-+91-9937148622 |
prerana_bgr@rediffmail.com |
Friday 29th May 2026 |
R.N.I. Regd No. ODIODI/2010/46693
Breaking News
25-May-2026
ବଲାଙ୍ଗୀର (ପ୍ରେରଣା ଖବର): ଯେକୌଣସି ଭୂଖଣ୍ଡର ପରିଚୟ ହେଉଛି ତାର ପରମ୍ପରିକତା। ବିଶ୍ୱ ବିଚାର ଭିତରେ ଆମର ସଂସ୍କୃତି ଆଜି ବିପଦରେ। ଆମେ ସଚେତନ ନ ହେଲେ ଆମର ସାଂସ୍କୃତିକ ପରିଚୟ ହଜିଯିବ। ତେଣୁ ବେଳ ଥାଉ ବନ୍ଧ ବାନ୍ଧ ରେ କୁମାର ନ୍ୟାୟରେ ଆମକୁ ଆଗରୁ ସଚେତନ ହେବା ଓ ସଂସ୍କୃତି ପରମ୍ପରାକୁ ବଞ୍ଚାଇବାକୁ ଉଦ୍ୟମ କରିବା ଜରୁରୀ ବୋଲି ଆଜି ବଲାଙ୍ଗୀରର ଐତିହାସିକ କୋଶଲ କଳାମଣ୍ଡଳ ପଡିଆରେ ଆୟୋଜିତ ନବମ ଲୋକକଳା ଉତ୍ସବ ୨୦୨୬ର ଉଦଯାପନୀ ସନ୍ଧ୍ୟାର ସାଂସ୍କୃତିକ ସଭାରେ ଆହ୍ୱାନ ଦେଇଛନ୍ତି ଅତିଥି ମାନେ। ବଲାଙ୍ଗୀରର ଦୂଲଦୁଲି କଳା ପରିଷଦ ତରଫ ରୁ ଆୟୋଜିତ ଏହି
ଜାତୀୟସ୍ତରର ଉତ୍ସବରେ ଲୋକକଳା ର ବିଭିନ୍ନ ସ୍ୱରୂପ ପ୍ରଦର୍ଶନ ଅବସରରେ ଏହିମତ ପ୍ରକାଶ ପାଇଛି।
ଦୂଲଦୁଲି କଳା ପରିଷଦର ସଭାପତି ଅନନ୍ତ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସାଂସ୍କୃତିକ ସଭାରେ ବରେଣ୍ୟ ଅତିଥି ଭାବରେ ଯୁବ ଉଦ୍ୟୋଗୀ ସଂଜୀବ ରଥ, ମୁଖ୍ୟ ପୃଷ୍ଠପୋଷକ, ଚଳଚ୍ଚିତ୍ର ଅଭିନେତ୍ରୀ ବିଦୁସ୍ମିତା ଦାଶ ମନ୍ତ୍ରୀ, ଆବାହକ ଶତ୍ରୁଘନ ପାଣିଗ୍ରାହୀ ମଂଚାସୀନ ଥିଲେ। ଏହି ଅବସରରେ ଅତିଥିମାନେ ନବମ ଲୋକକଳା ଉତ୍ସବର ଉଦଯାପନୀ ଦିନରେ ସମଲେଶ୍ୱରୀ ଓ ପାଟଣେଶ୍ୱରୀଙ୍କ ପୂଜା ଅର୍ଚନା କରି ସାଂସ୍କୃତିକ ସନ୍ଧ୍ୟାର ଶୁଭାରମ୍ଭ କରିଥିଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଲୋକକଳାର ଅନନ୍ୟ ଶିଳ୍ପୀ ଓଡ଼ିଶାର ସଂଗୀତ ଜଗତର ପାୱାର ଷ୍ଟାର ଉମାକାନ୍ତ ବାରିକ ଓ ନୃତ୍ୟ ଶିଳ୍ପୀ ଦୀପାଳି ଚୌଧୁରୀଙ୍କୁ ନବମ ଲୋକକଳା ସମ୍ମାନରେ ସମ୍ମାନିତ କରିଥିଲେ ଅତିଥି ମାନେ। ସାଂସ୍କୃତିକ ସଭାକୁ ପରିଚାଳନା କରିଥିଲେ ସନ୍ଦୀପ କୁମାର କୁଅଁର। ପରେ ପରେ, ଚିକଲବାହାଲର କଂସ ମହାରାଜ ଶତ୍ରୁଘନ ବେହେରା, ଓଡ଼ିଆ ଚଳଚ୍ଚିତ୍ର ଜଗତର କୋରିଓଗ୍ରାଫର ନୃତ୍ୟଗୁରୁ ସୁରେଶ ପ୍ରସାଦ ଓ ମହେଶ, କଂସ ମହାରାଜା
କଳାକୃଷ୍ଣ ସାହୁ, ଦୂଲଦୁଲି କଳା ପରିଷଦର ବରିଷ୍ଠ ସଦସ୍ୟା ମିନା ବାରିକ, ସୁରଞ୍ଜନା ମିଶ୍ର,ରଂଜିତା ବାବୁ, ସୁଭଦ୍ରା ସେଠି ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜକ ଅର୍ଜୁନ ସାହୁ, ବୀରେନ୍ଦ୍ର ପାଣ୍ଡେ, ପଙ୍କଜିନୀ ପୋଢ଼, ଲୋପାମୁଦ୍ରା ମିଶ୍ରଙ୍କୁ ସମ୍ମାନିତ କରାଯାଇ ଥିଲା। ସନ୍ଧ୍ୟାରେ ଆକାଶବାଣୀ ଓ ଦୂରଦର୍ଶନ କଳାକାର ମାନେ ଲୋକ ସଂଗୀତ ପରିବେଷଣ କରିଥିଲେ।ପରେପରେ ସାରା ଓଡିଶାର ତଥା ଦେଶର ବଛାବଛା କଳାକାର ୩୦୦ ଜଣ ପରିବେଷଣ କରିଥିଲେ ଏକ ଭାରତ ଶ୍ରେଷ୍ଠ ଭାରତ। ଗୁରୁ ରଞ୍ଜନ ସାହୁଙ୍କ ନିର୍ଦେଶନାରେ ମହେଶ ପଟେଲ, ମନୋଜ ପଟେଲ, ସ୍ୱରୂପା ସିଂ ଓ ପିନୁ ନୃତ୍ୟ ନିର୍ଦେଶନା ଦେଇଥିଲେ।