-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
12-Jul-2026
ସବୁଜ ସୁନ୍ଦର ଓ ସୁସ୍ଥ ପରିବେଶ ଗଢ଼ିବାକୁ ହେଲେ ବ୍ୟାପକ ଭାବରେ ବନୀକରଣ ଆବଶ୍ୟକ।ଏହାକୁ ଆଖି ଆଗରେ ରଖି କରି ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ସ୍ଥିତ ଆଶ୍ରମ ବିଦ୍ୟାଳୟର ଇକୋ କ୍ଲବ୍ ପକ୍ଷରୁ ଛାତଛାତ୍ରୀମାନଙ୍କୁ ବାଲ୍ୟାବସ୍ଥାରୁ ବୃକ୍ଷ ରୋପଣ ଦିଗରେ ସଚେତନ କରିବା ପାଇଁ ୭୭ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।ଏହି ଉତ୍ସବରେ ପ୍ରଧାନ ଶିକ୍ଷକ ଉଚ୍ଛବ ଭୁଏଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଇକୋ କ୍ଲବ୍ ମାଷ୍ଟର ଟ୍ରେନର
ତଥା ଜୁନିଅର୍ ରେଡକ୍ରସ କାଉନସେଲର ସଞ୍ଜୟ ଖମାରୀ ଯୋଗ ଦେଇ ବନ ମହୋତ୍ସବ ପାଳନର ତାତ୍ପର୍ଯ୍ୟ ଓ ବୃକ୍ଷ ମାହାତ୍ମ୍ୟ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ଭାବରେ ଭଟଲି ବନପାଳ କଂଗ୍ରେସ ସୁନା,ସମ୍ମାନିତ ଅତିଥିରୂପେ ବିଦ୍ୟାଳୟ ପରିଚାଳନା କମିଟିର
ଅଧ୍ୟକ୍ଷ ଅନନ୍ତ ସାହୁ ଯୋଗ ଦେଇଥିଲେ।ଗତ ବାର୍ଷିକ ପରୀକ୍ଷାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଫଳ ଚାରା ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ରାଜୀବ ସାହୁ, ଶିକ୍ଷୟିତ୍ରୀ ଦୀପ୍ତି ତ୍ରିପାଠୀ,ପଞ୍ଚମୀ ନାଏକ, ମମତା ସାହୁ,ମାନସୀ ଷଣ୍ଢ,ସାବିତ୍ରୀ ସା,ଜୟନ୍ତୀ ମୁନା,ସାବିତ୍ରୀ ଭୁଏ, ସବିତା ବାଗ ଓ ସାବିତ୍ରୀ ବାଡା ସହଯୋଗ କରିଥିଲେ।ଶିକ୍ଷକ ଅଷ୍ଟମନ୍ୟୁ ବାରିକ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଶିକ୍ଷକ ଦିଲ୍ଲୀପ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।ଅତିଥିବୃନ୍ଦ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଇକୋ କ୍ଲବର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ଚାରା ରୋପଣ କରିଥିଲେ।