-+91-9937148622 |
prerana_bgr@rediffmail.com |
Monday 16th November 2026 |
R.N.I. Regd No. ODIODI/2010/46693
Breaking News
15-Nov-2026
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ଅଂଚଳରୁ ଉଭୟ ବଲାଙ୍ଗୀର-ସୁବର୍ଣ୍ଣପୁର ଜିଲ୍ଲାକୁ ଗମନାଗମନରେ ଯୋଡି ବାକୁ କୁଟାସିଂହା -କପାଶିରା ମଧ୍ୟରେ ପ୍ରବାହିତ ଅଙ୍ଗନଦୀ ଉପରେ ଏକ ସୁଉଚ୍ଚ ସେତୁ ନିର୍ମାଣ କାମ ୨୦୧୯ ରେ ଆରମ୍ଭ ହୋଇଥିଲା | ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ନିର୍ମାଣକାରି ସଂସ୍ଥା ଆଶୀର୍ବାଦ କନଷ୍ଟ୍ରାକସନ ନିର୍ମାଣ କାମ କରୁଥିଲା ଏବଂ ୩-୩-୨୦୨୪ରେ କାଯ୍ୟ ଶେଷ କରିବାକୁ ସୂଚନା ଫଳକ ରେ ଉଲ୍ଲେଖ ରହିଥିଲା | ଏଠାରେ ସୂଚନା ଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲା ର ଉପାନ୍ତ ଅଞ୍ଚଳ ହୋଇଥିବାରୁ ଜିଲ୍ଲା ପ୍ରଶାସନ,ବିଭାଗୀୟ କର୍ତ୍ତୃପକ୍ଷ ଓ ନିର୍ବାଚିତ ଲୋକ ପ୍ରତିନିଧି ଦୃଷ୍ଟି ଦେଉ ନଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।ନଦୀ ଉପରେ ସେତୁ କାମ ପ୍ରାୟ ସରି ଯାଇଥିଲେ ହେଁ ସେତୁ ସଂଲଘ୍ନ ଉଭୟ ପାର୍ଶ୍ୱ ରାସ୍ତା କାମ ବାକି ରହିଛି | ଏନେଇ ବିଭିନ୍ନ ଖବର କାଗଜରେ ଖବର ମଧ୍ୟ ପ୍ରକାସୀତ ହୋଇଛି | ଏହି ବ୍ରିଜ ସମ୍ପୂର୍ଣ୍ଣ ହେଲେ ବଲାଙ୍ଗୀର ସୋନପୂର୍ ଜିଲ୍ଲାର ଜନସାଧାରଣ ଉପକୃତ ହେବେ ।ବିଶେଷ କରି ସାଲେଭଟା, ପଟୁଆପାଲି,ଜୋଗିସର୍ଡା,ବାଦିବା ହାଲ, ମୂର୍ସୁନ୍ଧି, କପଶିରା,ଜୁଲୁଣ୍ଡା, ଲଛିପୂର୍, ଦିଗ୍ସିରା ଗ୍ରାମ ପଞ୍ଚାୟତ ଏବଂ ଆଗଲପୁର ବ୍ଲକ୍, ଲୋଇସିଂହା ବ୍ଲକ, ସୋନପୁର ବ୍ଲକ୍,ବିନିକା ବ୍ଲକ୍,ଡୁଙ୍ଗୁରିପାଲି ବ୍ଲକ୍ ବଲାଙ୍ଗୀର ଓ ସୋନପୁର ବ୍ଲକ୍ କୁ ସିଧାସଳଖ ଭାବେ ସ୍ଥାନୀୟ ଲୋକ ଙ୍କ ଗମନାଗମନ ରେ ସୁବିଧା ହେବ।ଏ ଅଞ୍ଚଳର ଜଣ ସାଧାରଣ,ବୁଦ୍ଧିଜୀବୀ କହିବା ଅନୁସାରେ ଏନେଇ ବହୁବାର ସ୍ଥାନୀୟ ଜନପ୍ରତିନିଧି, ଲୋଇଶିଂହା ବିଧାୟକ ସୋନପୁର ବିଧାୟକ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ୍ୟ କୌଣସି ସୁଫଳ ମିଳି ପାରୁନାହିଁ | ଏଇ କିଛି ଦିନ ପରେ କାମ ଆରମ୍ଭ ହୋଇଯିବ ବୋଲି କହି ଭୁଆଁ ବୁଲାଉଛନ୍ତି। ଫଳରେ ଲୋକଙ୍କ ମଧ୍ୟ୍ୟରେ ଦିନକୁ ଦିନ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି | ବର୍ତ୍ତମାନ ସୁଦ୍ଧା ୱାର୍କ ବିଭାଗକୁ ପଚାରିଲେ ସୋନପୁର ର ବନ୍ଦୋବସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସମ୍ପୂର୍ଣ୍ଣ ହେଲା ପରେ ବିଭାଗ ତରଫରୁ ଟେଣ୍ଡର ପ୍ରକ୍ରିୟା ପାଇଁ ଡିପିଆର ପ୍ରସ୍ତୁତି ହେବ ବୋଲି କହିଛନ୍ତି। ଅଧୁରା ରହି ଯିବ କି ଅଙ୍ଗନଦୀ ସେତୁ ର ଆପ୍ରୋଚ ରାସ୍ତା ବୋଲି ଲୋକଙ୍କ ମଧ୍ୟ୍ୟରେ ଆଶଙ୍କା ରହିଛି | ଏଥିପ୍ରତି ଜିଲ୍ଲା ପ୍ରଶାସନ, ଜିଲ୍ଲପାଳ ,ବିଭାଗୀୟ ଅଧିକାରୀ ଦୃଷ୍ଟିଦେଇ ସେତୁ ସମ୍ପୂର୍ଣ କରିବାକୁ ଅଂଚଳବାସୀ ଦାବୀ କରିଛନ୍ତି |ସୋନପୁର ଓ ବଲାଙ୍ଗୀର ଜିଲ୍ଲା ତରଫରୁ ରାଜସ୍ୱ ବିଭାଗ ତରଫରୁ ଓ ଜିଲ୍ଲା ପ୍ରଶାସନ ତରଫରୁ ବିଭାଗୀୟ ଅଧିକାରୀମାନେ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଗୁରୁତ୍ୱ ଦେଉନଥିବାରୁ ଅଞ୍ଚଳର ବୁଦ୍ଧିଜୀବୀ,ସାମାଜିକ କର୍ମୀ ମାନେ ମତ ପ୍ରକାଶ କରିଛନ୍ତି ।ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ତରଫରୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳରେ ଆଲୋଚନା ହେଉଥିବାର ଜଣା ପଡ଼ିଛି।