଦ୍ବାରା ବ୍ୟାଙ୍କକୁ ଦିଆଯାଇଥିବା ନିର୍ଦେଶକୁ ପାଳନ ନ କରିବାରୁ ଏହି ଜୋରିମାନା ଲଗାଯାଇଥିଲା। ରିଜର୍ଭ ବ୍ୟାଙ୍କ୍ କହିଛି ଯେ ତାମିଲନାଡ଼ୁର ତୁତିକୁଡ଼ି ସ୍ଥିତ ତିରୁବଇକୁତମ୍ କୋ-ଅପରେଟିଭ ଅର୍ବାନ୍ ବ୍ୟାଙ୍କ୍ ଲିମିଟେଡ ଉପରେ ନିର୍ଦେଶ ପାଳନ ନ କରିବାରୁ ୫ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି। ବ୍ୟାଙ୍କକୁ ନିର୍ଦେଶକଙ୍କ କରଜ ଅଗ୍ରିମ ଦେବାରୁ ରୋକାଯାଇଥିଲା। ଆର୍ଥିକ ମନ୍ତ୍ରଣାଳୟ ବୁଧବାର କହିଛି ଯେ ଅଗଷ୍ଟ ୧୫ତାରିଖରୁ ଆରମ୍ଭ ଡିଜିଟାଲ୍ ଅପନାୟେଁ ଅଭିଯାନ ଜରିଆରେ ସାର୍ବଜନିକ କ୍ଷେତ୍ର ପାଖାପାଖି ୨.୯କୋଟି ଗ୍ରାହକଙ୍କୁ ଡିଜିଟାଲ୍ ଇନଭେଷ୍ଟ ପ୍ରଣାଳୀ ସହ ଯୋଡ଼ିଥିଲା। ଏହି ଅଭିଯାନର ଉଦ୍ଦେଶ୍ୟ ଗ୍ରାହକଙ୍କୁ ନେଣ ଦେଣ ପାଇଁ ବ୍ୟାଙ୍କର ଡିଜିଟାଲ୍ ମାଧ୍ୟମର ଉପଯୋଗ କରିବା ପାଇଁ ପ୍ରୋତ୍ସାହନ କରିବା। ଏହି ଅଭିଯାନକୁ ସରକାରଙ୍କ ଡିଜିଟାଲ୍ ଭାରତ ଅଭିଯାନ ଜରିଆରେ ଆରମ୍ଭ କରାଯିବ।
ୟୁପିଆଇ ନେଣ ଦେଣର ମାତ୍ରା ନିରନ୍ତର ବଢ଼ୁଛି । ୨୦୨୦ ଅକ୍ଟୋବରରେ ୨୦୭କୋଟି ନେଣଦେଣ ଏହା ଜରିଆରେ ହୋଇଥିଲା। ଅଭିଯାନ ଅନୁସାରେ ବ୍ୟାଙ୍କରୁ ପ୍ରତ୍ୟେକ ଶାଖାର ସ୍ତରରେ ଅତି କମରେ ୧୦୦ ନୂଆ ଗ୍ରାହକଙ୍କୁ ଡିଜିଟାଲ୍ ଇନଭେଷ୍ଟ ମାଧ୍ୟମରେ ଯୋଡ଼ିବାକୁ କୁହାଯାଇଛି।