-+91-9937148622 |
prerana_bgr@rediffmail.com |
Monday 16th February 2026 |
R.N.I. Regd No. ODIODI/2010/46693
Breaking News
19-Jun-2021
ଭବାନୀପାଟନା (ପ୍ରେରଣା ଖବର ବ୍ୟୁରୋ): ଫ୍ରାନ୍ସ ଭାଷାରେ କବି ଭବାନୀ ଶଙ୍କର ନିଆଲଙ୍କ କବିତା 'ଶବ୍ଦଟିଏ ପ୍ରୟୋଗ କରିବା ପୂର୍ବରୁ' ' ଫ୍ରାନ୍ସସିୟ ପ୍ରସିଦ୍ଧ କବି ତଥା ଚୀନ ଭାଷା ଓ ସଂସ୍କୃତିର ବିଦ୍ୱାନ ଏଲିଜାବେଥ ଗିଓଂ ପ୍ଲେନାଟୋ ଦ୍ୱାରା ଅନୁଦିତ ହେବା ଖବର ପାଠକ ମହଲରେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି l ଦୀର୍ଘ ତିନି ଦଶନ୍ଧିରୁ ଉଭୟ ହିନ୍ଦୀ ଓ ଓଡ଼ିଆ କବିତାରେ ସକ୍ରିୟ ରହିବା ସହ ଏକାଧିକ ପୁସ୍ତକର ଲେଖକ ତଥା ମହୁରି ପତ୍ରିକାର ମୁଖ୍ୟ ସମ୍ପାଦକ କବି ଭବାନୀଶଙ୍କର ନିଆଲଙ୍କ କବିତା କ୍ରମାଗତ ଭାବେ ଇଂରାଜୀ, ଇଟାଲୀ, ସର୍ବିଆ ପରେ ରୁଷ ଭାଷାରେ ଅନୂଦିତ ହେବା ଏକ ଗୌରବର ବିଷୟ। ଉକ୍ତ କବିତା ଗୁଡିକୁ ଇଂରାଜୀରେ ଅଧ୍ୟାପକ ବଙ୍କିମ ମୁଣ୍ଡ ଏବଂ ଗୋବିନ୍ଦ ସାହୁ,ଇଟାଲୀରେ କବି
ଇମାନୁଏଲା ରିଜୋ,ସର୍ବିଆରେ ପ୍ରଖ୍ୟାତ କବି ତଥା ଅଧ୍ୟାପିକା ସୋଭା ସୋଭକା ସୋଭିକ ଏବଂ ଚୀନ ଭାଷାରେ କବି ଲାଉ ଫୁ କରିଥିବା ବେଳେ ରୁଷ ଭାଷାରେ ପ୍ରଖ୍ୟାତ ରୁଷ ଲେଖିକା ଏଲିନା ଡାନିସିନା ଅନୁବାଦ କରିଛନ୍ତି।କବିଙ୍କ ଏହି ସଫଳତାରେ ରାଜ୍ୟ ଓ ରାଜ୍ୟ ବାହାରେ ଖୁସିର ଲହରୀ ଖେଳିଯାଇଛି । ସୂଚନା ଯୋଗ୍ୟ ଯେ, ନିକଟ ଅତୀତରେ ଶ୍ରୀଯୁକ୍ତ ନିଆଲ ଫ୍ରାନ୍ସରେ ଆୟୋଜିତ ୱାର୍ଲଡ଼ ପୋଏଟ୍ରିମିଟ ରେ ଭାରତର ପ୍ରତିନିଧିତ୍ବ କରିଥିଲେ l