-+91-9937148622 |

prerana_bgr@rediffmail.com |

  Monday 16th November 2026 |

| | | |

R.N.I. Regd No. ODIODI/2010/46693

Breaking News

୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଦ୍ୱିତୀୟ ଦିବସ    (15-Nov-2026)       ||      ଟ୍ରକ ସହ ୮କୁଇଣ୍ଟାଲ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ଅନ୍ତଃ ରାଜ୍ୟ ମାଫିଆ ଗିରଫ    (15-Nov-2026)       ||      ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ଅବସରରେ ଜିଲ୍ଲା ଓକିଲ ସଂଘ ତରଫରୁ ଦାବିପତ୍ର, ବଲାଙ୍ଗୀର ରେ ହାଇକୋର୍ଟ ସ୍ଥାୟୀ ଵେଞ୍ଚ ପୁନଃସ୍ଥାପନ ହେଉ    (15-Nov-2026)       ||      ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୫ରେ ସମ୍ମାନିତ ହେଲେ ବଲାଙ୍ଗୀରର ଏଡିଇଓ ସେବାଶ୍ରୀ ଭୋଇ   (15-Nov-2026)       ||      ବରପାଲି ଏନଏସି ପକ୍ଷରୁ ୨୨୯ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ   (15-Nov-2026)       ||      ମଣ୍ଟେସରୀ ପବ୍ଲିକ ସ୍କୁଲ ରେ ନେହେରୁ ଜୟନ୍ତୀ ପାଳିତ   (15-Nov-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଶିଶୁ ଦିବସ ପାଳିତ   (15-Nov-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଶିଶୁ ଦିବସ ପାଳିତ।   (15-Nov-2026)       ||      ଶିଶୁମାନଙ୍କ ସୁରକ୍ଷା ପାଇଁ ପରିବାର, ସମାଜ ଓ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କଲେ ହିଁ ଆମେ ଶିଶୁମାନଙ୍କୁ ଉତ୍ତମ ନ୍ୟାୟ ଦେଇପାରିବା   (15-Nov-2026)       ||      ଅଭିଭାବକ ଶିକ୍ଷକ ସହଭାଗିତା କାର୍ଯ୍ୟକ୍ରମ ଓ ଜନଜାତି ଗୌରବ ଦିବସ ପାଳିତ   (15-Nov-2026)       ||      ବରପାଲିରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   (15-Nov-2026)       ||      ଟିଟିଲାଗଡ ପୌରପରିଷଦର ଭୂତଳ ପୋଲ ଠାରୁ ହାଟପଦା ପଡ଼ା ଦୈନିକ ବଜାର ଓ ୧୨ ନମ୍ବର ୱାର୍ଡର ତାରିଣୀ ମନ୍ଦିର ରାସ୍ତା ଅବସ୍ଥା ଶୋଚନୀୟ    (15-Nov-2026)       ||      ମନ୍ଥର ଗତିରେ ଚାଲିଛି ସୁବର୍ଣ୍ଣପୁର ଜିଲ୍ଲାର ବନ୍ଦୋବସ୍ତ ପ୍ରକ୍ରିୟା   (15-Nov-2026)       ||      ପତ୍ରା ଜଙ୍ଗଲକୁ ବେଆଇନ ଜବରଦଖଲ କାହା ସ୍ୱାର୍ଥରେ ? ଜଗୁଆଳି ବିକୁଥିଲା ଦେଶୀମଦ♦️ ମଣିଷକୃତ ଭୁଲ ପାଇଁ ହାତୀ ଆକ୍ରମଣରେ ନିରୀହ ବୃଦ୍ଧ ଙ୍କ ଜୀବନ ଗଲା    (15-Nov-2026)       ||      ୧୯ ତମ ଲୋଇସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ – ୨୦୨୬   (15-Nov-2026)       ||      ପଲସଦା ଉଚ୍ଚ ବିଦ୍ୟାଳୟରେ ଧୁମଧାମରେ ପାଳିତ ହେଲା ଶିଶୁ ମହୋତ୍ସବ–୨୦୨୬   (15-Nov-2026)       ||      ବଲାଙ୍ଗୀର ହେବ ରକ୍ତହୀନତା ମୁକ୍ତ♦️ ଶପଥ ନେଲେ ଯୁବ ସ୍ୱେଚ୍ଛାସେବୀ - ଗୀତ, ନୃତ୍ୟ ଓ ରକ୍ତ ପରୀକ୍ଷାରେ ଝୁମିଲା ମହାବିଦ୍ୟାଳୟ   (15-Nov-2026)       ||      ଡୁଙ୍ଗୁରିପାଲି:   ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଫଟାମୁଣ୍ଡା ପରିସରରେ ଶିଶୁ ଦିବସ ପାଳିତ    (15-Nov-2026)       ||      ବ୍ରିକ୍ସ ସ୍ଥାୟୀ ଜୀବନଶୈଳୀ ସପ୍ତାହ ୨୦୨୬’ ପାଳିତ   (15-Nov-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ନେତୃତ୍ୱ ବିକାଶ ତଥା ଜାତୀୟ ଓ ଆନ୍ତର୍ଜାତୀୟ ଛାତ୍ରବୃତ୍ତି ସୁଯୋଗ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ   (15-Nov-2026)       ||     

HOME   ଜିଲ୍ଲା

ଶିଶୁମାନଙ୍କ ସୁରକ୍ଷା ପାଇଁ ପରିବାର, ସମାଜ ଓ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କଲେ ହିଁ ଆମେ ଶିଶୁମାନଙ୍କୁ ଉତ୍ତମ ନ୍ୟାୟ ଦେଇପାରିବା

15-Nov-2026



ବଲାଙ୍ଗୀର(ପ୍ରେରଣା ଖବର):  ଶିଶୁ ହସିଲେ ଦେଶ ହସିବ, ତେଣୁ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରତ୍ୟେକ ପିତାମାତା ଯତ୍ନବାନ ହେବା ଆବଶ୍ୟକ। ସେମାନଙ୍କ ଭିତରେ ମାତୃଭୂମି ଓ ମାତୃଭାଷା ପ୍ରତି ଭଲ ପାଇବା ସୃଷ୍ଟି କରିବା ସହିତ ସେମାନଙ୍କ ପାଇଁ ଥିବା ଆଇନ ସମ୍ପର୍କରେ ସଚେତନ କରିବା ଏବଂ ଉତ୍ତମ ବ୍ୟବହାର ଶିଖାଇବା ଆବଶ୍ୟକ। ଶିଶୁମାନଙ୍କ ସୁରକ୍ଷା ପାଇଁ ପରିବାର, ସମାଜ ଓ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କଲେ ହିଁ ଆମେ ଶିଶୁମାନଙ୍କ ବିକାଶ ତଥା ସେମାନଙ୍କୁ ଉତ୍ତମ ନ୍ୟାୟ ଦେଇପାରିବା। ସ୍ଥାନୀୟ ସଂସ୍କୃତି ଭବନ ସଭାକକ୍ଷରେ ବଲାଙ୍ଗୀରର ଅଗ୍ରଣୀ ସାହିତ୍ୟିକ, 

ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ 'ରଚନା' ଦ୍ଵାରା ଆୟୋଜିତ ମାସିକ ରଚନା ସନ୍ଧ୍ୟା କାର୍ଯ୍ୟକ୍ରମରେ "ଶିଶୁ ସୁରକ୍ଷା: ଲକ୍ଷ୍ୟ ଓ ବାସ୍ତବତା" ଶୀର୍ଷକ ଆଲୋଚନାଚକ୍ର ରେ ଏହି ମତପ୍ରକାଶ ପାଇଛି। ଏଥିରେ ଅତିଥିବକ୍ତା ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ ପରିବେକ୍ଷକ ଅଧିକାରୀ ଦିଗମ୍ବର କର, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟା ଏସ୍ ଲତାଶ୍ରୀ, ବରିଷ୍ଠ ସାମ୍ବାଦିକ ପାର୍ଥ ମହାପାତ୍ର ଏବଂ କଲ୍ୟାଣ ସ୍ବେଛାସେବୀ ସଂଗଠନର ସମ୍ପାଦିକା ମୀନାକ୍ଷୀ ପୁରୋହିତ ଯୋଗ ଦେଇ ଶିଶୁମାନଙ୍କୁ ସେମାନଙ୍କ ଅଧିକାର ଦେବା ଏବଂ ସେମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ନିଜେ କାମ କରି ପାଇଥିବା ଅନୁଭବ ଏବଂ ଅନୁଭୂତି କହିବା ସହ ସେମାନଙ୍କ ପାଇଁ ଥିବା ଆଇନ ସମ୍ପର୍କରେ ସଚେତନ କରିଥିଲେ। ପରେ ପରେ ମତ ବିନିମୟ କାର୍ଯ୍ୟକ୍ରମରେ 

ବରିଷ୍ଠ ନାଗରିକ ମନୋରଞ୍ଜନ ସାହୁ ଏବଂ ଯୁବପ୍ରତିଭା ଶିବାମ୍ବୁ ଶେଖର ଧଳ ଓ ଡୋଲାମଣି ବାଗ ବିଷୟ ଉପରେ ନିଜ ନିଜ ମତ ରଖିଥିଲେ। ସଭା ଆରମ୍ଭରେ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ କବିତା "ଶିଶୁ"ର ଆବୃତ୍ତି କରିଥିଲେ କବି ମୃଗେଶ ବୈଷ୍ଣବ ପାଣିଗ୍ରାହୀ। କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ 'ରଚନା'ର ଉପସଭାପତି ବରିଷ୍ଠ ସାମ୍ବାଦିକ କବି ଆନନ୍ଦ ଚନ୍ଦ୍ର ସାହୁ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ 'ରଚନା'ର ସହସମ୍ପାଦକ ରତ୍ନମୟ ତ୍ରିପାଠୀ। ଏହି କାର୍ଯ୍ୟକ୍ରମରେ ସହରର ଅନେକ ବୁଦ୍ଧିଜୀବୀ, ସାହିତ୍ୟିକ ଓ ଜିଲ୍ଲା ପାଠାଗାରର ଛାତ୍ରଛାତ୍ରୀ ଯୋଗଦେଇ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଦ୍ୱିତୀୟ ଦିବସ   15-Nov-2026
  ଜିଲ୍ଲା  
ଟ୍ରକ ସହ ୮କୁଇଣ୍ଟାଲ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ଅନ୍ତଃ ରାଜ୍ୟ ମାଫିଆ ଗିରଫ   15-Nov-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ଅବସରରେ ଜିଲ୍ଲା ଓକିଲ ସଂଘ ତରଫରୁ ଦାବିପତ୍ର, ବଲାଙ୍ଗୀର ରେ ହାଇକୋର୍ଟ ସ୍ଥାୟୀ ଵେଞ୍ଚ ପୁନଃସ୍ଥାପନ ହେଉ   15-Nov-2026
  ଜିଲ୍ଲା  
ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୫ରେ ସମ୍ମାନିତ ହେଲେ ବଲାଙ୍ଗୀରର ଏଡିଇଓ ସେବାଶ୍ରୀ ଭୋଇ   15-Nov-2026
  ଜିଲ୍ଲା  
ବରପାଲି ଏନଏସି ପକ୍ଷରୁ ୨୨୯ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ   15-Nov-2026
  ଜିଲ୍ଲା  
ମଣ୍ଟେସରୀ ପବ୍ଲିକ ସ୍କୁଲ ରେ ନେହେରୁ ଜୟନ୍ତୀ ପାଳିତ   15-Nov-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଶିଶୁ ଦିବସ ପାଳିତ   15-Nov-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଶିଶୁ ଦିବସ ପାଳିତ।   15-Nov-2026
  ଜିଲ୍ଲା  
ଶିଶୁମାନଙ୍କ ସୁରକ୍ଷା ପାଇଁ ପରିବାର, ସମାଜ ଓ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କଲେ ହିଁ ଆମେ ଶିଶୁମାନଙ୍କୁ ଉତ୍ତମ ନ୍ୟାୟ ଦେଇପାରିବା   15-Nov-2026
  ଜିଲ୍ଲା  
ଅଭିଭାବକ ଶିକ୍ଷକ ସହଭାଗିତା କାର୍ଯ୍ୟକ୍ରମ ଓ ଜନଜାତି ଗୌରବ ଦିବସ ପାଳିତ   15-Nov-2026
  ଜିଲ୍ଲା  
ବରପାଲିରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   15-Nov-2026
  ଜିଲ୍ଲା  
ଟିଟିଲାଗଡ ପୌରପରିଷଦର ଭୂତଳ ପୋଲ ଠାରୁ ହାଟପଦା ପଡ଼ା ଦୈନିକ ବଜାର ଓ ୧୨ ନମ୍ବର ୱାର୍ଡର ତାରିଣୀ ମନ୍ଦିର ରାସ୍ତା ଅବସ୍ଥା ଶୋଚନୀୟ   15-Nov-2026

You Might Also Like