-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
13-Sep-2026
ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ସରାବାଡ଼ି ଗ୍ରାମରେ ଗୁଳିକାଣ୍ଡ ଘଟି ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି l ସୂଚନା ଅନୁସାରେ ସରାବାଡି ଗ୍ରାମର ଯୋଡ଼ାବନ୍ଧ ଛକ ନିକଟରେ ଗୋଟିଏ ବାଇକରେ ୩ଜଣ ଯୁବକ ଆସି ଉକ୍ତ ଗ୍ରାମର ୩୦ ବର୍ଷୀୟ ଯୁବକ ଜୟସେନ ପ୍ରଧାନଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ l ଜୟସେନଙ୍କ ପେଟ ଓ
ପିଠିରେ ୨ଟି ଗୁଳି ବାଜିଥିବାବେଳେ ଗୁରୁତର ଜୟସେନଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା l ଅନ୍ୟ ପକ୍ଷରେ ପୋଲିସ ତରଫରୁ ତନାଘନା ଆରମ୍ଭ କରାଯାଇଛି ।