-+91-9937148622 |
prerana_bgr@rediffmail.com |
Monday 10th February 2025 |
R.N.I. Regd No. ODIODI/2010/46693
Breaking News
21-Dec-2020
ମୁମ୍ବାଇ,(ପ୍ରେରଣା ଖବର ବ୍ୟୁରୋ) : କରୋନା ଭାଇରସର ଦ୍ୱିତୀୟ ଲହରୀ ଯୋଡୁ ଉପରକୁ ଉଠିଥିବା ସେୟାର ବଜାର ଆଜି ପୁଣି ଥରେ ତଳକୁ ଖସିଛି । ସେନସେକ୍ସ ପ୍ରାୟ ୧୪୦୦ ପଏଣ୍ଟ ତଳକୁ ଖସିବା ସହିତ ଗୋଟିଏ ଦିନରେ ନିବେଶକ ପ୍ରାୟ ୭ ଲକ୍ଷ କୋଟି ହରାଇଛନ୍ତି । ସେନସେକ୍ସ ୧୪୦୭ ପଏଣ୍ଟ ତଳକୁ ଖସିଥିବା ବେଳେ ନିଫଟି ୬୪୬ ପଏଣ୍ଟ ତଳକୁ ଖସିଥିଲା । ୧୪୦୭ ପଏଣ୍ଟ ତଳକୁ ଖସିବା ସହିତ ସେନସେକ୍ସ ୪୫,୫୫୪ ପଏଣ୍ଟରେ ବନ୍ଦ ହୋଇଛି । ଅପରପକ୍ଷରେ ନିଫଟି ମଧ୍ୟ ୬୪୬ ପଏଣ୍ଟ ତଳକୁ ଖସି ୧୩,୩୨୮ ପଏଣ୍ଟରେ ରହିଛି । ଏପ୍ରିଲ ୨୦୨୦ ପରଠାରୁ ସେନସେକ୍ସରେ ଏହା ସବୁଠାରୁ ବଡ କ୍ଷତି ।
ଇଣ୍ଟ୍ରାଡେ ଟ୍ରେଡର ମାନେ ଆଜିର ଦିନରେ ସବୁଠାରୁ ଅଧିକ ଅର୍ଥ ହରାଇଛନ୍ତି । ଇଣ୍ଟ୍ରାଡେ ଟ୍ରେଡରଙ୍କ ପାଇଁ ସେନସେକ୍ସ ପ୍ରାୟ ୨୦୩୭ ପଏଣ୍ଟ ତଳକୁ ଖସିଥିଲା । ଓଏନଜିସିର ଅଂଶଧନ ମୂଲ୍ୟରେ ସର୍ବାଧିକ ୯ ପ୍ରତିୁଶତ ହ୍ରାସ ଘଟିଥିଲା । ଏହା ବ୍ୟତିରେକ ଇଣ୍ଡସଇଣ୍ଡ ବ୍ୟାଙ୍କ (୭), ଏମ୍ ଆଣ୍ଡ ଏମ(୭) ଏବଂ ଏସବିଆଇ (୬) ପ୍ରତିଶତ ଲେଖାଏଁ ତଳକୁ ଖସିଥିଲା ।
ବ୍ରିଟେନରେ କରୋନା ଭାଇରସର ନୂତନ ଷ୍ଟ୍ରେନ ମିଳିବା କାରଣରୁ ଏପରି କ୍ଷତି ଘଟିଥିଲା । ସମଗ୍ର ବିଶ୍ୱର ସେୟାର ବଜାର ଗୁଡିକ ଆଜି ତଳକୁ ଖସିଥିଲା । ଭାରତୀୟ ସେୟାର ବଜାର ପ୍ରାୟ ୩ ପ୍ରତିଶତ ତଳକୁ ଖସିଥିବା ବେଳେ ଜର୍ମାନ ସେୟାର ବଜାର ୨ ପ୍ରତିଶତ ତଳକୁ ଖସିଥିଲା । ଜାପାନର ସେୟାର ବଜାର ନିକ୍କି ୦.୪ ପ୍ରତିଶତ ତଳକୁ ଖସିଥିଲା । ୧୯୯୧ ପରଠାରୁ ଏହା ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।