-+91-9937148622 |
prerana_bgr@rediffmail.com |
Friday 12th June 2026 |
R.N.I. Regd No. ODIODI/2010/46693
Breaking News
21-May-2026
ସମ୍ବଲପୁର:(ସଂଜୀବ ପାଣିଗ୍ରାହୀ )
ନବଗଠିତ ୱାର୍ଲଡ ୱାରସିପ ଫାଉଣ୍ଡେସନ ଟ୍ରଷ୍ଟ (World Worship Foundation Trust ) ଟ୍ରଷ୍ଟ ର ଉଦଘାଟନ ଅବସରରେ ଆଜି ଏକ ସାମ୍ବାଦିକ ସମ୍ବିଳନୀ ସ୍ଥାନୀୟ ହୋଟେଲ ହରଜିତ ରେସିଡେନ୍ସି ରେ ସଫଳତାର ସହିତ ଆୟୋଜିତ ହୋଇଯାଇଛି l
ପ୍ରାରମ୍ଭ ରେ ପୂଜା ଅର୍ଚ୍ଚନା କରାଯିବା ସହ ଉପସ୍ଥିତ ଅତିଥି ଙ୍କୁ ପୂଜା ସାମଗ୍ରୀ ପ୍ରଦାନ କରାଯାଇଥିଲା l ଏହି ସାମ୍ବାଦିକ ସମ୍ବିଳନୀ ରେ ବହୁ ସଂଖ୍ୟକ ପ୍ରେସ୍ ପ୍ରତିନିଧି ଓ ସମ୍ବଲପୁର ର ବୁଦ୍ଧିଜୀବୀ ମାନଙ୍କ ଉପସ୍ଥିତରେ ସଂସ୍ଥାର ସାମାଜିକ କଲ୍ୟାଣ ଓ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଯାଇଥିଲା l
ଏହି ଅବସରରେ ଟ୍ରଷ୍ଟ ର ଅଧ୍ୟକ୍ଷ ବ୍ରଜ ମୋହନ ଗୋଏଲ, ଉପଦେଷ୍ଠା ଭକ୍ତ ପ୍ରସାଦ ନନ୍ଦ, ସମ୍ପାଦକ ମଧୁ ସୂଦନ ଚଇନି ଓ କୋଷାଧ୍ୟକ୍ଷ ବିମଳା ଦେବୀ ଗୋଏଲ ପ୍ରମୁଖ ମଂଚାସୀନ ଥିଲେ l
ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, “ସମସ୍ତ ସୃଷ୍ଟି ଭଗବାନଙ୍କର ଅଂଶ” ଏହି ଚିନ୍ତାଧାରାକୁ ଆଧାର କରି, ଏହି ଫାଉଣ୍ଡେସନ୍ ଶାନ୍ତି, ସମୃଦ୍ଧି ଓ ସମଗ୍ର ମାନବ କଲ୍ୟାଣ ପାଇଁ ଦାର୍ଶନିକ ସାହିତ୍ୟ ଓ ସାମାଜିକ ସେବା କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟ କରିବାକୁ ସମର୍ପିତ l ସଂସ୍ଥାର ଲକ୍ଷ୍ୟ ହେଉଛି ଗଛ ଲଗାଇବା ଓ ଆବଶ୍ୟକତା ଅନୁଯାଇ ହ୍ୟାଣ୍ଡପମ୍ପ ଭଳି ପାଣି ସୁବିଧା ଯୋଗାଇ ମାନବ ସେବା କରିବା l ସଂସ୍ଥାର ଆଭିମୁଖ୍ୟ ବିଷୟରେ ବାର୍ତ୍ତା ଦେଇ ଅଧ୍ୟକ୍ଷ ଶ୍ରୀ ଗୋଏଲ କହିଲେ ଯେ, ଏହି ଟ୍ରଷ୍ଟର ପ୍ରୟାସ ରହିବଯେ, ପରିବେଶ ପ୍ରଦୂଷଣ କମାଇ ସବୁଜ ପରିବେଶ ସୃଷ୍ଟି କରିବା ସହିତ ଉତ୍ତମ ଅକ୍ସିଜେନ୍ ଗୁଣବତ୍ତା ଓ ସୁସ୍ଥ ସମାଜ ଗଠନରେ ସହାୟକ ହେବ l
ଉପଦେଷ୍ଠା ଶ୍ରୀ ନନ୍ଦ କହିଲେ ଯେ, ବିଶେଷ ଭାବରେ ଶିକ୍ଷା, ପରିବେଶ ସୁରକ୍ଷା ଓ ପାନୀୟ ଜଳର ସମସ୍ୟା ର ସମାଧାନ ଦିଗରେ ନିଷ୍ଠା ର ସହ ଏହି ଟ୍ରଷ୍ଟ କାର୍ଯ୍ୟକ୍ରମ ଜାରି ରଖିବ l
ଟ୍ରଷ୍ଟ ର କୋଷାଧ୍ୟକ୍ଷ ଶ୍ରୀମତୀ ବିମଳା ଦେବୀ ସୂଚନା ଦେଇ କହିଲେ ଯେ, ସମାଜ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ଯୁବପିଢିଙ୍କୁ ସଂସ୍କାରିତ କରିବା ମଧ୍ୟ୍ୟ ଏହି ଟ୍ରଷ୍ଟ ର ବିଶେଷ ଆଭିମୁଖ୍ୟ l
ଶେଷରେ ସମ୍ପାଦକ ଶ୍ରୀ ଚଇନି ଧନ୍ୟବାଦ ଅର୍ପଣ କରିବା ସହ ସମାଜ ର ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଏହି ଟ୍ରଷ୍ଟ " ୱାର୍ଲଡ ୱାରସିପ ଫାଉଣ୍ଡେସନ " କାର୍ଯ୍ୟ କରିବ l