-+91-9937148622 |
prerana_bgr@rediffmail.com |
Monday 16th November 2026 |
R.N.I. Regd No. ODIODI/2010/46693
Breaking News
12-Nov-2026
ବଲାଙ୍ଗୀର(ପ୍ରେରଣା ଖବର): ଆଜିକାଲିର ବ୍ୟସ୍ତ ବହୁଳ ଦୁନିଆରେ ଚିନ୍ତା ମୁକ୍ତ ହେବା ପାଇଁ ବିଶେଷ କରି ଶିଶୁ, ମହିଳା ଓ ବରିଷ୍ଠ ନାଗରିକ ପାଇଁ ଉଦ୍ଦିଷ୍ଟ ବଲାଙ୍ଗୀରର ସମସ୍ତ ପାର୍କ ଗୁଡିକର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ଏକ ପ୍ରତିନିଧି ମଣ୍ଡଳୀ ସ୍ଥାନୀୟ ପୌରାଧ୍ୟକ୍ଷା ଶ୍ରମତୀ ଲିକା ସାହୁ ଓ କାର୍ଯ୍ୟନିର୍ବାହୀ ଅଧିକାରୀ
ସନ୍ତୋଷ ବେହେରାଙ୍କ ସହ ପୃଥକ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଛନ୍ତି l ନିକଟସ୍ଥ ରାଜେନ୍ଦ୍ର ପାର୍କରେ ବୁଲା କୁକୁର ମାନଙ୍କ ଆଡ୍ଡା ସ୍ଥଳୀ ପାଲଟି କେତେଜଣଙ୍କୁ କାମୁଡିବା ସହ ଅପରିଷ୍କାର କରିବା, ଯୋଗ ପେଣ୍ଡାଲର ମରାମତି, ବ୍ୟାୟାମ ଉପକରଣ ଓ ଆଲୋକ ବ୍ୟବସ୍ଥାର ପୁନଃରୁଦ୍ଧାର ବିଷୟରେ ଆଲୋଚନା ହୋଇଥିଲା l ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ସିଭିଲ ସୋସାଇଟିର ସମସ୍ତ ଦାବିକୁ ଗୁରୁତ୍ୱର ସହ ହାତକୁ ନେବ ବୋଲି କହିଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବେହେରା ଉପରୋକ୍ତ ସମସ୍ତ ଦାବି ଶୀଘ୍ର ପୂରଣ କରିବା ସହ ସହର ରେ ଥିବା ଛୋଟ ବଡ ୧୦ଟି ପାର୍କର ଉନ୍ନତିକରଣ ପାଇଁ ୧କୋଟି ଟଙ୍କା ବ୍ୟୟ କରାଯିବ
ବୋଲି ପ୍ରତିଶୃତି ଦେଇଥିଲେ । ସିଭିଲ ସୋସାଇଟିର ଆବାହକ ଇଂ ବେଲାରସିଂ ଭୋଇ ଓ ସଂଯୋଜକ ମନୋରଞ୍ଜନ ସାହୁ ଙ୍କ ନେତୃତ୍ୱରେ ଜ୍ଞାନରଞ୍ଜନ ପଟନାୟକ, ଇଂ ଲଳିନ୍ଦ୍ର ବେହେରା, ଦୁର୍ବାଦଳ ମହାକୁଡ଼, କିଶୋର ରଥ, ପୀତବାସ ପଣ୍ଡା ଓ 'ପ୍ରେରଣା'ର ସମ୍ପାଦକ ରଘୁନନ୍ଦନ ସିଂହ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l