-+91-9937148622 |
prerana_bgr@rediffmail.com |
Tuesday 17th November 2026 |
R.N.I. Regd No. ODIODI/2010/46693
Breaking News
12-Nov-2026
ସୋନପୁରର ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ଓ ବିଜେପି ର ମିଡିଆ ପ୍ରଭାରୀ ନିରଞ୍ଜନ ତ୍ରିପାଠୀଙ୍କ ମାତା ସ୍ୱର୍ଗତ ବିଶାଖା ତ୍ରିପାଠୀଙ୍କ ଦ୍ୱାଦଶାହ ଉତ୍ସଵ ରେ ଯୋଗ ଦେଇ ଶୋକ ସନ୍ତପ୍ତ ପରିବାରକୁ ସୋନପୁର ଗ୍ରୀଡକୋ କଲୋନୀ ସ୍ଥିତ ବାସଭବନରେ ଭେଟିଲେ ଓସ୍ୱର୍ଗୀୟl ତ୍ରିପାଠୀଙ୍କ ଫଟୋଚିତ୍ର ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସମବେଦନା ଜଣାଇଲେ ଓଡ଼ିଶା ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ଏଵଂ ବୀରମହାରାଜ ପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ରଘୁନାଥ
ଜଗଦଲା l ଏହା ସହିତ ସୁବର୍ଣ୍ଣପୁର ଜିଲ୍ଲାପାଳ ଦେବାଶିଷ୍ ସିଂ IAS, ଏସ ପି ଶ୍ରୀ ନାରାୟଣ ନାଏକ, ଏ ଡି ଏମ ଶ୍ରୀ ରାଜେନ୍ଦ୍ର ମାଝୀ, ଏ ଡି ଏମ୍ ଅନିରୁଦ୍ଧ ପ୍ରଧାନ, ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ର ଅତିରିକ୍ତ ସଚିବ ଶ୍ରୀମତୀ ଅଞଳୀନା ପଧାନ, ରାଜ୍ୟ ସ୍ବାସ୍ଥ୍ୟ ବିଭାଗ
ପ୍ରାକ୍ତନ ନିର୍ଦେଶକ ଡ଼ା ପ୍ରଦୀପ କୁମାର ଗୁରୁ, ସି ଡି ଇ ଓ ଅଶ୍ୱିନୀ ମେହେର, ଉପ ଜିଲ୍ଲାପାଳ ଡଃ ସୌମ୍ୟରୂପା ରଥ, ଡି ଏସ ପି ରେଣୁକା ସୁନା, ଜିଲ୍ଲା ଯୋଗାଣ ଅଧିକାରୀ ନିରଦ ରଞ୍ଜନ ଦାସ, ଜରୁରୀ କାଳୀନ ଵିଭାଗ ଅଧିକାରୀ, ଶ୍ରମ ବିଭାଗ ସହ ଅଧିକାରୀ ଶାଶ୍ୱତ ସୌମ୍ୟ କାନ୍ତ ସାହୁ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ , ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀ ଓ ସୋନପୁର ବ୍ଲକ ଅଞ୍ଚଳ ତଥା ସହରର ହଜାର ହଜାର ଆତ୍ମୀୟ ସ୍ଵଜନ ଯୋଗ ଦେଇ ସ୍ଵର୍ଗୀୟା ତ୍ରିପାଠୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l