-+91-9937148622 |
prerana_bgr@rediffmail.com |
Wednesday 21st October 2026 |
R.N.I. Regd No. ODIODI/2010/46693
Breaking News
21-Oct-2026
ଡାବୁଗାଁ(ପ୍ରିୟଦର୍ଶିନୀ ପାତ୍ର,)
ସ୍ଥାନୀୟ ଦୁର୍ଗା ମଣ୍ଡପରେ ଚାଲିଥିବା ଶ୍ରୀ ଶ୍ରୀ ଦୁର୍ଗାପୂଜାର ଆଜି ପୂର୍ଣ୍ଣାହୁତି ପଡିଛି। ଅପରାହ୍ନ ସମୟ ପ୍ରାୟ 3 ଟାରୁ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ମା'ଙ୍କ ଆଶୀର୍ବାଦ ନେଇଥିଲେ।ମୁଖ୍ୟ ପୂଜକ ଶ୍ରୀ ଶିବ କୁମାର ପଣ୍ଡାଙ୍କ ସମେତ ୪ ଜଣ ବ୍ରାହ୍ମଣ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ।ଏହି ବର୍ଷ ମୁଖ୍ୟ କର୍ତ୍ତା ଭାବେ ଶ୍ରୀ ଜଗନ୍ନାଥ ବିଶୋଇ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ନଳିନୀ ପ୍ରଭା ଦାୟିତ୍ୱ ନେଇଥିବା ବେଳେ, ଅନ୍ୟ ତିନି ଜଣ କର୍ତ୍ତା ଦମ୍ପତି ଯଥା ଶଙ୍କର-ଗାୟତ୍ରୀ ସୁବୁଦ୍ଧି, ସନ୍ତୋଷ ପଟ୍ଟନାୟକ-ମେନକା ସାମନ୍ତରାୟ ଓ ବିଜୟ ଆନନ୍ଦ-ସାରଣ୍ୟା କର୍ତ୍ତା ଭାବେ ବସି ପୂର୍ଣ୍ଣାହୁତି ଦେଇଥିଲେ। ଡାବୁଗାଁ ଦୁର୍ଗପୁଜା କମିଟି ତରଫରୁ ସମସ୍ତ ଆୟୋଜନ ସୁରୁଖୁରୁରେ ଏବଂ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ଏହା ସହ ସୁନ୍ଦର ଭାବରେ ରାବଣ ପଡି କାର୍ଯ୍ୟକ୍ରମ ମଧ୍ୟ ସନ୍ଧ୍ୟାରେ ଅନୁଷ୍ଠିତ ହେବ । ଆସନ୍ତା କାଲି ଡାବୁଗାଁରେ ସାପ୍ତାହିକ ହାଟ ଥିବାରୁ ଏବଂ ଲକଙ୍କ ମନରଞ୍ଜନ ପାଇଁ ମେଲଡି କାର୍ଯ୍ୟକ୍ରମ ମଧ୍ୟ ରଖା ଯାଇଥିବା ବେଳେ ଆଦିବାସୀ ନାଟକର ମଧ୍ୟ ଆୟୋଜନ କରା ଯାଇଛି ଦୁର୍ଗାପୂଜା କମିଟି ତରଫରୁ।