-+91-9937148622 |
prerana_bgr@rediffmail.com |
Friday 12th June 2026 |
R.N.I. Regd No. ODIODI/2010/46693
Breaking News
21-May-2026
(ପ୍ରିୟଦର୍ଶିନୀ ପାତ୍ର)
ନବରଙ୍ଗପୁର ତୃପ୍ତି ଲର୍ଜୋ ସଭା ଗୃହରେ ନବରଙ୍ଗପୁର ଜିଲ୍ଲା କ୍ଷତ୍ରିୟ ଧାକଡ ସମାଜ ର ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସଭାପତି ଚକ୍ର ସିଂ, ସାଧାରଣ ସମ୍ପାଦକ ସୂର୍ଯ୍ୟବଂଶୀ ଜୟନ୍ତ, କାର୍ଯ୍ୟକାରୀ ସଭାପତି ଧନେଶ୍ଵର ସିଂ,ଉପ ସଭାପତି କାର୍ତ୍ତିକ ଦାସ, ସୁରେନ୍ଦ୍ର ନାୟକ, ହରି ଧାକଡ , ମନମୋହନ ସିଂ , କୋଷାଧ୍ୟକ୍ଷ ଭିକାରୀ ଚରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପଦ୍ମନ ନାୟକ ଙ୍କୁ ସର୍ଭେ ସମିତି ର ପ୍ରମୁଖ ଏବଂ ଲକ୍ଷ୍ମୀ ନାରାୟଣ ପାଣ୍ଡେ ଙ୍କୁ ସାମାଜିକ ସୁରକ୍ଷା ସମିତି ର ପ୍ରମୁଖ ଦାୟିତ୍ଵ ପ୍ରଦାନ କରା ଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ନିରଞ୍ଜନ ରାୟ ପାତ୍ର, ଲକ୍ଷ୍ମଣ ସିଂ, ବଳରାମ ସିଂ, ବିଭୁତି ନାୟକ, ଦେବ ଧାକଡ, ମହେଶ୍ୱର ନାୟକ, ତ୍ରୀନାଥ ନାୟକ, ଦିବାକର ନାୟକ, ଡମୁ ସିଂ, ଜୁଗଳ ପୂଜାରୀ, ବିପିନ ଭୁକ୍ତା, କାସିନାଥ ନାୟକ, ପଦମ ସିଂ ଏବଂ ଅନ୍ୟାନ୍ୟ ପଦାଧିକାରୀ ବୈଠକରେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଗ୍ରାମ ସର୍ଭେ , ଅନୁଶାସନ କୁ କଡାକଡି ପାଳନ , ପଦାଧିକାରୀ ମାନଙ୍କୁ ସମ୍ମାନ ଏବଂ ସିଦ୍ଧାନ୍ତ ଯୁକ୍ତ କାର୍ଯକ୍ରମ କରିବାକୁ ବୈଠକରେ ଆଲୋଚନା ହୋଇଥିଲା।