-+91-9937148622 |
prerana_bgr@rediffmail.com |
Monday 16th November 2026 |
R.N.I. Regd No. ODIODI/2010/46693
Breaking News
13-Nov-2026
ବଲାଙ୍ଗୀର/ଦେଓଗାଁ (ଅନ୍ତର୍ଯ୍ୟାମୀ ସାହୁ): ଦେଓଗାଁ ବ୍ଲକ ଅନ୍ତର୍ଗତ ମକୁନ୍ଦପୁର ପଞ୍ଚାୟତର ତେଲିପାଲି ଗ୍ରାମର ଧର୍ମପରାୟଣା ମହିଳା ମଞ୍ଜୁଲତା ପଧାନଙ୍କ ୫୫ ବର୍ଷ ବୟସରେ ବୃକକ୍ଜନିତ ରୋଗରେ ପରଲୋକ ଘଟିଛି।ତାଙ୍କ ବିୟୋଗରେ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।ସ୍ୱର୍ଗତା ପଧାନ ଜଣେ ଧର୍ମପରାୟଣା,ସରଳ ଓ ମିଷ୍ଟଭାଷୀ ମହିଳା ଭାବେ ପରିଚିତ ଥିଲେ। ମୃତ୍ୟୁ ସମୟରେ ତାଙ୍କ ଦୁଇ ପୁଅ ଅନିତ ଓ ସୁନିତ, ବଡ଼ ବୋହୂ ମିତା,ନାତୁଣୀ ସ୍ୱସ୍ତିକାଙ୍କ ସମେତ ବହୁ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ।
ତାଙ୍କ ଶେଷକୃତ୍ୟ ତେଲିପାଲି ଗ୍ରାମର ଶ୍ମଶାନ ଘାଟରେ ସମ୍ପନ୍ନ ହୋଇଥିଲ ।ବଡ଼ପୁଅ ଅନିତ ମୁଖାଗ୍ନି ଦେଇ ଥିଲେ । ମଞ୍ଜୁଲତାଙ୍କ ବିୟୋଗରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।