-+91-9937148622 |
prerana_bgr@rediffmail.com |
Sunday 12th July 2026 |
R.N.I. Regd No. ODIODI/2010/46693
Breaking News
04-Jun-2026
ବଲାଙ୍ଗିର(ପ୍ରେରଣା ଖବର)- ଟିକ୍ରାପଡା ଠାରେ ଆସନ୍ତା ଶୀତଳ ଷଷ୍ଠୀ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହୋତ୍ସବ ପାଇଁ ପୂର୍ବତନ ନଗରପାଳ ପ୍ରଦୀପ ସାହୁଙ୍କୁ ସଭାପତି, ବିକାଶ ସା ଙ୍କୁ ସଂପାଦକ ଓ ରାଜେଶ ସାହୁଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ମହୋତ୍ସବ ଉଦ୍ଦେଶ୍ୟରେ ପଡାର ସମସ୍ତ ଘରେ ଆଲୋକ ସାଜସଜ୍ଜା କରାଯିବା ସହ ମହାଦେବଙ୍କ କଳସ ଯାତ୍ରାରେ ସମସ୍ତେ ସାମିଲ ହେବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଯାଇଛି। ତା ଛଡା ଅଷ୍ଟମ ବର୍ଷ ପାଇଁ ହେଉଥିବା ଏହି ଶୀତଳ ଷଷ୍ଠୀ ମହୋତ୍ସବକୁ ମହାଆଡମ୍ବରରେ ପାଳନ କରିବା ଦିଗରେ ସମସ୍ତେ ସହଯୋଗ କରିବେ ବୋଲି କମିଟି ଅନୁରୋଧ କରିଛି । ଏହି ସଭାରେ ବାବୁ ସା, ସଂଜୟ ଶତପଥି, ତୋଫାନ ସାହୁ, ଆଶୁତୋଷ ସାହୁ, ଅଭିଷେକ ପୁଝାରୀ, ସଂଜୀବ ସାହୁ, ଜ୍ୟୋତିଷ କର, ସ୍ୱସ୍ତିକ ମିଶ୍ର, ରାଜେନ୍ଦ୍ର ପାଣି, ଶ୍ୟାମଲାଲ ଅଗ୍ରୱାଲ, ଜ୍ୟୋତି ରାଉତରାଏ, କଲୁ ମହାନ୍ତି, ପଂଚାନନ ପୁଝାରୀ, ସରୋଜ ନନ୍ଦ, ସୁବାଷ ଦାସ, ପ୍ରଦୀପ ଦାଶ, ଟୁଲୁ ସାହୁ, ଆକାଶ ନନ୍ଦ, ସୋନୁ ଅଗ୍ରୱାଲ, ସଂଜୟ ଅଗ୍ରୱାଲ, ରିତେଶ କେଡିଆ, ରଂଜିତ ଦାସ, ଅଶୋକ ଦାସ, ଚିତ୍ତରଂଜନ ସାହୁ, ଅମିତ ଦାସ ଓ ସୋମନାଥ ଦାସ ପ୍ରମୁଖ ଉପସ୍ଥିତ ରହି ନିଜସ୍ୱ ମତାମତ ରଖିଥିଲେ ।