-+91-9937148622 |
prerana_bgr@rediffmail.com |
Tuesday 17th November 2026 |
R.N.I. Regd No. ODIODI/2010/46693
Breaking News
16-Nov-2026
ବରପାଲି ,୧୫/୧୧(ସୁଦାମ ଦୀପ) ରାଜନେତା ସ୍ୱର୍ଗତ ମୋହନ ନାଗ ଙ୍କ ନାମରେ ବରପାଲି ରେ ଏକ ପ୍ରତିମୂର୍ତ୍ତି ସ୍ଥାପନ ସହିତ କୌଣସି ଏକ ମାର୍ଗ କୁ ତାଙ୍କ ନାମରେ ନାମିତ କଲେ ତାଙ୍କ ପ୍ରତି ଉଚିତ୍ ସମ୍ମାନ ହେବ ବୋଲି ତାଙ୍କ ୧୨ ତମ ଶ୍ରାଦ୍ଧ ଦିବସ ରେ ବହୁ ବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଥିଲେ ।
ଆଜି ରବିବାର ଅପରାହ୍ନ ରେ ଯୁଏହୁଲା ପ୍ରକାଶନୀ ସଂସ୍ଥା ପକ୍ଷ ରୁ ସ୍ଥାନୀୟ ଉପହାର ପ୍ରେକ୍ଷାଳୟ ଠାରେ ମୋହନ ସିଂ କହ୍ନେଇ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ରୀନା ଥଇତ , ସମ୍ମାନିତ ଅତିଥି ଭାବରେ ନାଟ୍ୟକାର ଫଗୁନୁ କୁମ୍ଭାର, ସାଂସଦ ପ୍ରତିନିଧି ପଦ୍ମଲୋଚନ ସାହୁ, ଗଣମାଧ୍ୟମ ପ୍ରତିନିଧି ବାଲ କିଶୋର ଖାଡ଼ଙ୍ଗା, ତଥା ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ମୋହନ ସାହୁ ଯୋଗ ଦେଇ ସ୍ୱର୍ଗତ ମୋହନ ନାଗ ଯେ କି ଭଟିଲି ଓ ବିଜେପୁର ନିର୍ବାଚନ ମଣ୍ଡଳୀରୁ ୬ ଥର ବିଧାୟକ ହୋଇ ବହୁ ବାର ମନ୍ତ୍ରୀ ମଣ୍ଡଳ ରେ ସ୍ଥାନିତ ହୋଇଥିଲେ । ତାଙ୍କ ବ୍ୟକ୍ତିଗତ, ରାଜନୈତିକ ଜୀବନ ଉପରେ ଆଲୋକପାତ କରିଥିଲେ। ଏହି ଅବସର ରେ ପଦ୍ମଲୋଚନ ସାହୁ ଓ ବାଲ କିଶୋର ଖାଡ଼ଙ୍ଗା ଙ୍କୁ ମୋହନ ନାଗ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା ।ଜୁଏହୁଲା ର ସମ୍ପାଦକ ଅରକ୍ଷିତ ମହାନନ୍ଦ ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ନୀହାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।