-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
02-Jun-2021
ଦୁଇ ଦିନିଆଁ ଜୀବନ୍
ଜୀବନ୍ ଆଏତ ପାଏନ୍ ଫୁଟକା
ମୁନୁଷ୍ ଭରମେଁ କେତେ,
ଜନମ୍ ଥିଲେ ତ ମରନ୍ ଟେ ଅଛେ
ପରଭୁ ହେଲେ ବି ସତେ।
ବଂଧୁ ବାଂଧବ କୁଟୁମ୍ ବାଟୁମ୍
ସବୁତ ଆଏ ବେକାର୍ ,
ପରାନ୍ ଛାଡଲେ ଅଛୁଆଁ କହେବେ
କରବେ ଛିଛିକାର୍ ।
ମଶାନର୍ ଜୁଏ ସଜା ହେଇଥିବା
ଖଇ ଝିଂଟି ନେବେ ବୁହି,
ଜନମ୍ ମରନ୍ ଦୁଇଟା ଜିନିଷ୍
ଦୁନିଆଁରେ ସତ୍ ଭାଇ।
କିଏ କହୁଥିବା ବନେ ଲୁକ୍ ଥିଲା
କିଏ ଦେଉଥିବା ଗାଲି,
କିଏ କାଂଦୁଥିବା ଗୁଲ୍ ଗୁଲା ହେଇ
କିଏ ମାରୁଥିବା ତାଲି।
ଜିଇଁ ଥିବା ଯାଏ ଜପ ରାମ୍ ନାମ୍
ଜୀବନ୍ ଟା ହେବା ସାର୍ ,
ମୁନୁଷ୍ ଜୀବନ୍ ତ ଦୁଇ ଦିନିଆଁ
ଛାଡ୍ ଲୁଭ୍ ଅହଁକାର୍ ।
ଆର୍ତ୍ତତ୍ରାଣ ଖୁର୍ଡିଆ
ବୀରମହାରାଜପୁର ,ସୋନପୁର