-+91-9937148622 |
prerana_bgr@rediffmail.com |
Monday 16th November 2026 |
R.N.I. Regd No. ODIODI/2010/46693
Breaking News
15-Nov-2026
କଣ୍ଟାମାଳ(ଜୟ କୁମାର ମହାରଣା): ମନମୁଣ୍ଡା ଥାନା ସ୍ଟାଫ୍ ଗୁଡଭେଲିପଦର, ବିଳାସପୁର ଏରିଆରେ ପେଟ୍ରୋଲିଂ କରୁଥିବା ସମୟରେ ବିଳାସପୁର ମେହେରୁଣୀ ବ୍ରିଜ ନିକଟରେ ଗୋଟିଏ ଅଶୋକ ଲେଲାଇଣ୍ଡ ଟ୍ରକ ଗାଡି ଯାହାର ନମ୍ବର ଡବ୍ଲୁ -୧୧ଏଫ -୭୩୫୭ କୁ ଅଟକାଇ ତଲାସି ନେବାରେ ସେଥିରେ ଦୁଇ ଜଣ ଲୋକ ସହିତ ଗଞ୍ଜେଇ ଭର୍ତ୍ତି ଜରି ବସ୍ତା ଗୁଡିକ ପାଇଲେ । ଉକ୍ତ ଗାଡିରେ ବସିଥବା ଲୋକଙ୍କୁ ସେମାନଙ୍କର ନାମ ଠିକଣା ପଚାରିବାରେ ସେମାନେ – ହରଦେବ ଚୌହାନ (୫୭) ପିତା- ପ୍ରଭାନ୍ସ ଚୌହାନ ଗ୍ରାମ/ଥାନା- ରେବତୀ, ଜିଲ୍ଲା- ବଳିଆ, ରାଜ୍ୟ-ଉତ୍ତର ପ୍ରଦେଶ, ଓ ଆଦିତ୍ୟ ଚୌରସିଆ (୨୦) ପିତା- ରାଜ କୁମାର ଚୌରସିଆ ଗ୍ରାମ-ଆଲାମ ବଜାର, ଥାନା-ବାଲାନଗର, ଜିଲ୍ଲା- କୋଳକତା, ରାଜ୍ୟ-ୱେଷ୍ଟବେଙ୍ଗଳ
ବୋଲି କହିଲେ । ତାକୁ ଉକ୍ତ ଗଞ୍ଜେଇ ପରିବହନ କରୁଥିବାର ଲାଇସେନ୍ସ ଓ କାଗଜପାତ୍ର ମାଗିବାରୁ ସେ ଦେଖେଇ ପାରିଲା ନାହିଁ । ଘଟଣା ସ୍ଥଳରେ ଏକ୍ସଜୁକୁଟିଭ ମାଜିଷ୍ଟ୍ରେଟ ଓ ସାକ୍ଷୀ ମାନଙ୍କର ଉପସ୍ଥିତିରେ ଉକ୍ତ ଗଞ୍ଜେଇ ଓଜନ କରିବାରେ ୧୮ ଗୋଟି ବସ୍ତା ସହିତ ମୋଟ ୮ କୁଇଣ୍ଟାଲ ୧୦ କେଜି ହେଲା । ପରେ ଉକ୍ତ ଗଞ୍ଜେଇ ସହିତ, ଟ୍ରକ ଗାଡି ଘଟଣା ସ୍ଥଳରୁ ତାଙ୍କ ପାଖରୁ ଜବତ କଲେ । ତେଣୁ ତାଙ୍କ ନାମରେ ଏହି ମାମଲା ରୁଜୁ ହୋଇଛି ଓ ତଦନ୍ତ ଚାଲିଛି ।