-+91-9937148622 |
prerana_bgr@rediffmail.com |
Saturday 12th October 2024 |
R.N.I. Regd No. ODIODI/2010/46693
Breaking News
19-Jun-2021
ଆମେ ଟିକିଏ ଭାଗ୍ୟବାନ । ତ୍ୱରିତ ସମୟସୀମା ମଧ୍ୟରେ କୋଭିଡ-୧୯ ଟୀକାର ଉଦ୍ଭାବନ ସହିତ, ବ୍ୟବହାର ଉପଯୋଗୀ ପାଇଁ ଜରୁରୀ ଥିବା କ୍ଲିନିକାଲ ପରୀକ୍ଷଣର ପ୍ରତ୍ୟେକ ପର୍ଯ୍ୟାୟ ଦେଇ ଗତିକରିଛି । ତେବେ, ଏହା ସମ୍ଭବ ହେଲା କିପରି? ସାରସ୍-କୋଭି-୨ ଅନ୍ୟ କିଛି ଭୂତାଣୁ ଯେପରିକି ଏଚ୍.ଆଇ.ଭି. କିମ୍ବା ଡେଙ୍ଗୁ ଭଳି ଜଟିଳ ନୁହେଁ । ଏହି ଦୁଇଟି ଭୂତାଣୁ ପାଇଁ ଟୀକାର ବିକାଶ ବୈଜ୍ଞାନିକମାନଙ୍କୁ ଦଶନ୍ଧି ଧରି ଅଟକାଇ ରଖିଛି । ପ୍ରାୟ ଏକବର୍ଷ ପୂର୍ବରୁ ସାଧାରଣ ଜନତା, କୋଭିଡ-୧୯ ପାଇଁ ଦାୟୀ ଭୂତାଣୁ ସାରସ୍-କୋଭି-୨ ବିଷୟରେ କେବେ ଶୁଣିନଥିଲେ । ବର୍ତମାନ କୋଭିଡ-୧୯ ସହିତ ଲଢିବା ପାଇଁ ଆମ ପାଖରେ ଜ୍ଞ-ଜଘଇ-ଟେକନୋଲୋଜି ବ୍ୟବହାର କରୁଥିବା ସ୍ୱଦେଶୀ ଟୀକା ଅଛି । ଟୀକା ବିକାଶ କ୍ଷେତ୍ରରେ ପ୍ରଥମ ଥର ପାଇଁ ଏକବର୍ଷ ମଧ୍ୟରେ ଏହି ଟୀକାଗୁଡିକ ବିକାଶ, ମୂଲ୍ୟାଙ୍କନ ଏବଂ ପ୍ରସ୍ତୁତି ସହିତ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଗଲା । କୋଭିସିଲ୍ଡ ଟୀକା ଅକ୍ସଫୋର୍ଡ- ଆଷ୍ଟ୍ରାଜେନେକା ବିଶ୍ୱର ସର୍ବବୃହତ୍ ଟୀକା ଉତ୍ପାଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ୱାରା ସ୍ଥାନୀୟ ଭାବରେ ପ୍ରସ୍ତୁତ କରାଯାଉଛି । ଏହା ମାସକୁ ୬ଠ ମିଲିୟନରୁ ଅଧିକ ଡୋଜ୍ ଉତ୍ପାଦନ କରୁଛି । ଅନ୍ୟଟି ହେଲା କୋଭାକ୍ସିନ, ୨୪ ବର୍ଷର ଅଭିଜ୍ଞତା ଥିବା ଭାରତ ବାୟୋଟେକ ଇଂଟରନ୍ୟାସନାଲ ଦ୍ୱାରା ଭାରତର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବାଇରୋଲୋଜି ଦ୍ୱାରା ପୃଥକୀକୃତ ନିିଷ୍କ୍ରିୟ କରୋନା ଭାଇରସରୁ ପ୍ରସ୍ତୁତ, ଯାହା ଶରୀରରେ ଇଞ୍ଜେକସନ ଦେବା ନିରାପଦ ଅଟେ । ବୈଜ୍ଞାନିକମାନେ କୋଭିଡ-୧୯ ବିରୁଦ୍ଧରେ ନିରାପଦ ଓ ପ୍ରଭାବଶାଳୀ ଟୀକା ସୃଷ୍ଟି କରିବାରେ ଏତେ ଶୀଘ୍ର ସକ୍ଷମ ହେବାର ମୁଖ୍ୟ କାରଣ ହେଲା-ଏହି ମହାମାରୀ ଆରମ୍ଭ ହେବା ବହୁ ପୂର୍ବରୁ ବିଗତ ଦଶନ୍ଧିରେ ଜ୍ଞ-ଜଘଇ-ଟେକନୋଲୋଜି ପ୍ରୟୋଗ କରି ଅନୁରୂପ ଶ୍ୱାସରୋଗ ସୃଷ୍ଟିକାରୀ ଭୂତାଣୁ ପାଇଁ ଟୀକା ଉପରେ ଅନେକ ଗବେଷଣା କରାଯାଇଥିଲା । ଏହି ଶ୍ରେଣୀର ଅନେକ ଭୂତାଣୁ ସହିତ ଲଢିବା ପାଇଁ ଟୀକାର ପ୍ରୟୋଗ ହୋଇସାରିଛି ଏବଂ ସେମାନଙ୍କ ମଧ୍ୟରୁ କୌଣସି ସୁରକ୍ଷା ପ୍ରୋଟୋକଲ ଲଙ୍ଘିନାହାନ୍ତି ।
ଉଭୟ ଟୀକାର ନିରାପଦତା ଏବଂ କାର୍ଯ୍ୟକାରିତା ସମ୍ବନ୍ଧରେ ସମସ୍ତ ନିର୍ଦ୍ଧିଷ୍ଟ ଶୃଙ୍ଖଳିତ ପ୍ରକ୍ରିୟା ଏବଂ କ୍ଲିନିକାଲ ଅନୁସନ୍ଧାନ ଫଳା ଫଳଗୁଡିକର ନିରପେକ୍ଷ ବିଶେଷଜ୍ଞ ସମୀକ୍ଷାର ସ୍ପଷ୍ଟଧ୍ୟାନ ଜରୁରୀ ଥିଲା । ଅନେକ ସରକାର ତୁରନ୍ତ କ୍ଲିନିକାଲ ଟ୍ରାଏଲ ସେଟ୍-ଅପ ଅନୁସନ୍ଧାନ ପାଣ୍ଠି ଏବଂ ଅନୁସନ୍ଧାନ ପ୍ରକାଶନର ସାଧାରଣ ସମୟସାପେକ୍ଷ ପ୍ରକ୍ରିୟାକୁ ସମ୍ବୋଧିତ କଲେ । ଯେଉଁ ସରକାର ଯେତେଶୀଘ୍ର ଏହା ଉପରେ ଗୁରୁତ୍ୱ ଦେଲେ, ସେ ଦେଶରେ ସେତେ ଶୀଘ୍ର ଏହା ଉପଲବ୍ଧ ହୋଇପାରିଲା । ପୁଣି ଏହାର ସାର୍ବଜନୀନ ବ୍ୟବହାର ପାଇଁ ଠିକ୍ ସମୟରେ ପାଣ୍ଠି ସୁରକ୍ଷିତ କରିବା ଏବଂ ଟୀକାକରଣର ସଠିକ୍ ଯୋଜନା ପ୍ରସ୍ତୁତି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକ ଦାୟିତ୍ୱ ।
ଏକ ଗଭୀର ଅଧ୍ୟୟନ:-
୨ଠ୧୯ର ଶେଷ ଭାଗରେ ଯେତେବେଳେ ସାରସ୍-କୋଭି-୨ ଘଟଣା ସାମନାକୁ ଆସିଲା, ବୈଜ୍ଞାନିକମାନେ ତୁରନ୍ତ ଏହାର ସଠିକ୍ ଜେନେଟିକ୍ କୋଡ୍ କ୍ରମ ଏବଂ ଏହି ଭୂତାଣୁ କିପରି ମାନବ କୋଷକୁ ସଂକ୍ରମିତ କରେ ଏବଂ ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟିକରେ, ସେ ବିଷୟରେ ଜାଣିବାକୁ ପାଇଲେ । ଏହି ସଙ୍କେତ ହିଁ ଯଥେଷ୍ଟ ଥିଲା ଟୀକା ବିକାଶ ପାଇଁ । ଅନୁସନ୍ଧାନକାରୀମାନେ ଏହାକୁ ଏକ ପରୀକ୍ଷାମୂଳକ ପ୍ରଣାଳୀରେ ଉପଯୋଗ କରିଥିଲେ, ଯାହାକି ଅନ୍ୟ ଜୀବାଣୁଙ୍କ ପାଇଁ ଅନୁସନ୍ଧାନ ହୋଇସାରିଛି । ଯେପରିକି ରେସ୍ପିରେଟରୀ ସେନ୍ସିଟିଆଲାଇରସ (ଜଝଠ), ଯାହା ସାଧାରଣ ଥଣ୍ଡାରୋଗର କାରଣ, କିନ୍ତୁ ଏହି ସଂକ୍ରମଣ ବିଶେଷ କରି ଶିଶୁମାନଙ୍କଠାରେ ଗୁରୁତର ଏବଂ ମରଣାନ୍ତକ ହୋଇପାରେ ।
ଉଙଠଓଊ-୧୯ର ଆବିର୍ଭାବ ପୂର୍ବରୁ ଏହି ପ୍ରଣାଳୀର ସୃଷ୍ଟି ଏକ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ ଆରମ୍ଭ ହୋଇଥିଲା, ଯେତେବେଳେକି ବୈଜ୍ଞାନିକମାନେ ରେସ୍ପିରେଟରୀ ସେନ୍ସିଟିଆଲାଇରସରେ ଥିବା କ୍ଷୁଦ୍ର ପ୍ରୋଟିନର ପରମାଣୁ ଗଠନକୁ ପିନ୍ କରିଥିଲେ । ମାନବ କୋଷକୁ ସଂକ୍ରମିତ କରିବା ପାଇଁ (ଜଝଠ) ପାଇଁ ଏହି ପ୍ରୋଟିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସଂକ୍ରମଣ ପ୍ରକ୍ରିୟାରେ ପ୍ରୋଟିନ ଆକୃତିର ପରିବର୍ତନ କରିଥାଏ । ପ୍ରୋଟିନର ଏକ ନିର୍ଦ୍ଧିଷ୍ଟ ଆକୃତି ଚିହ୍ନିବା ପାଇଁ ଟୀକାଦାନପୂର୍ବକ ପ୍ରତିରକ୍ଷା ପ୍ରଣାଳୀକୁ ଉତ୍ସାହିତ କରିବାକୁ ପଡିଲା । ପ୍ରାରମ୍ଭିକ ଟୀକା ପ୍ରାର୍ଥୀମାନେ ବିଫଳ ହୋଇଥିଲେ ।
ତା’ପରେ ବୈଜ୍ଞାନିକମାନେ ଏକ୍ସ-ରେ କ୍ରିଷ୍ଟାଲୋଗ୍ରା‘ି ନାମକ ଏକ ନୂତନ ଟେକ୍ନୋଲୋଜି ବ୍ୟବହାର କରି ସଂକ୍ରମଣର ଜଟିଳ ମୂହୁର୍ତରେ ସେହି ପ୍ରୋଟିନ୍ର ଆକାର ଓ ବିସ୍ତୃତି ବିଷୟରେ ଅବଗତ ହୋଇଥିଲେ । ଏହି କାର୍ଯ୍ୟରୁ ନିର୍ଦ୍ଧିଷ୍ଟ ପ୍ରୋଟିନ ଗଠନକ୍ରମକୁ ସ୍ଥିର କରାଯାଇପାରିଲା । ଏହାକୁ ଏକ ଅଣୁ ଭିତରେ ପ୍ୟାକେଜ୍ କଲାପରେ ଏହା ଏକ ଆଂଟିଜେଂଟ ପରି କାର୍ଯ୍ୟକଲା । ଏକ ଅଣୁ ଯାହା ଏକ ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟିକରେ, ପୂର୍ବରୁ (ଜଝଠ) ପାଇଁ ଚେଷ୍ଟା କରାଯାଇଥିବା ଟୀକା ଅପେକ୍ଷା ଏହା ୫ଠ ଗୁଣ ଅଧିକ ପ୍ରଭାବଶାଳୀ ଥିଲା ।
(ଜଝଠ) ପାଇଁ ବିକଶିତ ଏହି ପ୍ରକାରର ଟୀକା, ଗଋଜଝବିପକ୍ଷରେ ଏଭଳି ଟୀକାର ବିକାଶ ପାଇଁ ମୂଳଦୁଆ ପକାଇଲା । ସାରସ୍-କୋଭି-୨, କୋରୋନା ଭାଇରସ ଦ୍ୱାରା ସୃଷ୍ଟି ହୋଇଥିବା ସେପରି ଅନ୍ୟ ଏକ ଗୁରୁତର ତୀବ୍ର ଶ୍ୱାସକ୍ରିୟା ସିଂଡ୍ରୋମ । ଏଥର ଗବେଷକମାନେ ଗଋଜଝ କିମ୍ବା ଅନ୍ୟ ପ୍ରକାରର କୋରୋନା ଭାଇରସ ଟୀକା ସୃଷ୍ଟି କରିବା ପାଇଁ ଆବଶ୍ୟକ ପ୍ରୋଟିନ ଏବଂ ପ୍ରୋଟିନ ମ୍ୟୁଟେସନ ଗଠନ ନିର୍ଣ୍ଣୟ କରିବାପାଇଁ ଅତ୍ୟାଧୁନିକ କ୍ରିଏଜେନିକ ଇଲେକଟ୍ରନ ମାଇକ୍ରୋସ୍କୋପି ବା ମକ୍ସଚ୍ଚକ୍ଟ-ଋଗନାମକ ଏକ ନୂତନ ପ୍ରଯୁକ୍ତିକୁ ବ୍ୟବହାର କଲେ ।
ଏହି ସମୟରେ ଅନ୍ୟ ବୈଜ୍ଞାନିକବର୍ଗଙ୍କ ଦ୍ୱାରା କର୍କଟ ସମେତ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଜ୍ଞ-ଜଘଇ ଟେକ୍ନୋଲୋଜିର ଉପଯୋଗିତା ଉପରେ ଅନୁସନ୍ଧାନ କରାଯାଉଥିଲା । ଯେତେବେଳେ ଉଙଠଓଊ-୧୯ ମହାମାରୀ ଉତ୍ପନ୍ନ ହେଲା, ଏହି ଦୁଇଟି ବୈଜ୍ଞାନିକ ଜଗତ ମିଳିତ ହୋଇଉଙଠଓଊ-୧୯ ବିରୁଦ୍ଧରେ ବ୍ୟବହାର ପାଇଁ ଅନୁମତି ପ୍ରାପ୍ତ ପ୍ରଥମ ଜ୍ଞ-ଜଘଇ ଟୀକା ସୃଷ୍ଟି କରିବାକୁ ଏକତ୍ରିତ ହେଲେ ।
ଜ୍ଞ-ଜଘଇ ଟୀକା କିପରି କାମ କରେ:-
ପାରମ୍ପରିକ ଟୀକା ପ୍ରସ୍ତୁତିପାଇଁ ଦୁର୍ବଳ ଜୀବନ୍ତ ଭୂତାଣୁ, ମୃତ ଭାଇରସ୍ କିମ୍ବା କେବଳ କେତେକ ଭୂତାଣୁ ପ୍ରୋଟିନ ବ୍ୟବହାର କରାଯାଇଥାଏ । ଉଙଠଓଊ-୧୯ ଟୀକା ପାଇଁ ଏହି ପଦ୍ଧତିଗୁଡିକ ମଧ୍ୟରୁ କେତେକ ବର୍ତମାନ ମଧ୍ୟ ପରୀକ୍ଷଣ ସ୍ତରରେ ଅଛି । କିନ୍ତୁ ଏହି ପଦ୍ଧତି ପାଇଁ ବୀଜାଣୁ ବୃଦ୍ଧି ଏବଂ ପ୍ରୟୋଗ ଉପଯୋଗୀ କରିବା ସମୟସାପେକ୍ଷ ଏବଂ ଏହା ଅତ୍ୟନ୍ତ କଷ୍ଟଦାୟକ କାର୍ଯ୍ୟ । ଏପରି ଏକ ଟୀକା ବିକଶିତ ହେବାପାଇଁ ଅନେକ ସମୟ ଲାଗିବା ସହିତ ଗୁରୁତର ଜଟିଳତାର ମଧ୍ୟ ଆଶଙ୍କା ଥାଏ ।
ଏକ ପ୍ରକୃଷ୍ଟ ଉପାୟ ହେଉଛି ମେସେଞ୍ଜର ଜଘଇ, କିମ୍ବା ଜ୍ଞ-ଜଘଇ ବ୍ୟବହାର କରିବା କୋଷଗୁଡିକ ପାଇଁ ପ୍ରତିଦିନ ଆବଶ୍ୟକ କରୁଥିବା ପ୍ରୋଟିନ ତିଆରି କରିବାରେ ସକ୍ଷମ ହେବାପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜେନେଟିକ୍ କୋଡ । ଜ୍ଞ-ଜଘଇ ଏକ ପାଠ୍ୟବାର୍ତା, ଯାହାକି ସେଲ୍ ବା ଜୀବକୋଷଗୁଡିକୁ କ’ଣ ଓ କେବେ କରିବାକୁ ହେବ, ନିର୍ଦ୍ଦେଶ ଦେଇଥାଏ । ଏପରି ଟୀକା ଆମର କୋଷଗୁଡିକୁ ଏପରି ଏକ ପାଠ୍ୟବାର୍ତା ଦେବ, ଯାହା ଦ୍ୱାରା ଜୀବକୋଷ ଆକ୍ରମଣକାରୀ ପ୍ରୋଟିନ୍ ସଂସ୍ପର୍ଶରେ ଆସିବା ମାତ୍ରେ ତା’ବିରୁଦ୍ଧରେ ଆଂଟିବଡି ତିଆରି କରି ପ୍ରତିକ୍ରିୟାସ୍ୱରୂପ ନିରସ୍ତ୍ର କରିବ ।
ପୂର୍ବ ଅନୁସନ୍ଧାନ ବଳରେ ବୈଜ୍ଞାନିକମାନେ ଝଇଜଝ-ଉକ୍ଟଙ୍ଖ-୨ପୃଷ୍ଠରେ ଥିବା କ୍ଷୁଦ୍ର ସ୍ପାଇକ୍ ପ୍ରୋଟିନର ଗଠନ ନିର୍ଣ୍ଣୟ କରିବା ପରେ, ସେହି କ୍ଷୁଦ୍ର ସ୍ପାଇକ ପ୍ରୋଟିନ୍ ତିଆରି ପାଇଁ ଦାୟୀ ଥିବା ଜେନେଟିକ୍ କୋଡ ସହଜରେ ନିଶ୍ଚିତ କରନ୍ତି । ଏହି ପ୍ରୋଟିନ ହେଉଛି ଜ୍ଞ-ଜଘଇ ଟୀକାର ଲକ୍ଷ୍ୟ । ଏହାକୁ ଲ୍ୟାବରେ ସିନ୍ଥେସାଇଜ କରି ପ୍ରତିଷେଧକ ଟୀକା ତିଆରି କରାଯାଉଛି ଏବଂ ଅଳ୍ପ ସମୟରେ ଏହାର ବହୁ ପରିମାଣର ଉତ୍ପାଦନ କରାଯାଇ ପାରୁଛି । ଏହା ହିଁ ସ୍ୱଳ୍ପ ସମୟ ମଧ୍ୟରେ ଅତି ଉପଯୋଗୀ ସୁରକ୍ଷିତ ଏବଂ ଉନ୍ନତଗୁଣ ମାନର ଟୀକା ଉଦ୍ଭାବନ ଏବଂ ପ୍ରସ୍ତୁତିର କାହଣୀ । ବୈଜ୍ଞାନିକଙ୍କ ଅକ୍ଳାନ୍ତ ପରିଶ୍ରମର ଫଳ କେବେ ପର୍ଯ୍ୟନ୍ତ ଦେଶର ଶେଷ ବ୍ୟକ୍ତିଙ୍କ ପାଖରେ ପହଂଚି ପାରିବ, ତାହା ହିଁ ଦେଖିବାକୁ ରହିଲା । ଯେଉଁ ଦେଶ ପାଖରେ ଦୁଇ ଦଶନ୍ଧିର ସଫଳ ପଲସ୍ପୋଲି ଓ ଅଭିଯାନର ଅଭିଜ୍ଞତା ରହିଛି, ସେହି ଭାରତବର୍ଷରେ ଏହା କେବେ ବି ଅସମ୍ଭବ ହୋଇନପାରେ । ସବୁକିଛି ନିର୍ଭର କରେ ଇଚ୍ଛାଶକ୍ତି ଏବଂ ନିଷ୍ଠା ଉପରେ ।
ଡା. ସୁଜ୍ଞାନେନ୍ଦ୍ର ମିଶ୍ର
ଗାଇନକୋଲୋଜିଷ୍ଟ, ବଲାଙ୍ଗିର