-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
21-Oct-2026
ସୁବର୍ଣ୍ଣପୁର, (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ରିଜର୍ଭ ପୋଲିସ ପଡିଆ ଠାରେ ୬୭ ତମ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଏସପି ନାରାୟଣ ନାୟକ ଯୋଗ ଦେଇ ଦେଶ ତଥା ବିଦେଶ ରେ ବିଭିନ୍ନ ଜରୁରୀ କାଳୀନ ସମୟରେ ମାତୃଭୂମି ଓ ଦେଶର ସୁରକ୍ଷା ପାଇଁ ଶହୀଦ୍ ହୋଇଥିବା ଆମ ଜିଲ୍ଲା, ରାଜ୍ୟ ତଥା ଦେଶର ପୋଲିସଙ୍କ ସ୍ମୁତି ଚାରଣ କରିବା ସହ ରାଜ୍ଯପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା ପଠନ କରିଥିଲେ । ଏହି ଅବସରରେ ପ୍ୟାରେଡ୍ ମାଧ୍ୟମ ରେ ଶହୀଦ୍ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରା ଯାଇଥିଲା l ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ଦେବାଶିଷ ସିଂହ, IAS ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡ. ଦୁର୍ଗାଦତ୍ତ ଦାଶ ଯୋଗ ଦେଇ ଏସପି ଶ୍ରୀ ନାରାୟଣ ନାୟକ ଙ୍କ ସହିତ ଶହୀଦ୍ ପୋଲିସ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ୨୦୦୯ ମସିହାରେ ସମ୍ବଲପୁର ଜିଲ୍ଲା ରେ ସହିଦ ହୋଇଥିବା ଆମ ଜିଲ୍ଲା ର ପୋଲିସ ଅଫିସର ନରସିଂହ ମହାକୁଡଙ୍କ ପତ୍ନୀଙ୍କୁ ଏବଂ କୋରାପୁଟରେ ସହିଦ ହୋଇଥିବା ଆମ ଜିଲ୍ଲା ପୋଲିସ ବିଭୀଷଣ ସାହୁ ଙ୍କ ପରିବାର କୁ ଆଜି ଏହି ଉତ୍ସବରେ ଜିଲ୍ଲାପାଳ ଓ ଏସପି ଙ୍କ ଦ୍ୱାରା ସମ୍ୱର୍ଦ୍ଧିତ କରାଯାଇଥିଲା । ଅତିରିକ୍ତ ଏସପି କଣ୍ଡୋଧର ହରିପ୍ରସାଦ, ଲିଲିମା ଲଳିତା ବାରା, ଡିଏସପି ରେଣୁକା ସୁନା, ଚନ୍ଦ୍ର ଶେଖର ଶବର୍, ଜିଲ୍ଲା ଅଗ୍ନିଶମ ବିଭାଗ ଅଧିକାରୀ ଶ୍ରୀ ଭବେନ୍ଦ୍ର ନାଥ ଦେ, ଏସଡିପିଓ କଲ୍ୟାଣୀ ବେହେରା , ଆର୍ ଆଇ ମାନସ ବେହେରା, ଭକ୍ତ ବନ୍ଧୁ ସେଠ ପ୍ରମୁଖ ସମସ୍ତ ପୋଲିସ ଅଧିକାରୀ ଯୋଗ ଦେଇ ଶହୀଦ୍ ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଓଡ଼ିଶା ପୋଲିସ ହାବିଲଦାର କନେଷ୍ଟବଳ ସଂଘ ସଭାପତି କୁମୁଦ ରଞ୍ଜନ ମେହେର, ଉପ ସଭାପତି ଦୟାନିଧି ସାହୁ, ସଂମ୍ପାଦକ କାର୍ତ୍ତିକେଶ୍ୱର ରାଉତ ଓ ସଂଘ ର ସମସ୍ତ କର୍ମକର୍ତା ପ୍ରମୁଖ ସହଯୋଗ କରିଥିଲେ l