-+91-9937148622 |
prerana_bgr@rediffmail.com |
Monday 16th November 2026 |
R.N.I. Regd No. ODIODI/2010/46693
Breaking News
15-Nov-2026
ବଲାଙ୍ଗିର ତା ୧୪/୧୧: (ପ୍ରେରଣା ଖବର): ସ୍ଥାନୀୟ ବଲାଙ୍ଗୀର ସହର ମାଲପଡ଼ା ସ୍ଥିତ ମଣ୍ଟେସୋରୀ ପବ୍ଲିକ ସ୍କୁଲ ତରଫରୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁ ଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ସ୍କୁଲ ପ୍ରତିଷ୍ଠାତା ତଥା ମେନେଜିଙ୍ଗ ଡାଇରେକ୍ଟର ରବିଚନ୍ଦ୍ର ଉଦଗାତା, ଚେୟାରମ୍ୟାନ ବୀରେନ୍ଦ୍ର ନାରାୟଣ ଉଦଗାତା, ଏକାଡେମିକ ପ୍ରିନ୍ସିପାଲ ଡ. ରବିଚନ୍ଦ୍ର ପଶାୟତ ଚାଚା ନେହେରୁ ଙ୍କ ଫଟୋଚିତ୍ର ରେ ପୂଜାର୍ଚ୍ଚନା କରିଥିଲେ। ନେହେରୁଜୀ ଙ୍କ ଜୀବନ ଦର୍ଶନ ଓ ସେବା ନୂତନ ସ୍ୱାଧୀନ ଭାରତ ଗଠନରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥି, ଶିକ୍ଷକ, ହାଉସ ର ଛାତ୍ରଛାତ୍ରୀ ମାନେ ତଥା ସାମ୍ବାଦିକ ଆକୁଳ ବେହେରା ନିଜସ୍ୱ ମତବ୍ୟକ୍ତ କରିଥିଲେ। । ପ୍ରାରମ୍ଭରେ ସଙ୍ଗୀତ ଶିକ୍ଷକ ନବୀନ ବର୍ମାଙ୍କ ନିର୍ଦ୍ଦେଶରେ ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ଆଶିକ ଯୋଶୀ,ଉଦୟ ସାହୁ, ରୋହିତ୍ ବକୁଳ, ଆରତୀ ପ୍ରିୟଦର୍ଶନୀ, ଆଶାରାଣୀ ବିଶ୍ୱାଳ, ମୋନାଲିସା ସାହୁ, ସ୍ନିଗ୍ଧା ବାରିକ, ପ୍ରୀତି ପର୍ଣ୍ଣ। ମିଶ୍ର, ଆର ସୁଲତାନା, ଲୋଚନା ଆରୁକ୍, ଶିବାନୀ ମହାକୁର,ସ୍ମୃତି ସ୍ୱରୂପା ପୂଜାରୀ, ,ପ୍ରତୀକ୍ଷା ରଥ, ନିରୁପମା ଯୁଏଡ , ଅନୁପମା ତାନ୍ତୀ ,ସମୀକ୍ଷା ପ୍ରଧାନ, ଜସ୍ମିନୀ ଉଦଗାତା, ଲକି ହୋତା, ସତ୍ୟବତୀ ବାଗ, ପୁଷ୍ପାଞ୍ଜଳି ପଶାୟତ, ରୁକ୍ମଣୀ ବିଶି, ମୋନାଲିସା ପୃଷେଟ , ହାଡ଼ୁ କୁମ୍ଭାର,ପ୍ରତିମା ସେଠ୍ ,କିରନ ବୁର୍ଗୀ ପ୍ରମୁଖ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମକୁ ଆର୍ଯ୍ୟାହୀ ମିଶ୍ର ଓ ହେଡ୍ ଗାର୍ଲ୍ ଶକ୍ତି ସ୍ୱରୂପା ସଂଯୋଜନା କରିଥିଲେ। ଶେଷରେ ହେଡ୍ ବୟ ତେଜସ ଧନ୍ୟବାଦ ଅର୍ପଣ କରିଥିଲେ।