-+91-9937148622 |
prerana_bgr@rediffmail.com |
Wednesday 17th August 2022 |
R.N.I. Regd No. ODIODI/2010/46693
Breaking News
17-Aug-2021
ଜଗତସିଂହପୁର(ନୃସିଂହ ବାରିକ) : ପ୍ରଥମ ଶ୍ରେଣୀରେ ଅଧ୍ୟୟନ କରୁଥିବା କୁନି କଳାକାର ଡି ସାଇ ଶ୍ରୀୟାଂଶୀ ଶ୍ରଦ୍ଧା ନାମ *ଚେଣ୍ଟି* ବୟସ ମାତ୍ର ୬ ବର୍ଷ। ଏବେ ବହୁ ପ୍ରତିଭାର ଅଧିକାରିଣୀ । ନୃତ୍ୟ ସଂଗୀତରେ ସମସ୍ତଙ୍କ ମନ ମୋହୁଛନ୍ତି। ଗାଁ ରୁ ସହର ସବୁଠି ତାଙ୍କର ଚର୍ଚ୍ଚା ।ରଜ କୁଇନ୍ କିମ୍ବା ଆଲବମରେ ଅବା କୌଣସି ମଞ୍ଚରେ ନିଖୁଣ ନୃତ୍ୟ ପରିବେଷଣ କରି ସେ ଦର୍ଶକ ଓ ବିଚାରକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥାନ୍ତି । ବହୁ ପ୍ରତିଭାର ଅଧିକାରିଣୀ ଏହି ଶିଶୁ କଳାକାର ବଡ ବଡ ଅନୁଷ୍ଠାନରୁ ଢେର ସାରେ ପ୍ରମାଣପତ୍ର ଓ ଟ୍ରଫି ହାସଲ କରିଛନ୍ତି । ଜଗତସିଂହପୁର ଜିଲ୍ଲାର ତରଡାପଡା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଏହି ଶିଶୁଟି ଦେଢ ବର୍ଷ ବୟସରୁ ତାଙ୍କ କୁନି ପାଦରେ ଘୁଙ୍ଗୂର ବାନ୍ଧି ନୃତ୍ୟ ଶିକ୍ଷା ଆରମ୍ଭ କରିଆସୁଛନ୍ତି । ବର୍ତ୍ତମାନ ସୁଦ୍ଧା ଓଡିଶୀ ନୃତ୍ୟ ,ସଙ୍ଗୀତ ଓ ଅଭିନୟ ଇତ୍ୟାଦି କରି ବିଭିନ୍ନ ସ୍ଥାନରେ ସେ ସମ୍ମାନିତ ହୋଇଛନ୍ତି। ଏତଦ୍ ବ୍ଯତିତ ତାଙ୍କର ବୈଦିକ ଯଜ୍ଞ କରିବା ଏବଂ ନିର୍ଭୁଲ ଭାବରେ ବେଦ ମନ୍ତ୍ର ପାଠ କରିବାରେ ଆଗ୍ରହ ମଧ୍ୟ ରହିଛି। ବେଦ ମନ୍ତ୍ର ଗୁଡିକର ସ୍ବର ତଥା ଉଚ୍ଚାରଣ ଏପରି ସ୍ପଷ୍ଟ ଓ ସୁମଧୁର ଯେ କୌଣସି ବ୍ୟକ୍ତିର ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିବାରେ ସକ୍ଷମ ହୋଇଥାଏ। ଭବିଷ୍ୟତରେ ଜଣେ ଭଲ ବେଦ ବିଦୁଷୀ ତଥା କଳାକାର ହୋଇ ସମସ୍ତଙ୍କର ହୃଦୟରେ ସ୍ଥାନ ଅଧିକାର କରିବା ସହିତ ପୋଲିସ ଚାକିରୀ କରି ସମାଜର କଲ୍ୟାଣ ପାଇଁ ନିଜକୁ ସମର୍ପଣ କରିବା ତାଙ୍କ ଜୀବନର ଲକ୍ଷ୍ଯ ବୋଲି ଶ୍ରୀୟାଂଶୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିନିମନ୍ତେ ତାଙ୍କ ମା ସସ୍ମିତା ମିଶ୍ର ଓ ବାପା
ସୁରଜ୍ ପଣ୍ଡା ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଥିବା ପ୍ରକାଶ କରିଛନ୍ତି। ଜେଜ ରଶ୍ମିରଞ୍ଜନ ମିଶ୍ର ଓ ଜେଜି ମା ସଂଯୁକ୍ତା ଦାଶ ମଧ୍ୟ ଅଧିକ ଶ୍ରଦ୍ଧା କରିବା ସହ କୁନି ଝିଅଟି ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ତାଙ୍କ ଭିତରେ ଥିଵା ସମସ୍ତ ଗୁଣକୁ ଦେଖି ପରିବାରର ସଦସ୍ୟ ଗର୍ବିତ ଅନୁଭବ କରୁଛନ୍ତି । ରିପୋର୍ଟ-ନୃସିଂହ ଚରଣ ବାରିକ