-+91-9937148622 |
prerana_bgr@rediffmail.com |
Friday 12th June 2026 |
R.N.I. Regd No. ODIODI/2010/46693
Breaking News
21-May-2026
କଣ୍ଟାମାଳ, (ପ୍ରେରଣା ଖବର) ବିରାଟ ସାଂସ୍କୃତିକ ଶୋଭାଯାତ୍ରା ରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ସଂକୀର୍ତ୍ତନ୍ୟ ମହୋତ୍ସବ ଓ ୨୧ତମ କଣ୍ଟାମାଳ ଲୋକକଳା ମହୋତ୍ସବ l ଅପରାହ୍ନ ୬ଘଣ୍ଟା ସମୟରେ ସ୍ଥାନୀୟ ଗିରିଗୋବର୍ଦ୍ଧନ ପୀଠ ଠାରେ ଦୁଇ ନମ୍ବର ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ପଦ୍ମାଳୟା ପ୍ରଧାନ ମୁଖ୍ୟ ଉଦଘାଟକ ଭାବେ ଯୋଗଦେଇ ସାଂସ୍କୃତିକ ଶୋଭାଯାତ୍ରାକୁ ଉଦ୍ଘାଟନ କରିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ଖମନମୁଣ୍ଡା ସରପଞ୍ଚ ଅଳକା ପ୍ରଧାନ,ଅନିଲ ପ୍ରଧାନ, ମହୋତ୍ସବ କମିଟି ସମ୍ପାଦକ ଓମ ପ୍ରକାଶ ମିଶ୍ର,ଋଣ୍ଡିମହୁଲ ସରପଞ୍ଚ ପଞ୍ଚାନନ ସାହୁ, ସନ୍ତୋଷ କୁମାର ବିଶି,ପବିତ୍ର ରଣା,ରାମହରୀ ପ୍ରଧାନ,ବଜରଙ୍ଗ ଲାଲ ଅଗ୍ରୱାଲ, ଅନନ୍ତ କ୍ଷେତି,ଆବାହକ ଦିବ୍ୟଶଙ୍କର ରାଉତ, ସତୀଶ ମାହାନା ପ୍ରମୁଖ ଉପସ୍ଥିତ ଥିଲେ l ଘଣ୍ଟ ଘଣ୍ଟୁଆଳ ଓ ଢୋଲ, ଦୂଲଦୁଲି ଶବ୍ଦରେ ଓ ସଂକୀର୍ତ୍ତନ୍ୟ, ସାଂସ୍କୃତିକ ଦଳ ର ପରିବେଷଣରେ ରାଜରାସ୍ତା ମୁଖରିତ ହୋଇ ଉଠିଥିଲା l ଏହି ବିରାଟ ଓ ଭବ୍ୟ ଶୋଭାଯାତ୍ରା ଦେଖିବାପାଇଁ ରାଜରାସ୍ତା ଉଭୟ ପାର୍ଶ୍ୱରେ ଜନସମାଗମ ହୋଇଥିଲା l ସେହିପରି ସନ୍ଧ୍ୟାରେ ହରିଶଙ୍କର କଳା ମଣ୍ଡପରେ ବିଭିନ୍ନ ସଂକୀର୍ତ୍ତନ ଦଳ ମାନଙ୍କ ଦ୍ୱାରା ସଂକୀର୍ତ୍ତନ୍ୟ ପରିବେଷଣ ଉତ୍ସବକୁ ମୁଖରିତ କରିଛି ତ୍ସବ ଉଦ୍ଘାଟନ ହୋଇଯାଇଛି l ସଭାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ l କମିଟି ସଭାପତି ,ସମ୍ପାଦକ ଓମ ପ୍ରକାଶ ମିଶ୍ର ସମେତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l