-+91-9937148622 |
prerana_bgr@rediffmail.com |
Monday 16th November 2026 |
R.N.I. Regd No. ODIODI/2010/46693
Breaking News
13-Nov-2026
ଭୁବନେଶ୍ୱର(ପ୍ରେରଣା ଖବର): ଭୁବନେଶ୍ୱରର ପୋଖରୀପୁଟ ସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମଠାରେ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଦ୍ୱାରା ଆୟୋଜିତ ୟୋନେକ୍ସ-ସନରାଇଜ୍ ୪୦ତମ ସିନିୟର ଷ୍ଟେଟ୍ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ର ମହିଳା ସିଙ୍ଗଲସ ର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଯାଇ ଥିବା ବେଳେ ପୁରୁଷ ବିଭାଗ ର ସେମିଫାଇନାଲ ଲାଇନ ସ୍ଥିର ହୋଇ ସାରିଛି l
ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସହଯୋଗରେ ଆୟୋଜିତ ଏହି ଚାମ୍ପିୟାନସିପ ର ଦ୍ଵିତୀୟ ଦିନ ରେ ରିପୋର୍ଟ ହବବା ପର୍ଯ୍ୟନ୍ତ ମହିଳା ସିଙ୍ଗଲସ ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଯାଇଛି l ମହିଳା ବିଭାଗ ପ୍ରଥମ ସେମିରେ ଟପ ସିଡ ନିମିଶା ଓଝା ନିଜ ପ୍ରତିଦ୍ବନ୍ଦୀ ଖୋର୍ଦ୍ଧା ର ତୁମି ବାଗଚି ଙ୍କୁ ୧୫-୯, ୧୫-୭ ପଏଣ୍ଟ ର ଦୁଇଟି ଗେମ ରେ ହରାଇ ଫାଇନାଲ ରେ ପହଞ୍ଚିଛନ୍ତି l ଏହି ବିଭାଗ ର ଦ୍ଵିତୀୟ ସେମି ଫାଇନାଲ ରେ ଖୋର୍ଦ୍ଧା ର ହର୍ଷିତା ରାଉତ କଟକ ର ସ୍ଵାତି ନାୟକ ଙ୍କୁ ୧୫-୧୩, ୭-୧୫ ଓ ୧୫-୧୩ ର ସଂଘର୍ଷପୁର୍ଣ ତିନୋଟି ଗେମ ରେ ହରାଇ ଫାଇନାଲ ରେ ପହଞ୍ଚିଛନ୍ତି l
ଆଜି ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମେଚ ଗୁଡ଼ିକରୁ ପୁରୁଷ ସେମି ଲାଇନ ଅପ ମଧ୍ୟ ଚୂଡାନ୍ତ ହୋଇସାରିଛି l ପ୍ରଥମ ସେମି ରେ ଟପ ସିଡ ବାଲେଶ୍ୱର ର ଆର୍ଯ୍ୟା ମାଝୀ ଢେଙ୍କାନାଳ ର ଶୁଭ୍ରକେତନ ମଲିକ ଙ୍କୁ ସିଧାସଳଖ ୧୫-୭, ୧୫-୯ ପଏଣ୍ଟ ରେ ହରାଇ ସେମି ରେ ପହଂଚିଛନ୍ତି, ଦ୍ଵିତୀୟ କ୍ଵାଟର ଫାଇନାଲରେ ବଲାଙ୍ଗୀର ଖେଳାଳୀ ଦିବ୍ୟମ କେଜ୍ରିୱାଲ ସୁନ୍ଦରଗଡ଼ ର ଶ୍ରେୟାଂଶ ପରିଡା ଙ୍କୁ ୧୫-୯ ଓ ୧୫-୧୦ ର ଦୁଇଟି ଗେମ ରେ ହରାଇ ସେମି ରେ ପହଂଚିଛନ୍ତି l ତୃତୀତ କ୍ୱାର୍ଟର ରେ
ବାଲେଶ୍ୱର ର ମୟଙ୍କ ଭରଦ୍ୱାଜ ଅନୁଗୁଳ ର ଆୟୁଷ ଦାସ ଙ୍କୁ ୫-୧୫, ୧୫-୧୧ ଓ ୧୫-୧୦ ର ତିନୋଟି ଗେମ ରେ ହରାଇଥିବା ବେଳେ ଚତୁର୍ଥ କ୍ୱାର୍ଟର ରେ ସମ୍ବଲପୁର ଖେଳାଳୀ ତହସିଫ ଖାନ ଖୋର୍ଦ୍ଧା ର ସୌମ୍ୟଜିତ ସାହୁ ଙ୍କୁ ସିଧାସଳଖ ୧୫-୪, ୧୬-୧୪ ର ଦୁଇଟି ଗେମ ରେ ହରାଇ ସେମି ଫାଇନାଲ ରେ ପହଂଚି ଯାଇଛନ୍ତି l
୧୪ ତାରିଖ ପୂର୍ବାହ୍ନ ରେ ଚାରୋଟି ସେମି ଫାଇନାଲ ଏବଂ ସମସ୍ତ ବିଭାଗ ର ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ପ୍ରତିଯୋଗିତା ଆୟୋଜନ କମିଟୀ ସମ୍ପାଦକ ସୁରୁଲାଲ ମଟାରୀ ଜଣାଇଛନ୍ତି l ଆଜି ଅନୁଷ୍ଠିତ ସେମିଫାଇନାଲ ରେ ପରାଜିତ ହୋଇ ତୃତୀୟ ସ୍ଥାନ ଅଧିକାର କରିଥିବା ଖେଳାଳୀ ଙ୍କୁ ଓସବା ତରଫ ରୁ ଚେକ ପ୍ରଦାନ କରି ପୁରସ୍କୃତ କରାଯାଇଥିଲା l ଏହି ସିନିଅର ରାଜ୍ୟ ଚମ୍ପିୟାନସିପ ର କୃତୀ ଖେଳାଳୀ ମl ନେ ଉତ୍ତମ ରେଙ୍କିଙ୍ଗ ପଏଣ୍ଟ ଲାଭ ସହ ଆସନ୍ତା ମାସ ଭୁବନେଶ୍ୱର ରେ ଆୟୋଜନ ହେବାକୁ ଥିବା ଜାତୀୟ ସିନିଅର ବେଡ଼ମୀଣ୍ଟନ ଚମ୍ପିୟାନସିପ ପାଇଁ ଚୟନ ହେବେ ବୋଲି ଓସବା ସମ୍ପାଦକ ନିଲିନ କୁମାର ଜଣାଇଛନ୍ତି l