-+91-9937148622 |
prerana_bgr@rediffmail.com |
Tuesday 5th July 2022 |
R.N.I. Regd No. ODIODI/2010/46693
Breaking News
25-Apr-2021
ମନ ଆଢୁଆଳେ
**************************
ଶୀତ ସକାଳ ର ପାହାନ୍ତି ତାରା ସେ
ମୁଁ,ଅଭଶପ୍ତl ଉଆଁସୀ କନ୍ୟା,
ମୋ ଛାଇ ପଡ଼ିଲେ କା ଜୀବନ ଆକାଶେ
ମାଡ଼ି ନ ଆସୁ ବନ୍ୟା l
ସମାଧିଷ୍ଠ ହେଲା ପରେ,ଇଛା ସବୁ
ପାଖୁ ଆଶା ଗଲେ ଦୂରେ,
କାହା ସୁଖ ଜୀବନର ଦୁଃଖର କାହାଣୀ
ହେବାକୁ ମନ ତ ମାରେ l
ମୋ ନୀରବତା ଆଜି,ପ୍ରଶ୍ନ ଟିଏ ହୋଇ
ମତେ ପଚାରିଲେ କିଛି,
ନିଜ ଠାରୁ ନିଜେ ହାରିବା ପରେ କି
ଉତ୍ତର ମୋ ପାଖେ ଅଛି????
'ଥିଲି'ଓ 'ଥିବି' ର ମଝିରେ ରହି ମୁଁ
'ଅଛି' ସିନା ରହିଗଲି,
ସବୁ ଇଛା ହାତ ଛାଡ଼ିଦେବା ପରେ
ଅଲୋଡ଼ା ଟେ ହୋଇଗଲି l
ମନ ପରା ଏକ ସୁକ୍ଷ୍ମ ତନ୍ତୁ ଟିଏ
ଯଦି ଭାଙ୍ଗିଯାଏ ଥରେ,
କାଚ ଭଳି ଶବ୍ଦ କରେ ନାହିଁ ସତ
(କିନ୍ତୁ )ଦାଗ ରହିଯାଏ ଗାରେ l
ପରିଚୟ ଆଜି ବାଟବଣା ହୋଇ
ଅନ୍ଧାରେ ବାଡ଼ି ବୁଲାଏ,
ଏ ଘଟରେ ପ୍ରାଣ ଟିକେ ଥିବା ଯାଏଁ
(ଆଶା )ରଖିବିନି କାଣିଚାଏ l
ଧୂଆଁ ଓ କୁହୁଡ଼ି ମଝିରେ ରହିକି
ପଥ ହୁଡ଼ିବାଟା ବୃଥା,
କାଚ କାଞ୍ଚନ ର ଫରକ ଜାଣିଲେ
ମନୁ ଲିଭିଯିବ ସବୁ ବ୍ୟଥା l
ଏମିତି କୌଣସି ମୋହ ନାହିଁ ଆଉ
କରିଦେବ ବଶୀଭୂତଃ,
ମିଛ ମାୟା ଏଇ ସଂସାର ଭିତରେ
ସତ ତୁମେ ଜଗନ୍ନାଥ l
ସ୍ମୃତିସରିତା, କଟକ (ନୂଆପଡା )