-+91-9937148622 |
prerana_bgr@rediffmail.com |
Friday 23rd October 2026 |
R.N.I. Regd No. ODIODI/2010/46693
Breaking News
23-Oct-2026
ଡାବୁଗାଁ (ପ୍ରିୟଦର୍ଶିନୀ ପାତ୍ର)
ଚଳିତ ବର୍ଷ ଦଶହରା ପାଇଁ ଡାବୁଗାଁ ସହର ସମ୍ପୂର୍ଣ ଭାବେ ଉତ୍ସବ ମୁଖର ହୋଇଉଠି ଥିଲା l ସହର ସାରା ରଙ୍ଗିନ ଆଲୋକ ମାଳା ଓ ଭଳିକି ଭଳି ସାଜ ସଜ୍ଜା ରେ ଚମକି ଉଠିଥିଲା ପୁରା ସହର l ଡାବୁଗାଁ ଦଶହରା ଦେଖିବାକୁ ଆଖ ପାଖ ବ୍ଲକ ରୁ ହଜାର ହଜାର ଭକ୍ତ ଆସିଥାନ୍ତି ପ୍ରତିବର୍ଷ। ଦଶହରା ଅବସରରେ ରେ ସପ୍ତମୀ ଠାରୁ ବିସର୍ଜନ ପର୍ଯ୍ୟନ୍ତ ୧ ଲକ୍ଷ ରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିଲା l ଦଶହରା ରେ କମିଟି ତରଫରୁ ପ୍ରସାଦ ସେବନ କାର୍ଯ୍ୟକ୍ରମ ସହିତ ରାତିରେ ଲୋକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ଦିବସ ରେ ମେଲୋଡି ଓ ଆଦିବାସୀ ନାଟକ ପରିବେଷଣ ସହିତ ଦଶହରା ଦିନ ରାବଣପୋଡି ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମା ଙ୍କ ମେଲାଣି ରେ ବିଭିନ୍ନ ପ୍ରକାର ବାଜା, ଡିଜେ, ଲୋକଦଳ ନୃତ୍ୟ, ଢାପୁ, ଲେଜର ଶୋ ଓ ଅତସୀବାଜି ସହିତ ଶତାଧିକ ଲୋକଙ୍କ ଉପସ୍ଥିତ ରେ ବିରାଟ ପଟୁଆର ସହିତ ମେଲାଣି ନେଲେ ମା ଦୁର୍ଗା l ମାଙ୍କ ମୂର୍ତ୍ତି କୁ ଗ୍ରାମ ନିକଟରେ ରହି ଥିବା ପୁଷ୍କରିଣୀ ରେ ବିସର୍ଜନ କରାଯାଇଥିଲା ଲ ସମସ୍ତେ କାର୍ଯ୍ୟକ୍ରମ ସୁରୁଖୁରୁରେ ଏବଂ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେଲା।