-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||     

HOME   ବାଣିଜ୍ୟ

ବିନା ମାଟି ଓ ସ୍ୱଳ୍ପ ଆଲୋକ ପାଣିରେ ସବୁ ଋତୁରେ ଚାଷ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୁବ ଚାଷୀ ସଞ୍ଜୟ

04-Dec-2020



(ପ୍ରେରଣା ଖବର)  ରେମୁଣା: ବିନା ମାଟି, ସାର, କୀଟନାଶକ ଓ ସ୍ୱଳ୍ପ ଆଲୋକ, ପାଣିରେ ସବୁ ଋତୁରେ ଚାଷ। ଏହା ସମ୍ଭବ କରିପାରିଛନ୍ତି ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ବଡ଼ପାଳ ପଞ୍ଚାୟତ କାକବୋରାଇ ଗାଁର ସଞ୍ଜୟ ଦାସ। ସେ ଇଲେକଟ୍ରିକାଲ ଇଞ୍ଜିିନିୟରିଂରେ ଡିପ୍ଲୋମା ହାସଲ କରିଥିଲେ ବି ଚାକିରି ପଛରେ ନ ଗୋଡ଼ାଇ ଚାଷରୁ ରୋଜଗାରର ବାଟ ପାଇଛନ୍ତି। ଉକ୍ତ ଗାଁର କାର୍ତିକ ଦାସଙ୍କ ପୁଅ ସଞ୍ଜୟ (୨୨)। ପ୍ରଥମେ କୁଣ୍ଡ ମାଛ ଚାଷ କରିଥିଲେ। ପରେ ନିଜର ବନ୍ୟା ପ୍ଲାବିତ ଅଞ୍ଚଳରେ କିପରି ସବୁ ଋତୁରେ ପନିପରିବା ଚାଷ ହୋଇପାରିବ, ସେଥି ନେଇ ଉଦ୍ୟମ କଲେ। ତାଙ୍କ ଗାଁ ବଡ଼ପାଳ ପଞ୍ଚାୟତର କାକବୋରାଇ ଗାଁ ଏକ ବନ୍ୟାପ୍ଳାବିତ ଅଞ୍ଚଳ। ପଟୁ ମାଟି ପାଇଁ ସେଠାକାର ମାଟି ମଧ୍ୟ ବେଶ ଉର୍ବର। ବର୍ଷରେ ଥରେ ନିଶ୍ଚୟ ବନ୍ୟା ହୁଏ। ଆଉ ବନ୍ୟା ହେଲେ ଚାଷ ବୁଡ଼ିଯିବା, ନଷ୍ଟ ହେବା ମଧ୍ୟ ନିଶ୍ଚିତ। ଏହାକୁ ଲକ୍ଷ୍ୟ କରି ସବୁ ଋତୁରେ କିପରି ପନିପରିବା ଉତ୍ପାଦନ କରାଯାଇପାରିବ, ସେ ଦିଗରେ ସଞ୍ଜୟ ମନ ବଳାଇଲେ। ୟୁ ଟ୍ୟୁବ ମାଧ୍ୟମରେ ସେହି ପ୍ରକାର ଚାଷ ସମ୍ପର୍କରେ ଅବଗତ ହେଲେ। ବିହାର ଓ ଉତ୍ତର ପ୍ରଦେଶ ଯାଇ ତାଲିମ ଗ୍ରହଣ କଲେ। ଘରକୁ ଫେରି ସେ ନୂତନ ପ୍ରଣାଳୀରେ ଚାଷ ପାଇଁ ଆବଶ୍ୟକ ଉପକରଣ; ବାଉଁଶ, ପ୍ଲାଷ୍ଟିକ ପାଇପ, ପାଣି ଉଠା ମୋଟର, ଗ୍ରିନ ନେଟ, ନଡ଼ିଆ କତାର ଗୁଣ୍ଡ,ଗଛ ଲଗାଇବା ପାଇଁ ଗ୍ଲାସ ଆକୃତିର ପାତ୍ର ଏବଂ ମଞ୍ଜି ସଂଗ୍ରହ କଲେ।ସଞ୍ଜୟ ଆପଣେଇଥିବା ଆଧୁନିକ ଚାଷ ପ୍ରଣାଳୀରେ ମାଟି ଉପରୁ ୨ ଫୁଟ ଉଚ୍ଚରେ ଭାଡ଼ି କରାଯାଏ। ତା’ଉପରେ ୪ ଇଞ୍ଚିଆ ପ୍ଲାଷ୍ଟିକ ପାଇପ ବନ୍ଧାଯାଏ। ପାଇପରେ ଗୋଟିଏ ପାଖ କଣା କରାଯାଏ। ତା’ ଭିତରେ ଗ୍ଲାସ ଆକୃତିର କଣା ଥିବା ପାତ୍ରରେ ମାଟି ବଦଳରେ ନଡ଼ିଆ କତା ଗୁଣ୍ଡ ସହ ଜୈବିକ ପଦ୍ଧତିରେ ପ୍ରସ୍ତୁତ କମ୍ପୋଷ୍ଟ ରଖାଯାଏ। ସେଥିଲେ ଚାରା ଗଛ ଲଗାଇ ସେହି କଣାରେ ରଖିଦିଆଯାଏ। ପାତ୍ରର ତଳ ପଟେ ଏକ ଛିଡ଼ା କନା ଲଗାଯାଏ, ଯାହା ପାଇପ ମଧ୍ୟରୁ ଗଛ ପାଇଁ ପାଣି ସଂଗ୍ରହ କରିବାରେ ସାହାଯ୍ୟ କରିଥାଏ। ଗଛଗୁଡ଼ିକ ବଢ଼ିଲେ ଉପରେ ବନ୍ଧା ଯାଇଥିବା ସୂତାରେ ମଡ଼ାଇ ଦିଆଯାଏ। ଫଳରେ ଗଛଗୁଡ଼ିକ ତଳକୁ ଲାଗି ନ ଥାଏ। ମାଟିରେ ପଡ଼ି ପନିପରିବାରେ ପୋକ ଲାଗି ନ ଥାଏ ବା ନଷ୍ଟ ହୋଇ ନ ଥାଏ। ଚାଷରେ କୀଟନାଶକ ଭାବେ ନିମ୍ବ ତେଲ ମିଶ୍ରିତ ପାଣି ଦେଇ ଗଛ ଉପରେ ସିଞ୍ଚନ କରାଯାଏ। ଏହି ପ୍ରଣାଳୀରେ ସଞ୍ଜୟ କଲରା, କାକୁଡ଼ି, ବିଲାତି, କ୍ୟାପସିକମ ଆଦି ଗଛ ଲଗାଇଛନ୍ତି। ସମ୍ପୂର୍ଣ୍ଣ ଚାଷ କରାଯାଇଥିବା ଅଞ୍ଚଳକୁ ଗ୍ରୀ ନ ନେଟ ଦ୍ୱାରା ଢାଙ୍କି ଦିଆଯାଇଛି, ଯେପରି ପ୍ରଖର ସୂର୍ଯ୍ୟାଲୋକ ଗଛ ଉପରେ ପଡ଼ିବ ନାହିଁ। ସେହିପରି ଗଛ ପାଇଁ ବ୍ୟବହୃତ ପାଣି ପାଇପ ଦେଇ ଏକ କୁଣ୍ଡରେ ପଡ଼େ। କୁଣ୍ଡରୁ ପାଣି ଉଠା ମେସିନ ସାହାଯ୍ୟରେ ପୁନଃ ପାଇପରେ ପଶି କାମରେ ଲାଗି ପାରୁଛି। ଜଳଚକ୍ର ସଦୃଶ ହୋଇଥିବାରୁ ପାଣି ନଷ୍ଟ ନ ହୋଇ କମ ପାଣିରେ ମଧ୍ୟ ଚାଷ କାମ ହୋଇପାରିବ। କେବଳ ପନିପରିବାର ଚାଷ ଏହି ପ୍ରଣାଳୀରେ ସବୁ ସମୟରେ ହୋଇପାରିବ ବୋଲି ସଞ୍ଜୟ କହିଛନ୍ତି। ସଞ୍ଜୟଙ୍କର ଏଭଳି ପ୍ରଣାଳୀରେ ଚାଷ ଦେଖିବା ପରେ ଅନେକ ଲୋକ ସେ ପ୍ରକାର ଚାଷ ପ୍ରତି ଆଗ୍ରହୀ ହୋଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026

You Might Also Like