-+91-9937148622 |
prerana_bgr@rediffmail.com |
Monday 16th February 2026 |
R.N.I. Regd No. ODIODI/2010/46693
Breaking News
08-Dec-2020
କନ୍ଧମାଳ,(ପ୍ରେରଣା ଖବର): ଗୃହରକ୍ଷୀ ଦିବସ ଅବସରରେ କନ୍ଧମାଳ ଗୃହରକ୍ଷୀ ସଂଘ ପକ୍ଷରୁ ଫୁଲବାଣୀ ସହରର ବିଭିନ୍ନ ଅଞ୍ଚଳର ବୃକ୍ଷରୋପଣ ସହିତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା ଯୋଗୁଁ ସଂଘର ନିର୍ଦ୍ଦିଷ୍ଟ କର୍ମକର୍ତ୍ତା ମାନେ ଏଥିରେ ସାମିଲ୍ ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ ନାରାୟଣୀ ମନ୍ଦିର ନିକଟସ୍ଥ ସିଦ୍ଦେଶ୍ୱର ମନ୍ଦିର ଚତୁର୍ପାଶ୍ୱ ସଫେଇ କରିବା ସହିତ ବୃକ୍ଷରୋପଣ କରିଥିଲେ। ଆଗାମୀ ଦିନରେ ସମସ୍ତ ଧର୍ମାନୁଷ୍ଠାନ ଓ ଅନ୍ୟ ଅଞ୍ଚଳ ମାନଙ୍କରେ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ଦିଆଯାଇଛି। ଏଥିରେ ସଂଘର ସଭାପତି ପ୍ରଭାତ କୁମାର ସାହାଣୀ, ସଂପାଦକ ସପନ କୁମାର ମିଶ୍ର , କାର୍ଯ୍ୟକଲାରୀ ସଭାପତି ଅକ୍ଷୟ କୁମାର ରାୟ , ସହସଂପାଦକ ଅମିତ୍ କୁମାର କହଁର, ଉପସଭାପତି ବିରାଜ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଶେଖ୍ ରିଆଜୁଦିନ୍ ଙ୍କ ସମେତ ସମସ୍ତ ପରାମର୍ଶଦା ସାମିଲ ହୋଇଥିଲେ l