।।ସମସ୍ତଙ୍କୁ କୋଟି ନିବେଦନ।।
ସାରା ବିଶ୍ବ ଆଜି ବିଭେଷିକାମୟ
କୋରୋନା ହୋଇଛି କାଳ।
ସରକାର ଯେତେ ସତର୍କ କଲେବି
ପରିସ୍ଥିତି ଅସମ୍ଭାଳ।।
ବେଡ଼୍ ମିଳୁନି, ଅମ୍ଳଜାନ ନାହିଁ,
ଚାରିଆଡେ ହାହାକାର।
ଅମାନିଆ ଆମେ ନିୟମ ମାନୁନେ
ବେଖାତିରି ବାରମ୍ବାର।।
ମାକ୍ସ ପିନ୍ଧିବା, ଦୂରେଇ ରହିବା
ଗହଳିକୁ ଯିବା ନାହିଁ,
ମାକ୍ସଟା ସତେ ଦଶ କିଲୋ ଭାରି
କାହିଁକି ପିନ୍ଧିବା ନାହିଁ?
ମନୁଷ୍ୟକୃତ୍ଯ ଏ ମହାମାରି ଆଜି
ବିଶ୍ବକୁ ଦେଉଛି ଗିଳି।
ଗଛ ନ ଲଗାଇ ଧ୍ବଂସ କରୁଅଛେ
ସରକାର ପାଖେ ଅଳି।।
ସାବଧାନ ହେବା ସତର୍କ ରହିବା
କୋରୋନାକୁ ହରାଇବା।
ଦିନ ରାତି ଜଗି କୋରୋନା ଯୋଦ୍ଧାଙ୍କୁ
କେଉଁ ପୁରସ୍କାର ଦେବା?
ପୃଥିବୀପୃଷ୍ଠରୁ କୋରୋନା ପ୍ରକୋପ
ପ୍ରଭୁ ହେ ଦୂରେଇ ଯାଉ।
ତୁମେ ନ ରଖିଲେ ଆଉକେ ରଖିବ
ସାହା ହୁଅ ମହାବାହୁ।।
*- ପବିତ୍ର ମୋହନ ଦାସ*
"/>-+91-9937148622 |
prerana_bgr@rediffmail.com |
Saturday 12th October 2024 |
R.N.I. Regd No. ODIODI/2010/46693
Breaking News
16-Aug-2021
।।ସମସ୍ତଙ୍କୁ କୋଟି ନିବେଦନ।।
ସାରା ବିଶ୍ବ ଆଜି ବିଭେଷିକାମୟ
କୋରୋନା ହୋଇଛି କାଳ।
ସରକାର ଯେତେ ସତର୍କ କଲେବି
ପରିସ୍ଥିତି ଅସମ୍ଭାଳ।।
ବେଡ଼୍ ମିଳୁନି, ଅମ୍ଳଜାନ ନାହିଁ,
ଚାରିଆଡେ ହାହାକାର।
ଅମାନିଆ ଆମେ ନିୟମ ମାନୁନେ
ବେଖାତିରି ବାରମ୍ବାର।।
ମାକ୍ସ ପିନ୍ଧିବା, ଦୂରେଇ ରହିବା
ଗହଳିକୁ ଯିବା ନାହିଁ,
ମାକ୍ସଟା ସତେ ଦଶ କିଲୋ ଭାରି
କାହିଁକି ପିନ୍ଧିବା ନାହିଁ?
ମନୁଷ୍ୟକୃତ୍ଯ ଏ ମହାମାରି ଆଜି
ବିଶ୍ବକୁ ଦେଉଛି ଗିଳି।
ଗଛ ନ ଲଗାଇ ଧ୍ବଂସ କରୁଅଛେ
ସରକାର ପାଖେ ଅଳି।।
ସାବଧାନ ହେବା ସତର୍କ ରହିବା
କୋରୋନାକୁ ହରାଇବା।
ଦିନ ରାତି ଜଗି କୋରୋନା ଯୋଦ୍ଧାଙ୍କୁ
କେଉଁ ପୁରସ୍କାର ଦେବା?
ପୃଥିବୀପୃଷ୍ଠରୁ କୋରୋନା ପ୍ରକୋପ
ପ୍ରଭୁ ହେ ଦୂରେଇ ଯାଉ।
ତୁମେ ନ ରଖିଲେ ଆଉକେ ରଖିବ
ସାହା ହୁଅ ମହାବାହୁ।।
*- ପବିତ୍ର ମୋହନ ଦାସ*