-+91-9937148622 |
prerana_bgr@rediffmail.com |
Friday 12th June 2026 |
R.N.I. Regd No. ODIODI/2010/46693
Breaking News
21-May-2026
ବଲାଙ୍ଗୀର(ପ୍ରେରଣା ଖବର): ଗତକାଲି ରାତି ପ୍ରାୟ ସାଢେ ୧୦ଟା ସମୟରେ ବଲାଙ୍ଗୀର ସହର ଟିକ୍ରାପଡା ର ମୂଳ ବାସିନ୍ଦା ବୀରେନ୍ଦ୍ର କୁମାର ସାହୁ ଙ୍କ ୮୫ବର୍ଷ ବୟସରେ ପରଲୋକ ହୋଇ ଯାଇଛି। ସ୍ବର୍ଗତଃ ସାହୁ ଙ୍କ ପୁତୁରା ମନୋରଞ୍ଜନ ସାହୁ ଏହି ଦୁଃଖଦ ସୂଚନା ଦେଇଛନ୍ତି। ଗତ କିଛିଦିନ ଧରି ଶ୍ରୀ ସାହୁ ନିଜ ପୁଅ ଙ୍କ ସହ ତାଙ୍କ ରୁଗୁଡ଼ି ପଡା ବସଭବନରେ ରହି ଆସୁଥିଲେ। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ସେ କିଛି ଦିନ ହେଲା ଶଯ୍ୟାଶାୟୀ ଥିଲେ। ଜଣେ ମେଳାପୀ, ଧର୍ମପ୍ରାଣ, ଆମାୟିକ ଓ ସିଧାସାଧା ମଣିଷ ଭାବରେ ଶ୍ରୀ ସାହୁ ଜଣାଶୁଣା ଥିଲେ। ମୃତ୍ୟୁ ଶଯ୍ୟାରେ ତାଙ୍କ ଦୁଇ ପୁଅ ଆନିଷ, ଦେବାଶିଷ, ଦୁଇ ବୋହୂ ସମେତ ଝିଅ ଅନିତା, ଝିଅ ଜ୍ୱାଇଁ, ନାତିନାତୁଣୀ ଓ ସାହୁ ପରିବାର ବର୍ଗର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଆଜି ମୃତ୍ୟୁ ଖବର ଜଣାପଡିବା ପରେ ଉଭୟ ରୁଗୁଡ଼ି ପଡା ଏବଂ ଟିକ୍ରା ପଡା ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ଆଜି ସକାଳେ ସ୍ଥାନୀୟ ବିଭୁତି ପଡା ସ୍ମଶାନ ଘାଟ ଠାରେ ଶ୍ରୀ ସାହୁ ଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ବଡ଼ ପୁଅ ଆଶିଷ ସାହୁ ମୁଖାଗ୍ନି ଦେଇଥିଲେ। ଶ୍ରୀ ସାହୁ ଙ୍କ ବିୟୋଗରେ ଟିକ୍ରାପଡା ଗାନ୍ଧୀ ପାଠାଗାର ଏବଂ ଜିଲ୍ଲା ଗୁଡ଼ିଆ ସମାଜ ତରଫରୁ ଗଭୀର ଶୋକପ୍ରକାଶ କରାଯାଇଛି l