-+91-9937148622 |
prerana_bgr@rediffmail.com |
Monday 16th November 2026 |
R.N.I. Regd No. ODIODI/2010/46693
Breaking News
15-Nov-2026
ରିପୋର୍ଟ: ମଳୟ ମିଶ୍ର
ବଲାଙ୍ଗୀର : ଗତକାଲି ବିଳମ୍ବିତ ରାତିରେ ଲାଠୋର ବନବିଭାଗ ବେଲପଡା ଥାନା ଘାଗୁର୍ଲି ସେକସନ୍ ଅନ୍ତର୍ଗତ ଘାଗୁର୍ଲି ପତ୍ରା ଜଙ୍ଗଲଠାରେ ଘାଗୁର୍ଲିର ପଙ୍କ କାଣ୍ଡ(୫୮) ନାମକ ଜଣେ ବ୍ୟକ୍ତିଙ୍କୁ ବଣୁଆ ହାତୀଦଳ ଦଳି ଦେଇଥିବା ଜଣାପଡିଛି । ସକାଳୁ ଖବର ପାଇ ଲାଠୋର ରେଞ୍ଜ୍ ର ବନବିଭାଗ ଓ ବେଲପଡା ଥାନା ପକ୍ଷରୁ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ଓ ମୃତବ୍ୟକ୍ତି ଜଣକ ନିକଟସ୍ଥ ଘାଗୁର୍ଲିର ନବୀନ ଚଣ୍ଡୀଙ୍କ କୁକୁଡା ଫାର୍ମ ତଥା ପାମ୍ ଚାରା ଉତ୍ପାଦନ ବଗିଚାରେ ଜଣେ ଶ୍ରମିକ ଥିବା ଲାଠୋର ରେଞ୍ଜର ଦିପ୍ତିମାନ୍ ପଣ୍ଡାଙ୍କ ଠାରୁ ପ୍ରକାଶ ।
ପ୍ରକାଶଯୌଗ୍ୟ ଯେ ବେଲପଡା ବ୍ଲକ୍ ର ଘାଗୁର୍ଲି ପଞ୍ଚାୟତରେ ହିତାଧିକାରୀଙ୍କୁ ସରକାରୀ ସହାୟତାରେ ସୋକ୍ ପିଟ୍ କରାଇ ସେଥିରୁ ବହୁଅର୍ଥ ଅନ୍ୟୋୟାପାର୍ଜନ କରିଥିବା ଅଭିଯୁକ୍ତ ଜଣେ ଗ୍ରାମସାଥୀ ଥିବା ଘାଗୁର୍ଲିର ନବୀନ ଚଣ୍ଡୀ ନାମକ ଜଣେ ସାଧାରଣ ବ୍ୟକ୍ତି ଘାଗୁର୍ଲି ପତ୍ରାଜମି ସଂଲଗ୍ନ ଏକ ଜମିକୁ ନିଜ ପତ୍ନୀ ଉର୍ବଶୀ ଚଣ୍ଡୀଙ୍କ ନାଁ'ରେ ଘାଗୁର୍ଲିର ଦୁର୍ଯ୍ୟୋଧନ ଚିରାଗୁନ୍ ଓ ଅନ୍ୟପ୍ରଜାଙ୍କ ଠାରୁ ପ୍ରାୟ ୫ ବର୍ଷ ତଳେ ପର୍ଲିମାଲ୍ ରାଜସ୍ବ ସର୍କଲ ଅନ୍ତର୍ଗତ ଖାତା ନ. ୯୬ର ୫. ୫୫ ଡେସମିଲ୍ ଜମି ପ୍ଲଟ୍ ନ. ୨୧୦/ ୪୧୫ ରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୭ ହଜାର ସଂଖ୍ୟକ ଏକ କୁକୁଡାଫାର୍ମ କରିଛନ୍ତି । ଏହାସହିତ ସେ ମଧ୍ୟ ସେଠାରେ ପ୍ରାୟ ସାଢେ ୩ ଏକର ଜମିରେ ହର୍ଟିକଲ୍ ଚର୍ ବିଭାଗର ଯୋଜନାରେ ଏକ ପାମ୍ ତେଲ କମ୍ପାନୀର ସହାୟତା ରେ କେନ୍ଦ୍ର ଓ ରାଜ୍ୟର ମଞ୍ଜୁରୀକ୍ରମେ ବ୍ୟାଙ୍କଋଣ ଆଣି ପାମ୍ ଚାରା ଉତ୍ପାଦନ ପାଇଁ କମ୍ପାନୀ ସହ ଏଗ୍ରିମେଣ୍ଟ କରିଥିବା ପୂର୍ବତନ ବଲାଙ୍ଗୀର ଉଦ୍ୟାନବିଭାଗର ଉପ- ନିର୍ଦ୍ଦେଶକ ସ୍ବଦେଶ ରାୟ ଚୌଧୁରୀ କମ୍ପାନୀର ଡେପୁଟି ମୁଖ୍ୟ ଅଧିକାରୀ ମ୍ୟାନେଜର ଶମ୍ଭୁ ସ୍ବାଇଁ ପ୍ରକାଶ କରିଥିଲୋ ।
ତେବେ ଆଶ୍ଚର୍ଯ୍ୟର ବିଷୟ ଏହା ଯେ ଏହି ଅଞ୍ଚଳଟି ପତ୍ରାଜଙ୍ଗଲରେ 'ହାତୀ ଚଲାପଥ' ହୋଇଥିବା ବେଳେ ସେଠାରେ ପତ୍ରାଜଙ୍ଗଲର ରାସ୍ତା କରି ସେ ଫାର୍ମକୁ ଯିବାଆସିବା କରିବା ସହିତ ସମସ୍ତଙ୍କ ଆଖିରେ ଧୂଳି ଝିଣ୍ଟି କିଛି ଜଙ୍ଗଲଜମି ଜବରଦଖଲ ପୂର୍ବକ ଉଦ୍ୟାନବିଭାଗ, ବନବିଭାଗର ସରକାରୀ ଅଧିକାରୀ ଓ କମ୍ପାନୀର ଅଧିକାରୀଙ୍କୁ ଧରି କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଆଣି କରିଥିବା ଏହି ବହୁମୁଖୀ ଫାର୍ମହାଉସ୍ ରେ ନିକଟସ୍ଥ ଏକ ଲାରିରେ ନିଜ ଫାର୍ମର ମଜୁରିଆଙ୍କୁ ଲଗାଇ ବେଆଇନ୍ ଦେଶୀମଦ ବିକୁଥିବା ପରି ଗୁରୁତର ଅଭିଯୋଗ ପ୍ରକାଶ ପାଇ ଆସୁଥିଲା । ଏ ସମ୍ପର୍କିରେ ନବୀନ ଚଣ୍ଡୀଙ୍କ ଉକ୍ତ ଫାର୍ମହାଉସ୍ ଓ ଗ୍ରାମର ତାଙ୍କ ଘରକୁ ଯାଇ ଏକାଧିକବାର ତାଙ୍କ ବରୋଧରେ ଉଠୁଥିବା ଅଭିଯୋଗ ସମ୍ପର୍କରେ ପଚାରିବାକୁ ଉଦ୍ୟମ କରାଯାଇ ଥିଲେ ହେଁ , ସେ ଲୁଚୁଥିଲେ । ସର୍ବୋପରି 'ହାତୀ ଚଲାପଥ'କୁ ଅବରୋଧ କରିବା ଫଳରେ ଜଣେ ଗରିବଲୋକର ପ୍ରାଣହାନୀ ନିମନ୍ତେ
କିଏ ଦାୟୀ ?
ଏଣୁ ତାଙ୍କପରି ଜଣେ ସାଧାରଣ ଗ୍ରାମସାଥୀ କେଉଁଠୁ ଏତେଟଙ୍କା ପାଇ ଜମି କିଣିଛନ୍ତି , ତାଙ୍କୁ କେମିତି ଉପରୋକ୍ତ ସରକାରୀ ଅଧିକାରୀ ଓ କମ୍ପାନୀ ଅଧିକାରୀ ଏଭଳି ବିବାଦୀୟ ଜମିରେ ଫାର୍ମ ଓ ଚାରାଉତ୍ପାଦନ କରିବାକୁ ଚୁକ୍ତି କରିଥିଲେ ଓ ସର୍ବୋପରି କେଉଁ ବ୍ୟାଙ୍କ କିପରି ଏଭଳି ଜଣେ ତଥାକଥିତ ହିତାଧିକାରୀଙ୍କୁ କୋଟି କୋଟି ଟଙ୍କାର ଋଣ ମଞ୍ଜୁର କରିଛନ୍ତି , ଏସବୁର ଏକ ଭିଜିଲାନ୍ସ ତଦନ୍ତର ଦାବିକୁ କାହିଁକି ଗଣମାଧ୍ୟମରେ ଅଭିଯୋଗ ପ୍ରକାଶ ପାଇଥିବା ସତ୍ତ୍ବେ ବି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପାଟଣାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳର ଏହି ଘଟଣା ପ୍ରତି ସରକାର କର୍ଣ୍ଣପାତ କରୁନାହାଁନ୍ତି , ଆଶ୍ଚର୍ଯ୍ୟର ବିଷୟ !