-+91-9937148622 |

prerana_bgr@rediffmail.com |

  Monday 16th November 2026 |

| | | |

R.N.I. Regd No. ODIODI/2010/46693

Breaking News

୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଦ୍ୱିତୀୟ ଦିବସ    (15-Nov-2026)       ||      ଟ୍ରକ ସହ ୮କୁଇଣ୍ଟାଲ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ଅନ୍ତଃ ରାଜ୍ୟ ମାଫିଆ ଗିରଫ    (15-Nov-2026)       ||      ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ଅବସରରେ ଜିଲ୍ଲା ଓକିଲ ସଂଘ ତରଫରୁ ଦାବିପତ୍ର, ବଲାଙ୍ଗୀର ରେ ହାଇକୋର୍ଟ ସ୍ଥାୟୀ ଵେଞ୍ଚ ପୁନଃସ୍ଥାପନ ହେଉ    (15-Nov-2026)       ||      ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୫ରେ ସମ୍ମାନିତ ହେଲେ ବଲାଙ୍ଗୀରର ଏଡିଇଓ ସେବାଶ୍ରୀ ଭୋଇ   (15-Nov-2026)       ||      ବରପାଲି ଏନଏସି ପକ୍ଷରୁ ୨୨୯ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ   (15-Nov-2026)       ||      ମଣ୍ଟେସରୀ ପବ୍ଲିକ ସ୍କୁଲ ରେ ନେହେରୁ ଜୟନ୍ତୀ ପାଳିତ   (15-Nov-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଶିଶୁ ଦିବସ ପାଳିତ   (15-Nov-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଶିଶୁ ଦିବସ ପାଳିତ।   (15-Nov-2026)       ||      ଶିଶୁମାନଙ୍କ ସୁରକ୍ଷା ପାଇଁ ପରିବାର, ସମାଜ ଓ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କଲେ ହିଁ ଆମେ ଶିଶୁମାନଙ୍କୁ ଉତ୍ତମ ନ୍ୟାୟ ଦେଇପାରିବା   (15-Nov-2026)       ||      ଅଭିଭାବକ ଶିକ୍ଷକ ସହଭାଗିତା କାର୍ଯ୍ୟକ୍ରମ ଓ ଜନଜାତି ଗୌରବ ଦିବସ ପାଳିତ   (15-Nov-2026)       ||      ବରପାଲିରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   (15-Nov-2026)       ||      ଟିଟିଲାଗଡ ପୌରପରିଷଦର ଭୂତଳ ପୋଲ ଠାରୁ ହାଟପଦା ପଡ଼ା ଦୈନିକ ବଜାର ଓ ୧୨ ନମ୍ବର ୱାର୍ଡର ତାରିଣୀ ମନ୍ଦିର ରାସ୍ତା ଅବସ୍ଥା ଶୋଚନୀୟ    (15-Nov-2026)       ||      ମନ୍ଥର ଗତିରେ ଚାଲିଛି ସୁବର୍ଣ୍ଣପୁର ଜିଲ୍ଲାର ବନ୍ଦୋବସ୍ତ ପ୍ରକ୍ରିୟା   (15-Nov-2026)       ||      ପତ୍ରା ଜଙ୍ଗଲକୁ ବେଆଇନ ଜବରଦଖଲ କାହା ସ୍ୱାର୍ଥରେ ? ଜଗୁଆଳି ବିକୁଥିଲା ଦେଶୀମଦ♦️ ମଣିଷକୃତ ଭୁଲ ପାଇଁ ହାତୀ ଆକ୍ରମଣରେ ନିରୀହ ବୃଦ୍ଧ ଙ୍କ ଜୀବନ ଗଲା    (15-Nov-2026)       ||      ୧୯ ତମ ଲୋଇସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ – ୨୦୨୬   (15-Nov-2026)       ||      ପଲସଦା ଉଚ୍ଚ ବିଦ୍ୟାଳୟରେ ଧୁମଧାମରେ ପାଳିତ ହେଲା ଶିଶୁ ମହୋତ୍ସବ–୨୦୨୬   (15-Nov-2026)       ||      ବଲାଙ୍ଗୀର ହେବ ରକ୍ତହୀନତା ମୁକ୍ତ♦️ ଶପଥ ନେଲେ ଯୁବ ସ୍ୱେଚ୍ଛାସେବୀ - ଗୀତ, ନୃତ୍ୟ ଓ ରକ୍ତ ପରୀକ୍ଷାରେ ଝୁମିଲା ମହାବିଦ୍ୟାଳୟ   (15-Nov-2026)       ||      ଡୁଙ୍ଗୁରିପାଲି:   ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଫଟାମୁଣ୍ଡା ପରିସରରେ ଶିଶୁ ଦିବସ ପାଳିତ    (15-Nov-2026)       ||      ବ୍ରିକ୍ସ ସ୍ଥାୟୀ ଜୀବନଶୈଳୀ ସପ୍ତାହ ୨୦୨୬’ ପାଳିତ   (15-Nov-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ନେତୃତ୍ୱ ବିକାଶ ତଥା ଜାତୀୟ ଓ ଆନ୍ତର୍ଜାତୀୟ ଛାତ୍ରବୃତ୍ତି ସୁଯୋଗ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ   (15-Nov-2026)       ||     

HOME   ଜିଲ୍ଲା

ବରପାଲିରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ

15-Nov-2026



ବରପାଲି : (ସୁଦାମ ଦୀପ) ବରଗଡ଼ ଜିଲ୍ଲା ବରପାଲି ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ଆୟୋଜିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରରେ ଚାଷୀଙ୍କୁ ଆତ୍ମନିର୍ଭରଶୀଳ କରିବା, ଆଧୁନିକ ପ୍ରାଣୀପାଳନ ପଦ୍ଧତି ସମ୍ପର୍କରେ ଅବଗତ କରାଇବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଚାଷୀଙ୍କ ନିକଟରେ ପହଞ୍ଚାଇବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ଅବସରରେ ବରପାଲି ବ୍ଲକ ଅଧ୍ୟକ୍ଷା ରୀନା ଥଇତ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା , ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସୁରେନ୍ଦ୍ର ପାତ୍ର, ବିଧାୟକ ଙ୍କ ପ୍ରତିନିଧି ଧୀରୋଜ ପଧାନ,  ଅଚ୍ୟୁତାନନ୍ଦ ବାରିକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଶୋଭନ କୁମାର ନାୟକ ଏବଂ ସମ୍ବଲପୁରର ଡେପୁଟି ଡାଇରେକ୍ଟର ଫିସିରି, ଜ୍ଞାନ ରଞ୍ଜନ ସାମଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ପ୍ରାରମ୍ଭରେ ଡ. ଅକ୍ଷୟ କୁମାର ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରି ମେଳା ଆୟୋଜନର ଉଦ୍ଦେଶ୍ୟ ଓ ଏହାର ଉପାଦେୟତା ସମ୍ପର୍କରେ ଅତିଥି ଓ ଉପସ୍ଥିତ ଚାଷୀମାନଙ୍କୁ ଅବଗତ କରାଇଥିଲେ।ମେଳାରେ ଗୋପାଳକ ଓ ମତ୍ସ୍ୟଚାଷୀଙ୍କ ଆର୍ଥିକ ଉନ୍ନତିକୁ ଗୁରୁତ୍ୱ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସହାୟତା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷକରି ଗୋପାଳକଙ୍କ ପାଇଁ ଉଦ୍ଦିଷ୍ଟ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ଜାତୀୟ ମତ୍ସ୍ୟ ଡିଜିଟାଲ ପ୍ଲାଟଫର୍ମରେ ପଞ୍ଜୀକରଣ ପ୍ରକ୍ରିୟା ଏବଂ ଘର ଅଗଣାରେ କୁକୁଡ଼ା ପାଳନ ପାଇଁ ମିଳୁଥିବା ସରକାରୀ ସହାୟତା ବିଷୟରେ ଚାଷୀମାନଙ୍କୁ ସୂଚନା ଦିଆଯାଇଥିଲା। ଏହି ଯୋଜନାଗୁଡ଼ିକର ସୁଯୋଗ ନେଇ ଚାଷୀମାନେ କିପରି ନିଜର ଆୟ ବୃଦ୍ଧି କରିବା ସହ ଜୀବିକାକୁ ଅଧିକ ସୁଦୃଢ଼ କରିପାରିବେ, ସେନେଇ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା।ସେହିପରି ଗୋପାଳନ ଓ ଅନ୍ୟାନ୍ୟ ପ୍ରାଣୀପାଳନ କ୍ଷେତ୍ରରେ ରୋଗ ନିୟନ୍ତ୍ରଣ ଏବଂ ସୁସ୍ଥ ପରିବେଶର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା। ଗାଈ, ବାଛୁରୀ, ଛେଳି, ମେଣ୍ଢା ଓ କୁକୁଡ଼ାଙ୍କର ନିୟମିତ ଟିକାକରଣ, ରୋଗର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ, ଉପଯୁକ୍ତ ଖାଦ୍ୟ ପ୍ରଦାନ ଏବଂ ସମୟୋଚିତ ପ୍ରାଣୀ ଚିକିତ୍ସାର ଆବଶ୍ୟକତା ସମ୍ପର୍କରେ ଚାଷୀମାନଙ୍କୁ ଦିଗ୍‌ଦର୍ଶନ ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ଡ. ମିଳି ପାଣ୍ଡେ ପରିଚାଳନା କରିଥିବା ବେଳେ ଶେଷରେ ଡ. ଶୋଭନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ମେଳା ମାଧ୍ୟମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରରେ ଚାଷୀଙ୍କୁ ସଚେତନ କରିବା ସହ ସରକାରୀ ଯୋଜନାର ସୁଫଳ ତୃଣମୂଳସ୍ତରରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
୧୯ ତମ ଲୋଇସିଂହା କପ ଫୁଟବଲ ଟୁର୍ନାମେଣ୍ଟ - ୨୦୨୬ ର ଦ୍ୱିତୀୟ ଦିବସ   15-Nov-2026
  ଜିଲ୍ଲା  
ଟ୍ରକ ସହ ୮କୁଇଣ୍ଟାଲ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ଅନ୍ତଃ ରାଜ୍ୟ ମାଫିଆ ଗିରଫ   15-Nov-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ଅବସରରେ ଜିଲ୍ଲା ଓକିଲ ସଂଘ ତରଫରୁ ଦାବିପତ୍ର, ବଲାଙ୍ଗୀର ରେ ହାଇକୋର୍ଟ ସ୍ଥାୟୀ ଵେଞ୍ଚ ପୁନଃସ୍ଥାପନ ହେଉ   15-Nov-2026
  ଜିଲ୍ଲା  
ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୫ରେ ସମ୍ମାନିତ ହେଲେ ବଲାଙ୍ଗୀରର ଏଡିଇଓ ସେବାଶ୍ରୀ ଭୋଇ   15-Nov-2026
  ଜିଲ୍ଲା  
ବରପାଲି ଏନଏସି ପକ୍ଷରୁ ୨୨୯ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ   15-Nov-2026
  ଜିଲ୍ଲା  
ମଣ୍ଟେସରୀ ପବ୍ଲିକ ସ୍କୁଲ ରେ ନେହେରୁ ଜୟନ୍ତୀ ପାଳିତ   15-Nov-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଶିଶୁ ଦିବସ ପାଳିତ   15-Nov-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଶିଶୁ ଦିବସ ପାଳିତ।   15-Nov-2026
  ଜିଲ୍ଲା  
ଶିଶୁମାନଙ୍କ ସୁରକ୍ଷା ପାଇଁ ପରିବାର, ସମାଜ ଓ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କଲେ ହିଁ ଆମେ ଶିଶୁମାନଙ୍କୁ ଉତ୍ତମ ନ୍ୟାୟ ଦେଇପାରିବା   15-Nov-2026
  ଜିଲ୍ଲା  
ଅଭିଭାବକ ଶିକ୍ଷକ ସହଭାଗିତା କାର୍ଯ୍ୟକ୍ରମ ଓ ଜନଜାତି ଗୌରବ ଦିବସ ପାଳିତ   15-Nov-2026
  ଜିଲ୍ଲା  
ବରପାଲିରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   15-Nov-2026
  ଜିଲ୍ଲା  
ଟିଟିଲାଗଡ ପୌରପରିଷଦର ଭୂତଳ ପୋଲ ଠାରୁ ହାଟପଦା ପଡ଼ା ଦୈନିକ ବଜାର ଓ ୧୨ ନମ୍ବର ୱାର୍ଡର ତାରିଣୀ ମନ୍ଦିର ରାସ୍ତା ଅବସ୍ଥା ଶୋଚନୀୟ   15-Nov-2026

You Might Also Like