-+91-9937148622 |
prerana_bgr@rediffmail.com |
Monday 16th November 2026 |
R.N.I. Regd No. ODIODI/2010/46693
Breaking News
15-Nov-2026
ଟିଟିଲାଗଡ - ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ୧୨ ନମ୍ବର ୱାର୍ଡର ତାରିଣୀ ମନ୍ଦିର ରାସ୍ତା ଯାହାକି ରେଳ ଷ୍ଟେସନର ୪/୫ ନମ୍ବର ପ୍ଲାଟଫର୍ମକୁ ସଂଯୋଗ ଓ ହାଟପଦା ପଡ଼ା ୧୪/୧୫ ୱାର୍ଡର ମୁଖ୍ୟ ରାସ୍ତା ତଥା ଦୈନିକ ବଜାର ଯିବା ରାସ୍ତାକୁ ସଂଯୋଗ କରୁଛି, ଯେଉଁଟା କି ଭୂତଳ ପୋଲ ଠାରୁ ଡାହାଣ ଓ ବାମ ପଟ ରାସ୍ତା ରହିଛି। ଯେଉଁ ରାସ୍ତା ଦେଇ ରେଳ ଯାତ୍ରୀ, ବ୍ଲକ କର୍ମଚାରୀ, ସାଧାରଣ ଲୋକ, ସ୍କୁଲ ଛାତ୍ର ଛାତ୍ରୀ, ବିଭିନ୍ନ ବିଭାଗର କର୍ମଚାରି, ରେଳ ବିଭାଗ କର୍ମଚାରୀ ଯିବା ଆସିବା କରିଥାନ୍ତି। ଦୁର୍ଭାଗ୍ୟର ବିଷୟ ଯେ ଏହି ରାସ୍ତା ଅବସ୍ଥା ଦେଖିଲେ ଲାଗୁଛି ଯେମିତି କି ସହରରୁ ଏହି ରାସ୍ତା ବିଚ୍ଛିନ୍ନ ହୋଇଯାଇଛି। ରାସ୍ତା ତମାମ ଖାଲ ଓ ଗାତ ହେବା ଯୋଗୁଁ ଏହି ରାସ୍ତା ଦେଇ ଯାଉଥିବା ଜନ ସାଧାରଣଙ୍କ ଦୁଃଖ କହିଲେ ନ ସରେ। ଲୋକଙ୍କ କହିବାନୁଯାୟୀ ଯଦି ଗର୍ଭବତୀ ମହିଳା ଏହି ରାସ୍ତାରେ ଯିବ ତାହେଲେ ହସ୍ପିଟାଲକୁ ଯିବାକୁ ପଡ଼ିବନି ଖାଲରେ ପଡ଼ିବା ମାତ୍ରେ ହିଁ ସେଠାରେ ହିଁ ଛୁଆ ବାହାରି ପଡ଼ିବ।
କେବେ ରାସ୍ତା ନିର୍ମାଣ କରାଯାଇଥିଲା ସେ ବିଷୟରେ ଲୋକେ ବି ଭୁଲି ଗଲେଣି। ସେଠାରେ ଥିବା ମସଜିଦ ଠାରୁ ରେଳ ଷ୍ଟେସନ ଯାଏଁ ବହୁତ ବର୍ଷ ପୂର୍ବେ ରାସ୍ତା କାମ ହୋଇଥିଲା। ମସଜିଦ ଠାରୁ ଭୂତଳ ପୋଲ ଅବସ୍ଥା ନ କହିବା ଭଲ, ସେହିପରି ଭୂତଳ ପୋଲ ଠାରୁ ହାଟପଦା ପଡ଼ା ଯିବା ରାସ୍ତା ଅତି ଶୋଚନୀୟ ହୋଇପଡ଼ିଛି। ଯଥା ଶୀଘ୍ର ପୌର ପରିଷଦ ଓ ରେଳ ବିଭାଗ ଅଧିକାରୀଙ୍କୁ ଅନୁରୋଧ ଏଥି ପ୍ରତି ଦୃଷ୍ଟି ଦେବା ସହ ଯଥା ଶୀଘ୍ର ରାସ୍ତା ନିର୍ମାଣ କଲେ ପଡ଼।ବାସି ତଥା ରେଳ ଯାତ୍ରୀ ଉପକୃତ ହେବେ ବୋଲି ସାଧାରଣରେ ଦାବି ହୋଇଛି।