-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||     

HOME   ବାଣିଜ୍ୟ

ତୃତୀୟ ତ୍ରୈମାସରେ ନାଲକୋର ୨୪୦ କୋଟି ଲାଭ

13-Feb-2021



ଭୁବନେଶ୍ୱର(ପ୍ରେରଣା ଖବର) : ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ଡିସେମ୍ବର ୨୦୨୦ରେ ଶେଷ ହୋଇଥିବା ତୃତୀୟ ତ୍ରୈମାସିକ ଫଳାଫଳ ଘୋଷିତ ହୋଇଛି । ଆଜି କମ୍ପାନୀର ବୋର୍ଡସ୍ତରୀୟ ବୈଠକରେ ଉପସ୍ଥାପିତ ଆର୍ଥିକ ଫଳାଫଳ ଅନୁସାରେ କମ୍ପାନୀ, ୨୦୨୦-୨୧ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ଗତ ତ୍ରୈମାସଠାରୁ ୧୨୩ ପ୍ରତିଶତ ଅଭିବୃଦ୍ଧି ସହ ୨୪୦ କୋଟି ଟଙ୍କା ନିଟ୍ ଲାଭ କରିଅଛି । ଗତ ତ୍ରୈମାସରେ ନିଟ୍ ଲାଭ ୧୦୭ କୋଟି ଟଙ୍କା ଥିଲା । ଡିସେମ୍ୱର ୨୦୨୦ ଶେଷ ସୁଦ୍ଧା ୯ ମାସର ନିଟ୍ ଲାଭ ଗତ ବର୍ଷ ଅନୁରୂପ ଅବଧିର ନିଟ୍ ଲାଭରେ ଦଶ ଗୁଣା ବୃଦ୍ଧି ଘଟି ୩୬୪ କୋଟି ଟଙ୍କା ହୋଇଅଛି । ଗତ ବର୍ଷର ଅନୁରୂପ ଅବଧିରେ ଏହା ୩୫ କୋଟି ଟଙ୍କା ଥିଲା । ଏହି ତ୍ରୈମାସରେ କମ୍ପାନୀର ବିକ୍ରିଲବ୍ଧ ଆୟରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟି ୨୪୧୪ କୋଟି ଟଙ୍କା ଲାଭ ହୋଇଅଛି, ଯାହା ଗତ ବର୍ଷର ଏହି ତ୍ରୈମାସରେ ୨୧୩୭ କୋଟି ଟଙ୍କା ଥିଲା । ନାଲକୋର ଆଲୁମିନା ହାଇଡ୍ରେଟର ମୋଟ ବିକ୍ରୟ ଅଭିବୃଦ୍ଧି ଘଟି ୩.୪୪ ଲକ୍ଷ ଟନ୍ ହୋଇ ଅଛି, ଯାହା ଗତ ବର୍ଷ ଏହି ତ୍ରୈମାସରେ ୩.୩୩ ଲକ୍ଷ ଟନ୍ ଥିଲା । ସେହିପରି ଆଲୁମିନିୟମ୍ ରପ୍ତାନୀ କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ଅଭିବୃଦ୍ଧି ଘଟି ୧.୩୮ ଲକ୍ଷ ଟନ୍ ହୋଇଅଛି ଯାହା ଗତ ବର୍ଷ ଏହି ଅବଧିରେ ୦.୫୦ ଲକ୍ଷ ଟନ୍ ଥିଲା । କମ୍ପାନୀର ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ର କହିଛନ୍ତି ଯେ କୋଭିଡ୍-୧୯ ମହାମାରୀର ଭୟାନକ ପରିସ୍ଥିତିରେ ମଧ୍ୟ ନାଲକୋ ସମସ୍ତ ପ୍ରକାରର ପ୍ରତିକୂଳ ପରିସ୍ଥିତିକୁ ସାମନା କରି ସାମଗ୍ରିକ ଅଭିବୃଦ୍ଧି ଘଟାଇବାରେ ସକ୍ଷମ ହୋଇ ପାରିଛି । କର୍ମଚାରୀ ଏବଂ ଶ୍ରମିକମାନେ ମଧ୍ୟ ଏହି କଠୋର ପରିସ୍ଥିତିର ମୁକାବିଲା କରି ନିଜର କର୍ତ୍ତବ୍ୟପରାୟଣତା ଏବଂ କର୍ମନିଷ୍ଠା ପ୍ରଦର୍ଶନ କରିଛନ୍ତି । ବଜାର ଏବଂ ଅର୍ଥନୀତି କ୍ରମଶଃ ଉନ୍ମୁକ୍ତ ହେବା ସହିତ ଚାହିଦା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି, ଯେଉଁଥି ପାଇଁ କମ୍ପାନୀ ମଧ୍ୟ ପ୍ରସ୍ତୁତ ଅଛି ବୋଲି ଶ୍ରୀ ପାତ୍ର କହିଛନ୍ତି । କମ୍ପାନୀର ବିଭିନ୍ନ ପ୍ରକଳ୍ପଗୁଡ଼ିକ ଯଥା ଉତ୍କଳ-ଡି କୋଇଲା ବ୍ଲକ୍, ଆଲୁମିନା ରିଫାଇନେରୀର ୫ମ ଷ୍ଟ୍ରିମ୍ ସଂପ୍ରସାରଣ କାର୍ୟ୍ୟ ଏବଂ ଯୌଥ ଉଦ୍ୟୋଗରେ କଷ୍ଟିକ ସୋଡା ପ୍ଲାଣ୍ଟ ଆଦି କାର୍ୟ୍ୟକ୍ଷମ କରିବା ଉପରେ ଜୋର ଦେଇ ସେ କହିଛନ୍ତି ଯେ ଏହା କମ୍ପାନୀର ଅଭିବୃଦ୍ଧି ତଥା ବ୍ୟବସାୟିକ ଲାଭରେ ଯଥେଷ୍ଟ ସହାୟକ ହେବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026

You Might Also Like