-+91-9937148622 |
prerana_bgr@rediffmail.com |
Friday 12th June 2026 |
R.N.I. Regd No. ODIODI/2010/46693
Breaking News
21-May-2026
ଲୋଇସିଂହା, (ବିନୋଦ ଦୀପ) ଏଥଲେଟିକ ଏସୋସିଏସନ୍ ଝାରମୁଣ୍ଡା ର ୩୫ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି l ଏଥଲେଟିକ ଏସୋସିଏସନ ର ସଭାପତି ଶ୍ୟାମ ସୁନ୍ଦର ମେହେର ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ ପାଣି ଉଡ୍ଡୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ତହସିଲଦାର ଟିକୁନୁ ପୁଟା, ଆଇ ଆଇ ସିପୋରା ସରାୟ ଲୁଗୁନ, ମୁଖ୍ୟବକ୍ତା ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ରାଜ୍ୟର ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ଡ. ଦ୍ଵାଦଶ କୁମାର ପଧାନ ଯୋଗ ଦେଇଥିଲେ । ସମ୍ବର୍ଦ୍ଧନା ପାଇଲେ ଡ ଦ୍ଵାଦଶ କୁମାର ପଧାନ, ନୂଆପଡ଼ା ଜିଲ୍ଲା ସୁନାବେଡା ପି ଏଚ୍ ସି ଭାରପ୍ରାପ୍ତ ମେଡିକାଲ ଅଫିସର ଡ ମୁକେଶ କୁମାର ମେହେର, ସମାଜସେବୀ ତଥା ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଯୁଧିଷ୍ଠିର ପଧାନ, ମହଦା ପାହାଡ ବଞ୍ଚାଅ ଅଭିଯାନ କମିଟି ଶେଷଦେବ ଖମାରୀ, ଓଏଭି ଅଧ୍ୟକ୍ଷା ଡ. ଜ୍ୟୋତିର୍ମୟୀ ପଧାନ, ବେଥନୀ କନଭେଣ୍ଟ ସ୍କୁଲ ଅଧ୍ୟକ୍ଷା ସିଷ୍ଟର ମଞ୍ଜୁଳା, ପୂର୍ବତନ ସରପଞ୍ଚ ସୁନିଲ କୁମାର ଅଗ୍ରୱାଲ, ସହକାରୀ ଶିକ୍ଷକ ରୁକ୍ମଣ ଧରୁଆ, ସୁବର୍ଣ୍ଣପୁର ଫ୍ଲୋରା ସମ୍ବଲପୁରୀ ପରିଚାଲିକା ରାଜଶ୍ରୀ ମେହେର ଓ ଆମ ଅନୁଷ୍ଠାନ ର ୨୦୨୫ -୨୬ ବର୍ଷର ଶ୍ରେଷ୍ଠ ସଦସ୍ୟ ମନୋଜ କୁମାର ଧରୁଆ ଙ୍କୁ ମାନପତ୍ର ଓ ଉପଢ଼ୌକନ ସହ ସମ୍ବର୍ଦ୍ଧିତ କରାଗଲା । ଏହାସହ ଅନୁଷ୍ଠାନ ର ୧୦ ଜଣ ମହିଳା ସମେତ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଙ୍କୁ ସମ୍ମାନିତ କରାଯାଇଥିଲା l ସମ୍ପାଦକ ସଚ୍ଚିଦାନନ୍ଦ ସାହୁ ସ୍ବାଗତଭାଷଣ ସହ ମାନପତ୍ର ପଠନ କରିଥିବା ବେଳେ ସୁଧାଂଶୁ ମହାକୁର, ଗୁଣମଣି ସେଠ, କାଳୀଚରଣ ବଗର୍ତ୍ତୀ ସମେତ ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ। ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥ ମନ୍ଦିର ରେ ସାମୁହିକ ଆଳତୀ ହୋଇଥିଲା । ଅସହାୟ ବୃଦ୍ଧବୃଦ୍ଧା ଙ୍କୁ ବିସ୍କୁଟ, ବ୍ରେଡ ସହ ଯୁସ ବଣ୍ଟନ କରାଗଲା l