-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ବିଶେଷ

ହୋ ମୁଣ୍ଡାରୀ ଭୂମିଜ ଆଦିବାସୀ ଭାଷା କୁ ସମ୍ବିଧାନ ର ଅଷ୍ଟମ ସୂଚୀରେ ସାମିଲ , କେନ୍ଦୁପତ୍ର ରୁ ଜିଏସଟି ଛାଡ଼ ଟିଏସପି ଲାଗୁ ଏବଂ ଆଦିବାସୀ ଗୋଷ୍ଠୀ ଙ୍କୁ ଆଦିବାସୀ ତାଲିକାରେ ଦାବୀ କଲେ ସାଂସଦ ନିରଞ୍ଜନ ବିଶି.

08-Feb-2023



ଓଡିଶା ରାଜ୍ୟରେ ଥିବା ବାସଠି ପ୍ରକାର ଆଦିବାସୀ  ସମ୍ପ୍ରଦାୟ ମଧ୍ୟରୁ ୧୬୯  ଅଂଶ, ବଂଶ,ଗୋଷ୍ଠୀ ଯଥା ସଅର, ତlମlଡ଼ିଆ, ଭଞ୍ଜପୁରାଣ,କଳଙ୍ଗା,ପହଁରିଆ,ଝୋଡ଼ିଆ,ମାଙ୍କିଡିଆ,ଦୁରୁଆ,ଚୁକଟିଆ ଭୁଞ୍ଜିଆ,ପାଉଡି ଭୁଞ୍ଜିଆ,ଅ ମାନଟିଆ,ବେଲଦାର ଗଣ୍ଡ,ବୁଡୁ କନ୍ଧ,ବୁଢ଼ା କନ୍ଧ, ଭୋକତା,ବୋଡା ଶବର,ବୋଇ ଗଦବା,ବାରେଙ୍ଗା ଝୋଡ଼ିଆ,ପରଜା,ଚେରେଙ୍ଗା କୋଲ୍ହ,ଚପୁଅ କମାର,ଏରେଙ୍ଗା ମୁଣ୍ଡା,ଏରେଙ୍ଗା କୋଲ୍ହ, ଗୁମ୍ଫା କୋୟା, ଯୋଡ଼ିଆ କନ୍ଧ,କନୱାର,ଖଣ୍ଡାୟତ ଭୂୟାଁ, କନ୍ଧିଆ, କୋରା,ନାଗେଶ୍ୱର,ନlଗବନସି ମୁଣ୍ଡା,ଓଲେରା ଗଦବା,ପୁରାଣ,ପାହାଡି ଖରିଆ,ସାନ ଗଦବା, ନାକାସିଆ, ଭୂଇଁହାର,ପ୍ରମୁଖ  ଛାଡ଼ିହୋଇଥିବା ଆଦିବାସୀ ସମ୍ପ୍ରଦାୟ ର ଗୋଷ୍ଠୀକୁ ଆଦିବାସୀ ତାଲିକାରେ ସାମିଲ କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ  ସୁପାରିଶ କରିଛନ୍ତି l ସମ୍ବିଧାନ ପ୍ରଦତ୍ତ ଅଧିକାର ରୁ ଉକ୍ତ ଆଦିବାସୀ ଗୋଷ୍ଠୀ ବଞ୍ଚିତ ହେଉଛନ୍ତି l  ଶିକ୍ଷା,ସାମାଜିକ, ଅର୍ଥନୈତିକ,ରାଜନୈତିକ ଅଧିକାର ରୁ ଏହି ଆଦିବାସୀ ମାନଙ୍କୁ ବିକଶିତ କରିବାକୁ ହେଲେ ରାଜ୍ୟ ଆଦିବାସୀ ତାଲିକାରେ ସାମିଲ କରିବା ଆବଶ୍ୟକ ବୋଲି  ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ l ଦ୍ଵିତୀୟ ରେ ଓଡିଶା ରାଜ୍ୟର ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ,କେନ୍ଦୁପତ୍ର ବନ୍ଧାଳୀ,ବିଡି ଶ୍ରମିକ,ଅସ୍ଥାୟୀ କର୍ମଚାରୀ ମାନଙ୍କୁ ଓଡିଶା  ସରକାର କେନ୍ଦୁପତ୍ର ଲାଭଂଶ ରୁ ବୋନସ,ଛାତ୍ରବୃତ୍ତି,ବିବାହ ସହାୟତା,ପ୍ରୋତ୍ସାହନ ରାଶି,ମୃତ୍ୟୁ କାଳିନ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି l  କେନ୍ଦୁପତ୍ର ଶ୍ରମିକ ମାନଙ୍କ ମଧ୍ୟରେ ଅଧିକାଂଶ ଆଦିବାସୀ ଅଛନ୍ତି l ଆଦିବାସୀ ଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ୨୦୦୬ ଅନୁସାରେ ଆଦିବାସୀ ମାନେ କେନ୍ଦୁପତ୍ର ଏବଂ ସଂଗ୍ରହ ବିକ୍ରୟ କରିବା ଅଧିକାର ହାସଲ କରିଛନ୍ତି l  କେନ୍ଦ୍ର ସରକାର ତୁରନ୍ତ ଅଠର ପ୍ରତିଶତ ଜିଏସଟି ପ୍ରତ୍ୟାହାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବୀ କରିସାରିଛନ୍ତି l ଅତଏବ କେନ୍ଦୁପତ୍ରରୁ ଜିଏସଟି ପ୍ରତ୍ୟାହାର କଲେ ଓଡିଶା ରାଜ୍ୟର ଆଦିବାସୀ ବିଶେଷ ଲାଭlନ୍ୱିତ ହୋଇପାରିବେ ବୋଲି ସାଂସଦ ଶ୍ରୀ ବିଶି ଦାବୀ କରିଛନ୍ତି l ତୃତୀୟ ରେ ସାଂସଦ ଶ୍ରୀ ବିଶି ଦାବୀ କରିଥିଲେ ଯେ ଆଦିବାସୀ ଭାଷା ହୋ,ଭୂମିଜ, ମୁଣ୍ଡାରୀ କୁ ସମ୍ବିଧାନ ର ଅଷ୍ଟମ ସୂଚୀ ରେ ସାମିଲ କରାଯାଉ lଓଡିଶା ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟ ର ଲୋକ ମାନଙ୍କ ଶିକ୍ଷା ସଂସ୍କୃତି କୁ ଦୃଷ୍ଟି ରେ ରଖି ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ  ନିଜ ମାତୃଭାଷା ରେ ଶିକ୍ଷା ପ୍ରଦାନ କରିବା ଆବଶ୍ୟକ. କେନ୍ଦ୍ର ସରକାର ଆଦିବାସୀ ଭାଷା ସଂସ୍କୃତି କୁ ଅବହେଳା କରୁଛନ୍ତି l ଯାହାଦ୍ୱାରା ଆଦିବାସୀ ବିକାଶ ବାଧାପ୍ରାପ୍ତ ହେଉଛି l ହୋ,ଭୂମିଜ,ମୁଣ୍ଡାରୀ ଭାଷା କୁ ସାମ୍ବିଧାନିକ ସ୍ୱୀକୃତି ପ୍ରଦାନ କଲେ ଉକ୍ତ ସମ୍ପ୍ରଦାୟ ର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ l ସାଂସଦ ଶ୍ରୀ ବିଶି ଆହୁରି କହିଥିଲେ ଯେ ଓଡିଶାର ଆଦିବାସୀ ମାନଙ୍କ  ବିକାଶ ପାଇଁ ତତ୍କାଳୀନ କେନ୍ଦ୍ର ସରକାର ଆଦିବାସୀ ଉପ ଯୋଜନା (ଟ୍ରାଇବlଲ ସବ ପ୍ଲାନ ) ଅନୁସୂଚିତ ଜାତିଙ୍କ ବିକାଶ (ଏସ.ସି.ଏସ.ପି ) ଅନୁସୂଚିତ ଜାତି ଉପ ଯୋଜନା ଏବଂ  ଅବିଭକ୍ତ କଳାହାଣ୍ଡି ବଲାଙ୍ଗିର କୋରାପୁଟର ବିକାଶ ପାଇଁ (କେବିକେ) ଯୋଜନା କରିଥିଲେ l ଉକ୍ତ ଯୋଜନା କୁ ବର୍ତମାନ ର ସରକାର ବନ୍ଦ କରିଦେଇଛନ୍ତି l ତେଣୁ ତୁରନ୍ତ ଉକ୍ତ ଯୋଜନା ଗୁଡିକୁ କେନ୍ଦ୍ର ସରକାର ଲାଗୁ କରି ପାଣ୍ଠି ପ୍ରଦାନ କରିବାକୁ ସାଂସଦ ଶ୍ରୀ ବିଶି ଦାବୀ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like