-+91-9937148622 |
prerana_bgr@rediffmail.com |
Friday 12th June 2026 |
R.N.I. Regd No. ODIODI/2010/46693
Breaking News
21-May-2026
ବଲାଙ୍ଗୀର (ବିନୋଦ ଦୀପ): ପ୍ରତିବର୍ଷ ପରି ଚଳିତ ଶିକ୍ଷା ବର୍ଷ ୨୦୨୬-୨୭ରେ ମଧ୍ୟ ବଲାଙ୍ଗୀର ର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡି.ଏନ. ଏ ତାର ଉତ୍କର୍ଷତକୁ ଦୋହରାଇଛି। ଚଳିତ ସି.ଏଚ୍.ଏ.ସି ପରିଚାଳିତ ଯୁକ୍ତ-୨ ପରୀକ୍ଷାରେ ବଲାଙ୍ଗୀର DNA HIGHER SECONDARY SCHOOL ରେ କୋଚିଙ୍ଗ ନେଉଥିବା ଛାତ୍ରଛାତ୍ରୀ ମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ବଲାଙ୍ଗୀର ପାଇଁ ଗୌରଵ ଆଣି ଦେଇଛନ୍ତି। ମୋଟ ୬୦୦ ମାର୍କ ରୁ DNA ର ମେଧାବୀ ଛାତ୍ର ଆୟୁଷ ରଂଜନ ଥାନାପତି ୫୪୧ମାର୍କ ରଖି ଟପ୍ପର ହୋଇଛନ୍ତି। ସେହିପରି ଅନ୍ୟ ଜଣେ ଛାତ୍ର ସୁବ୍ରତ ମହାପାତ୍ର ୬୦୦ ମାର୍କ ରୁ ୫୫୭ମାର୍କ ରଖି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ସାଇନ୍ସ ରେ ଟପ୍ପର ହୋଇଛନ୍ତି। ସେହିପରି କ୍ଷୀରାଵଦୀ ତନୟା ମିଶ୍ର ୫୬୮ ମାର୍କ ରଖି ଆର୍ଟ୍ସ ରେ ଟପ୍ପର ହେବାର ଗୌରଵ ଲାଭ କରିଛନ୍ତି। ସେହିପରି ଡି ଏନ ଏ ରେ ଅଧ୍ୟୟନରତ ତଥା ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ଆଲିଶା ତାଣ୍ଡି ୫୨୬ ମାର୍କ ରଖି ସାଇନ୍ସରେ କଲେଜ ଟପ୍ପର ହୋଇଛନ୍ତି। ସମସ୍ତ କୃତୀ ଛାତ୍ରଛାତ୍ରୀ ମାନେ ନିଜର ସଫଳତା ପଛରେ ଡି ଏନ ଏ ଇନଷ୍ଟିଚ୍ୟୁଟ ର ଗାଇଡାନ୍ସ ଆଧୁନିକ ଶିକ୍ଷାଦାନ ଶୈଳୀ ର ଶ୍ରେୟ ରହିଛି ବୋଲି କହିଛନ୍ତି। ଦୀର୍ଘ ୧୫ ବର୍ଷ ଧରି +୨ ଆର୍ଟ୍ସ, ସାଇନ୍ସ ଓ କମର୍ସ ଷ୍ଟ୍ରିମ୍ ର ଛାତ୍ରଛାତ୍ରୀ ମାନଙ୍କୁ କୋଚିଂ ଓ ଗୁଣାତ୍ମକ ଶିକ୍ଷାପ୍ରଦାନ କ୍ଷେତ୍ରରେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ପ୍ରଥମ ପସନ୍ଦ ହୋଇଛି ଡି.ଏନ୍.ଏ ଇନଷ୍ଟିଚ୍ୟୁଟ୍। ଆଜି ଏହି ଅବସରରେ ଏହି ଖୁସିର ମୁହୂର୍ତ୍ତ କୁ ପାଳନ କରିବା ପାଇଁ ଡି ଏନ ଏ ର ଗୌରବ ଏହି ତିନି ଶିକ୍ଷାର୍ଥୀ ଙ୍କୁ ତାଙ୍କର ଉତ୍କର୍ଷତା ଡି ଏନ ଏ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିକ୍ଷାନୁଷ୍ଠାନ ର ନିର୍ଦେଶକ ସୁମିତ ଅଗ୍ରୱାଲ ଓ ବିନୀତ ଅଗ୍ରୱାଲଙ୍କ ଦିଗଦର୍ଶନରେ ଏହି ଶିକ୍ଷାନୁଷ୍ଠାନ ବଲାଙ୍ଗୀର ଜିଲ୍ଲାରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିଛି।