-+91-9937148622 |
prerana_bgr@rediffmail.com |
Saturday 24th May 2025 |
R.N.I. Regd No. ODIODI/2010/46693
Breaking News
05-Jun-2024
ଡୁଙ୍ଗୁରିପାଲି, ତା 5/6-ଗଛ ଲଗାଅ ପରିବେଶ ବଞ୍ଚାଅ। ପରିବେଶ ବଞ୍ଚିଲେ ଆମେ ବଞ୍ଚିବା ଏହି ଲକ୍ଷ୍ୟ ନେଇ ଆଜି ଜୁନ୍ ୫ତାରିଖ ବିଶ୍ଵ ପରିବେଶ ଦିବସ ଅବସର ରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ।ଠାରେ ବୃକ୍ଷ ରୋପଣ ସହ ଏକ ସଚେତନତା ସଭା ଅନୁଷ୍ଠିତ ସୋଇଥିଲା।ପ୍ରଥମେ ଇକୋ କ୍ଲବ ଶିକ୍ଷକ ତଥା ସ୍କାଉଟ ମାଷ୍ଟର ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବରେ ଆଲୁମିନୀ ସଦସ୍ୟ କିରଣ ପୁଟେଲ ପରିବେଶ ଦିବସ ର ମହତ୍ତ୍ଵ ଓ ବର୍ତ୍ତମାନ ସମୟରେ ବୃକ୍ଷ ରୋପନର ଆବଶ୍ୟକତା ବିଷୟରେ ମତ ପ୍ରଦାନ୍ କରିଥିଲେ । ଏଥିରେ ଜନନିକା ନାୟକ ,ଅର୍ଚ୍ଚିତା ପ୍ରଧାନ,ଶୁଭଶ୍ରୀ ବରିହା ,ଲିପ୍ସା ଯୁଆଡି ନିଜର ବକ୍ତବ୍ୟ ପ୍ରଦାନ୍ କରିଥିଲେ।ପରେ ବିଦ୍ୟାଳୟ ପରିସରରେ ଦୀନବନ୍ଧୁ ପ୍ରଧାନ ଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀମାନେ ଗଛ ଲଗାଇଥିଲେ ।
ଛାତ୍ର ଛାତ୍ରୀଙ୍କ ସହ ବିଦ୍ୟାଳୟର ପୁରାତନ ଛାତ୍ର ସୁରଜ୍ ଖମାରୀ, ସମୀର କଠାର, ଆୟୁଷ ଖମାରୀ ତଥା ବିଦ୍ୟାଳୟର କର୍ମଚାରୀ ମିନିକେତନ୍ ଦାସ, ବିଭୀଷଣ ଖମାରୀ ଓ କିଶୋର ପଟେଲ ସହାୟୋଗ କରିଥିଲେ। ଶେଷରେ ଦଶମ ଶ୍ରେଣୀର ଛାତ୍ର ଆୟୁଷ ନାୟକ ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ୍ କରିଥିଲେ।