-+91-9937148622 |
prerana_bgr@rediffmail.com |
Monday 16th November 2026 |
R.N.I. Regd No. ODIODI/2010/46693
Breaking News
15-Nov-2026
କଟକ(ପ୍ରେରଣା ଖବର): ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ତଥା ଶିଶୁ ଦିବସ ଉପଲକ୍ଷେ ଓଡ଼ିଶା ନାରୀ ସେବା ସଙ୍ଘ ପକ୍ଷରୁ ସଂଘର ସମ୍ପାଦିକା ଆଭା କାନୁନଗୋଙ୍କ ଅଧ୍ୟକ୍ଷତାରେ ନlରୀ ସେବl ସଦନ ଗୃହରେ ଅନୁଷ୍ଟିତ ହୋଇଯାଇଛି। ପ୍ରଥମେ ନେହେରୁଙ୍କ ଫୋଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରlଯାଇଥିଲା।
ଏହି ଶିଶୁ ଦିବସ ଉତ୍ସବ ଉପଲକ୍ଷେ ସଂଘ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଓ ମ୍ୟୁଜିକlଲ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଚାରକ ଭାବେ , କଲ୍ୟାଣୀ ସାହୁ ଓ ବବିତା ଦାସ୍ ମହାପାତ୍ର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସଂଗଠନ ସମ୍ପାଦିକା ମୀରା ବେଉରା, କମିଟି ସଭ୍ୟା ଗିତlଶ୍ରୀ ଦାସ୍ ପରିଚଳନl କରିଥିଲେ। ଚିତ୍ରାଙ୍କନ ପ୍ରିଯୋଗିତାରେ ରଘୁନାଥ ଜୀଉ ହାଇସ୍କୁଲ ର
ଛାତ୍ର ଜିବନ୍ ଧର ମହାନ୍ତି ପ୍ରଥମ କେବ୍ରିଜ୍ ସ୍କୁଲ ଛାତ୍ରୀ ଆଂଶିକl ବେହେରା ଦ୍ୱିତୀୟ ଓ ବକ୍ଲି ବାଳିକା ସ୍କୁଲ ଛାତ୍ରୀ ତୃତୀୟ ସ୍ଥାନ ଅଧିକାର କରି ସଂଘ ପକ୍ଷରୁ ପୁରସ୍କୃତ ହୋଇଥିଲେ।କୋଷାଧକ୍ଷl ନୟନତାରl ନନ୍ଦ,ସଂଘର ସହ ସମ୍ପାଦିକା ଇନ୍ଦିରା ଆରୋରl , ଉଷାରାଣୀ ଓ ବୈଜୟନ୍ତି ଖଟୁଆ ଉପସ୍ଥିତ ରହି ସହଯୋଗ କରିଥିଲେ।
ସମ୍ମାନିତ ଅତିଥି ଭାବେ ସଞ୍ଜୟ କୁମାର୍ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ପିଲାମାନଙ୍କୁ ଚlଚl ନେହେରୁ ଙ୍କ ଯିବନାଦର୍ଶ ସମ୍ପର୍କରେ ଆଲୋଚନା କରି ଶିଶୁ ଦିବସର ତାତ୍ପର୍ଯ୍ୟ ମଧ୍ୟ କୁନି କୁନି ପିଲାଙ୍କୁ ବୁଝାଇଥିଲେ । ସଂଘ ପକ୍ଷରୁ ପିଲା ମାନଙ୍କ ପାଇଁ କେକ କଟାଯାଇଥିଲା ଓ ମିଷ୍ଟାନ୍ନ ବଣ୍ଟନ କରା ଯାଇଥିଲା ।