-+91-9937148622 |
prerana_bgr@rediffmail.com |
Monday 16th November 2026 |
R.N.I. Regd No. ODIODI/2010/46693
Breaking News
13-Nov-2026
ବଲାଙ୍ଗୀର(ପ୍ରେରଣା ଖବର):ସ୍ଥାନୀୟ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷୟତ୍ରୀ ସେଵାଶ୍ରୀ ଭୋଇ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରଦର୍ଶନୀ କୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରା ଉଦଘାଟନ କରିଥିଲେ।ଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ, ଅନୁସନ୍ଧିତ୍ସା ମନୋଭାବ, ସୃଜନଶୀଳତା ଓ ବୈଜ୍ଞାନିକ ଚିନ୍ତାଧାରାର ବିକାଶ କରିବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ପ୍ରଦର୍ଶନୀରେ ବିଦ୍ୟାଳୟର କନିଷ୍ଠ ବିଭାଗରେ ୩୧ ଜଣ ଓ ବରିଷ୍ଠ ବିଭାଗରେ ୨୯ ଜଣ ଛାତ୍ରୀ ଅଂଶଗ୍ରହଣ କରି ବିଭିନ୍ନ ବୈଜ୍ଞାନିକ ଉପକରଣ, ଆକର୍ଷଣୀୟ ମଡେଲ୍ ଓ ପ୍ରକଳ୍ପ ପ୍ରସ୍ତୁତ କରି ପ୍ରଦର୍ଶିତ କରିଥିଲେ। ପରିବେଶ ସୁରକ୍ଷା,ଜଳ ସଂରକ୍ଷଣ,ଶକ୍ତିର ସଦୁପଯୋଗ, ଆଧୁନିକ ବିଜ୍ଞାନ ଓ ଦୈନନ୍ଦିନ ଜୀବନରେ ବିଜ୍ଞାନର ଉପଯୋଗିତା ଭଳି ବିଭିନ୍ନ ବିଷୟକୁ ଆଧାର କରି ଛାତ୍ରୀମାନେ ନିଜ ନିଜର ପ୍ରକଳ୍ପ ଉପସ୍ଥାପନ କରିଥିଲେ।ନିଜେ ପ୍ରସ୍ତୁତ କରିଥିବା ମଡେଲ୍ ଗୁଡ଼ିକର କାର୍ଯ୍ୟପ୍ରଣାଳୀ ଓ ଉପଯୋଗିତା ସମ୍ପର୍କରେ ମଧ୍ୟ ସେମାନେ ସୁନ୍ଦର ଭାବେ ବୁଝାଇଥିଲେ।ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷୟତ୍ରୀ ଜ୍ୟୋସ୍ନାମୟୀ ମିଶ୍ର ଓ ଆଟଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷୟତ୍ରୀ ସନ୍ତୋଷିନୀ ସାହୁ ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ। କନିଷ୍ଠ ବିଭାଗରେ ପାୟଲ ପଟ୍ଟନାଏକ ପ୍ରଥମ,ସୋମାଳିକା ପଟ୍ଟନାଏକ ଦ୍ଵିତୀୟ,ସୁସ୍ମିତା କୁମ୍ଭାର ତୃତୀୟ,ରିୟା ପୃଷ୍ଟି ଚତୁର୍ଥ ଓ ଦିପ୍ତିମୟୀ ପ୍ରଧାନ ପଞ୍ଚମ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବିଭାଗରେ ସ୍ମୃତିଶିଖା କୁମ୍ଭାର ପ୍ରଥମ,ନମ୍ରତା ତାଣ୍ଡି ଦ୍ଵିତୀୟ, ସଂସ୍କୃତି ସାହୁ ତୃତୀୟ,ଆରତୀ ସାହୁ ଚତୁର୍ଥ ଓ ଶ୍ରୀୟା ଶେଫାଳି ସାହୁ ପଞ୍ଚମ ସ୍ଥାନ ଅଧିକାର କରି ପ୍ରମାଣପତ୍ର ଓ ଟ୍ରଫି ପୁରସ୍କାର ସ୍ୱରୂପ ଗ୍ରହଣ କରିଥିଲେ।ବିଜ୍ଞାନ ଶିକ୍ଷୟତ୍ରୀ ଜ୍ୟୋତି ପୂଝାରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷୟତ୍ରୀ ପ୍ରିୟମ୍ବଦା ଦେବ ଓ ସବିତା ମିଶ୍ର କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ।ବିଜ୍ଞାନ ଶିକ୍ଷୟତ୍ରୀ ସୁମନାଞ୍ଜଳି ସାହୁ,ସ୍ୱରୂପା ହୋତା, ଧାରାଶ୍ରୀ ଧୀମହୀ ବେହେରା, ବିନ୍ଦୁରେଖା ସାହୁ,ଜସ୍ମିନ ସାହୁ, ଲିଲି ଭୋଇ,ପୂଜା ଦାଶ, ପ୍ରୀତିସ୍ମିତା ପୋଢ଼ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ଶିକ୍ଷା କର୍ମଚାରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟତ୍ରୀ ନୂତନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।