-+91-9937148622 |
prerana_bgr@rediffmail.com |
Monday 12th May 2025 |
R.N.I. Regd No. ODIODI/2010/46693
Breaking News
05-Jun-2024
ବଲାଙ୍ଗିର/ସ୍ଥାନୀୟ ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ସାଇଟ କଲେଜ ପରିସର ରେ ଥିବା ଚନ୍ଦନ ବନ୍ ଠାରେ ରାମଜୀ ଯବକ ସଂଘ ତରଫରୁ ବିଶ୍ୱ ପରିବେଶ ଦିବସ ଫାଳନ କରାଯାଇଥିଲା । ରାମଜୀ ଯୁବକ ସଂଘ ର ସଭାପତି ଡା. ପ୍ରମୋଦ କୁମାର ମିଶ୍ର ପରିବେଶ ର ତାତ୍ପର୍ଯ୍ୟ ଓ ପରିବେଶ ର ସୁରକ୍ଷା ବିଷୟରେ ସୂଚନା ଦେଇଥିଲେ । ଅନ୍ୟତମ ଅତିଥି ସାଇଟ କ୍ରୀଡା ସଂଯୋଜକ ସୁନୀଲ ଚନ୍ଦ୍ର ବିଶ୍ୱାଳ ଗଛ କଟା ଯୋଗୁଁ ପରିବେଶ ଅଶାନ୍ତ ଏବଂ ତାପମାତ୍ରା ବୃଦ୍ଧିର ମୂଖ୍ୟ କ।।ରଣ ବୋଲି କହିଥିଲେ । ଆମେ ଯେତେ ପରିମାଣ ରେ ଗଛ କାଟୁଛୁ ତାହା ତୁଳନାରେ ଗଛ ଲଗାଇପାରୁନାହୁଁ । ତେଣୁ ସମସ୍ତଙ୍କୁ ସଚେତନ କରାଇବାପାଇଁ ଆମ କ୍ୟାମ୍ପସ ରେ ହଜାରେ ଗଛ ଲଗାଇବା ପାଇଁ ରାମଜୀ ଯବକ ସଂଘ ତରଫରୁ ବ୍ୟବସ୍ଥା କରାଯାଇଅଛି । ଏହି ଗଛ ମାନଙ୍କର ରକ୍ଷଣା ବେକ୍ଷଣ କରିବା ପାଇଁ କ୍ୟାମ୍ପସ ରେ ଥିବା ସମସ୍ତ କର୍ମଚାରୀ ଶପଥ ନେଇଛନ୍ତି । ଇଲେକଟ୍ରିକ ବିଭାଗ କୁ ଗଛ ମୂଳ ରୁ ନ କାଟି ଦରକାର ପଡିଲେ ସାଇଜ୍ କରିବା ପାଇଁ ଅନୁରୋଧ କରାଯାଇଅଛି । ଆଜିର ସଭାରେ ପ୍ରଶାନ୍ତ ତ୍ରିପାଠୀ, ଜୟନ୍ତ ପଟେଲ, ସୁରଜ ସାଏ, ସଂଜିତ ମିଶ୍ର, ଲୋକନାଥ ସିଂହ, ପ୍ରଫୁଲ୍ଲ ମିଶ୍ର, ସତ୍ୟବାଦୀ ନାଏକ, ଭାଗବତିଆ ଅଦାବରିଆ ଓ ଅନୁଷ୍ଠାନ ର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ସୁନୀଲ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।