-+91-9937148622 |
prerana_bgr@rediffmail.com |
Friday 12th June 2026 |
R.N.I. Regd No. ODIODI/2010/46693
Breaking News
21-May-2026
କଣ୍ଟାମାଳ(ଜୟ କୁମାର ମହାରଣା): ମହିଳା ସଂରକ୍ଷଣ ଓ ମହିଳା ସୁରକ୍ଷାକୁନେଇ ବୁଧବାର କଣ୍ଟାମାଳ ସତସଙ୍ଗ ବିହାର ଠାରେ ବିଜୁ ମହିଳା ଜନତାଦଳ ପକ୍ଷରୁ ବିରାଟ ସାଧାରଣ ସଭା, ରାଲି ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି l ଏନେଇ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କଣ୍ଟାମାଳ ବିଡ଼ିଓ ସାମି ଜୟଶ୍ରୀ ରେଡ୍ଡୀ ଙ୍କୁ ପ୍ରଦାନ କରାଯାଇଛି l ବୁଧବାର ବୌଦ୍ଧ ଜିଲ୍ଲା ବିଜେଡି ସଭାନେତ୍ରୀ ଦିପ୍ତୀପ୍ରଭା ସ୍ୱାଇଁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଅନ୍ୟତମ ଅତିଥିଭାବେ ପୂର୍ବତନ କଣ୍ଟାମାଳ ବିଧାୟକ ମହୀଧର ରଣା,
କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି,ଉପାଧ୍ୟକ୍ଷ ମହେନ୍ଦ୍ର ରଣା,ବିଜେଡି ରାଜ୍ୟ ସମ୍ପାଦକ ଅଶୋକ ସାହୁ,ଜିଲ୍ଲା ଯୁବ ବିଜେଡି ସଭାପତି ବାବୁଲା ମଲିକ,ବ୍ଲକ ବିଜେଡି ସଭାପତି ରାଧାବଲ୍ଲଭ ପ୍ରଧାନ,ବୌଦ୍ଧ ମହିଳା ବିଜେଡି ସଭାନେତ୍ରୀ ଶ୍ରଦ୍ଧାଞ୍ଜଳି ବାରିକ, ବ୍ଲକ ସରପଞ୍ଚ ସଂଘ ସଭାପତି ସାରଦୁଳ ନାଗ,ବାଳମୁକୁନ୍ଦ ମେହେର, ପ୍ରେମରାଜ ରଣା,ରମାକାନ୍ତ ସାହୁ, ସୁଶାନ୍ତ ନାଏକ, ଘନଶ୍ୟାମ ବୁଡ଼େକ, ସାମନ୍ତ ମାଝି, ପିତାମ୍ବର ଭୋଇ, ବିବତ୍ସ କହଁର, କୁଲୁତାଜୋର ସରପଞ୍ଚ ଚୁମୁକି ଭୋଇ, ଆମ୍ବଗାଁ ସରପଞ୍ଚ ପ୍ରତିମା ରଣା, ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ, ଶିବପ୍ରସାଦ ସାହୁ, ମୁରଲୀ ସେଠି, ଯାନୀ ସେନାପତି, ଖମନମୁଣ୍ଡା ସମିତିସଭ୍ୟା ସସ୍ମିତା ବାଘ ପ୍ରମୁଖ ଯୋଗଦେଇ ବିଜେପି ସରକାରଙ୍କ ନାରୀ ସୁରକ୍ଷା ଓ ମହିଳା ବିରୋଧୀ ନୀତି ବିରୁଦ୍ଧରେ ବିଷୋଦ୍ଗାର କରିଥିଲେ I ୨୦୨୩ ମସିହାରେ ପାର୍ଲାମେଣ୍ଟରେ ଗୃହୀତ ହୋଇ, ଆଇନରେ ପରିଣତ ହୋଇଥୁବା ମହିଳା ସଂରକ୍ଷଣ ବିଲ୍କୁ ତୁରନ୍ତ ଲାଗୁ କରାଯାଇ ୩୩ ପ୍ରତିଶତ ଲୋକସଭା ଓ ବିଧାନସଭାରେ ମହିଳା ସଂରକ୍ଷଣ ଲାଗୁ କରାଯିବା ସହ ଓଡିଶାରେ ଗତ ଦୁଇ ବର୍ଷ ଭିତରେ ବଢି ଚାଲିଥୁବା ନାରୀ ନିର୍ଯାତନାକୁ ଦମନ କରିବା ଦାବୀ ରଖୁଥିଲେ I ସଭା ପରେ ବିଜୁ ପଟ୍ଟନାୟକଙ୍କ
ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ସେଠାରୁ ପାଞ୍ଚ ଶହରୁ ଉର୍ଦ୍ଧ ମହିଳା ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଓ ନାରା ଦେଇ ବିରାଟ ଶୋଭାଯାତ୍ରା ରେ ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିଜେପି ର ବିଫଳତା ସମ୍ପର୍କରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ପରେ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର କଣ୍ଟାମାଳ ବିଡ଼ିଓ ସାମି ରେଡି ଜୟଶ୍ରୀ ଙ୍କୁ ପ୍ରଦାନ କରିଥିଲେ l ଉକ୍ତ ନାରୀ ଅଧୂକାର ଅଭିଯାନ ବିକ୍ଷୋଭରେ କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ ଓ କର୍ମକର୍ତ୍ତା, ମହିଳା, ଯୁବ ବିଜେଡି ଆଦି ସାମିଲଥୂଲେ । ଏହି ଅବସରରେ ନାରାୟଣପ୍ରସାଦ ପଞ୍ଚାୟତ ପୂର୍ବତନ ନାଏବ ସରପଞ୍ଚ ଦଶରଥ କର୍ମୀ ଓ ନନ୍ଦ ନାଏକ ବିଜେପି ଛାଡି ବିଜେଡିରେ ମିଶିଥିଲେ l