-+91-9937148622 |

prerana_bgr@rediffmail.com |

  Friday 16th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||     

HOME   ଜିଲ୍ଲା

ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"

14-Sep-2026



ବଲାଙ୍ଗୀର:ସ୍ଥାନୀୟ ଗାନ୍ଧୀନଗର ପଡ଼ା ସ୍ଥିତ ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଭକ୍ତି ଓ ଉତ୍ସାହର ପରିବେଶ ମଧ୍ୟରେ ଶ୍ରୀଗଣେଶ ପୂଜା ପାଳିତ ହୋଇଯାଇଛି।ବିଦ୍ୟା,ବୁଦ୍ଧି ଓ ଜ୍ଞାନର ଆରାଧ୍ୟ ଦେବତା ଶ୍ରୀଗଣେଶଙ୍କ ଆରାଧନାରେ ସମଗ୍ର ବିଦ୍ୟାଳୟ ପରିସର ଆଧ୍ୟାତ୍ମିକ ପରିବେଶରେ ପରିପୂର୍ଣ୍ଣ ହୋଇଉଠିଥିଲା।ସକାଳ ୧୧ଟାରୁ ପାରମ୍ପରିକ ରୀତିନୀତି ଓ ବିଧିବିଧାନ ଅନୁଯାୟୀ ପୂଜାବିଧି ଆରମ୍ଭ ହୋଇଥିଲା।ପୂଜକ ଭାବେ ହିମାଂଶୁ ନନ୍ଦ ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଦଶମ ଶ୍ରେଣୀର ଛାତ୍ରୀ ଶ୍ରୀୟା ସାହୁ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ।ମନ୍ତ୍ରୋଚ୍ଚାରଣ ଓ ପୂଜାର୍ଚ୍ଚନାରେ ବିଦ୍ୟାଳୟ ପରିବେଶ ଭକ୍ତିମୟ ହୋଇଉଠିଥିଲା।ଏହି ପୂଜା ଅବସରରେ ବିଦ୍ୟାଳୟର ଶିକ୍ଷକ ଡ. ସୁରେଶ ଚନ୍ଦ୍ର ବାରିକଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ସାଜସଜ୍ଜା ବିଶେଷ ଆକର୍ଷଣର କେନ୍ଦ୍ର ପାଲଟିଥିଲା।ହିମାଳୟ ପର୍ବତର ଅବଧାରଣାକୁ ଆଧାର କରି ପୂଜା ମଣ୍ଡପକୁ ସୁନ୍ଦର ଭାବେ ସଜାଯାଇଥିଲା।ପର୍ବତ,ପ୍ରକୃତି ଓ ପରିବେଶର ଅନନ୍ୟ ସମନ୍ୱୟରେ ତିଆରି ଏହି ସାଜସଜ୍ଜା ଛାତ୍ରୀ,ଶିକ୍ଷକ ଓ ଅତିଥିମାନଙ୍କ ମନ ମୋହିଥିଲା।ପୂଜାର ସମସ୍ତ ଦାୟିତ୍ୱ ଶିକ୍ଷୟିତ୍ରୀ ସ୍ୱରୂପା ହୋତା ନିଷ୍ଠାର ସହ ତୁଲାଇଥିଲେ। ତାଙ୍କ ତତ୍ତ୍ୱାବଧାନରେ ପୂଜାସାମଗ୍ରୀ ପ୍ରସ୍ତୁତି,ମଣ୍ଡପ ପରିଚାଳନା ଓ ଅନ୍ୟାନ୍ୟ ବ୍ୟବସ୍ଥା ସୂଚାରୁ ଭାବେ ସମ୍ପନ୍ନ ହୋଇଥିଲା।କାର୍ଯ୍ୟକ୍ରମର ଅନ୍ୟତମ ବିଶେଷ ଆକର୍ଷଣ ଥିଲା ପୂର୍ବତନ ଛାତ୍ରୀମାନଙ୍କ ଯୋଗଦାନ।ବିଦ୍ୟାଳୟର ଗତବର୍ଷ ଅଧ୍ୟୟନ କରିଥିବା ଛାତ୍ରୀମାନେ ନିଜ ପୁରୁଣା ବିଦ୍ୟାଳୟ ପ୍ରତି ଭଲପାଇବା ଓ ଆତ୍ମୀୟତାର ସହ ପୂଜାରେ ଯୋଗଦେଇଥିଲେ।ଏହା ବିଦ୍ୟାଳୟ ଓ ପୂର୍ବତନ ଛାତ୍ରୀମାନଙ୍କ ମଧ୍ୟରେ ଥିବା ଆତ୍ମିକ ସମ୍ପର୍କକୁ ଆହୁରି ମଜବୁତ କରିଥିଲା।ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ସରୋଜ ନାୟକଙ୍କ ସମେତ ଶିକ୍ଷୟିତ୍ରୀ ଅନୁପମା ଉଦ୍ଗାତା,ଶୋଭନା ଚାନ୍ଦ ଓ ସୁପ୍ରଭା ମିଶ୍ର ଯୋଗଦେଇ ପୂଜାର ଶୋଭା ବଢ଼ାଇଥିଲେ।ପୂର୍ବତନ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ଉପସ୍ଥିତି ଛାତ୍ରୀ ଓ ଶିକ୍ଷକମାନଙ୍କ ମଧ୍ୟରେ ଏକ ଆତ୍ମୀୟ ଭାବ ସୃଷ୍ଟି କରିଥିଲା।ଅନ୍ୟପକ୍ଷରେ,ଦଶମ ଶ୍ରେଣୀ ଛାତ୍ରୀ ଅମନ୍ନାଲାଲ ଶତପଥୀ ଓ ଶିଖା ମିଶ୍ର ନିକଟସ୍ଥ ବିଦ୍ୟାଳୟଗୁଡ଼ିକୁ ନିମନ୍ତ୍ରଣ କରିବାର ଦାୟିତ୍ୱ ନେଇଥିଲେ।ସେମାନଙ୍କ ଉଦ୍ୟମରେ ଅନ୍ୟ ବିଦ୍ୟାଳୟର ଛାତ୍ରୀ ଓ ଶିକ୍ଷକମାନଙ୍କ ସହ ଉତ୍ସବର ଭାବ ବିନିମୟର ସୁଯୋଗ ସୃଷ୍ଟି ହୋଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରାଙ୍କ ମାର୍ଗଦର୍ଶନରେ ସମଗ୍ର ପୂଜା କାର୍ଯ୍ୟକ୍ରମ ସୁଚାରୁ ଭାବେ ପରିଚାଳିତ ହୋଇଥିଲା। ଶିକ୍ଷକ,ଶିକ୍ଷୟିତ୍ରୀ,ଛାତ୍ରୀ ଓ ପୂର୍ବତନ ଛାତ୍ରୀଙ୍କ ସାମୂହିକ ସହଯୋଗରେ ଗଣେଶ ପୂଜା ଏକ ମିଳନ ଉତ୍ସବର ରୂପ ନେଇଥିଲା।ପୂଜା ଅବସରରେ ବିଦ୍ୟାର୍ଥୀମାନଙ୍କ ଜ୍ଞାନ,ବୁଦ୍ଧି ଓ ବିବେକର ବିକାଶ ସହ ବିଦ୍ୟାଳୟର ସର୍ବାଙ୍ଗୀଣ ଉନ୍ନତି ପାଇଁ ଶ୍ରୀଗଣେଶଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।ଏହି ଗଣେଶ ପୂଜା ଛାତ୍ରୀମାନଙ୍କ ମନରେ ଆନନ୍ଦ,ଉତ୍ସାହ ଓ ଏକତାର ଭାବ ସୃଷ୍ଟି କରିବା ସହ ବିଦ୍ୟାଳୟର ପୁରୁଣା ଓ ନୂଆ ପିଢ଼ିକୁ ଏକ ସୂତ୍ରରେ ବାନ୍ଧିଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026
  ଜିଲ୍ଲା  
କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି   16-Oct-2026
  ଜିଲ୍ଲା  
ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   16-Oct-2026
  ଜିଲ୍ଲା  
କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   15-Oct-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼   15-Oct-2026
  ଜିଲ୍ଲା  
ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   15-Oct-2026
  ଜିଲ୍ଲା  
ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   15-Oct-2026

You Might Also Like