-+91-9937148622 |
prerana_bgr@rediffmail.com |
Monday 10th February 2025 |
R.N.I. Regd No. ODIODI/2010/46693
Breaking News
08-Dec-2020
(ପ୍ରେରଣା ଖବର ବ୍ୟୁରୋ) - ୨୦୨୧ ବେଳକୁ ଦେଶରେ ଆରମ୍ଭ ହେବା 5G ସେବା। ମୁକେଶ ଅମ୍ବାନୀଙ୍କ ଜିଓ ଦେଶରେ 5G ସେବା ଆରମ୍ଭ କରିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସର ଚତୁର୍ଥ ପର୍ଯ୍ୟାୟ ସମାରୋହରେ ଯୋଗ ଦେଇ ଏପରି ଘୋଷଣା କରିଛନ୍ତି କମ୍ପାନୀର ସିଇଓ ମୁକେଶ ଅମ୍ବାନୀ। ୨୦୨୧ର ଦ୍ୱିତୀୟାର୍ଦ୍ଧ ବେଳକୁ ଦେଶରେ 5G ସେବା ଆରମ୍ଭ ହେବ ଓ ଏହା ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ହେବ ବୋଲି ମୁକେଶ କହିଛନ୍ତି। ଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସର ସମାରୋହରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ ଅମ୍ବାନୀ କହିଛନ୍ତି “ଡିଜିଟାଲ ଭାବେ ସଂଯୋଗ ହୋଇଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଏବେ ଏକ ସର୍ବୋତ୍ତମ ରାଷ୍ଟ୍ର ଭାବେ ପରିଗଣିତ ହୋଇପାରିଛି। ଦେଶର ଏହି ଗତି ଜାରି ରଖିବାକୁ ହେଲେ 5G ସେବା ନିହାତି ଆବଶ୍ୟକ ଓ ଏହାକୁ ସୁହାଇଲା ଭଳି କରିବା ସହିତ ଉପଲବ୍ଧତା ବଢ଼ାଇବାକୁ ପଡ଼ିବ। ୨୦୨୧ ଦ୍ୱିତୀୟାର୍ଦ୍ଧ ବେଳକୁ ପ୍ରଥମେ ଜିଓ ଦେଶରେ 5G ସେବା ଆରମ୍ଭ କରିବ ବୋଲି ମୁଁ ପ୍ରତିଶ୍ରୁତି ଦେଉଛି। ଏହା ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନକୌଶଳ ନିର୍ମିତ ହେବ। ଏହାର ହାର୍ଡୱେୟାର ଓ ଟେକ୍ନୋଲୋଜି କମ୍ପୋନେଣ୍ଟ ସବୁ ଭାରତର ହେବ।” ବୋଲି ମୁକେଶ କହିଛନ୍ତି।