-+91-9937148622 |
prerana_bgr@rediffmail.com |
Friday 12th June 2026 |
R.N.I. Regd No. ODIODI/2010/46693
Breaking News
20-May-2026
ବଲାଙ୍ଗୀର(ପ୍ରେରଣା ଖବର): କେମିଷ୍ଟ ଏବଂ ଡ୍ରଗିଷ୍ଟ ସର୍ବ ଭାରତୀୟ ସଙ୍ଘ ଏବଂ ଉତ୍କଳ ସଂଘ ତରଫରୁ ଆଜିର ବନ୍ଦ ପୂର୍ଣ୍ଣ ସଫଳତା ହୋଇଛି l ଏଥିରେ ଜିଲ୍ଲାରର ସମସ୍ତ ଆୟୁର୍ବେଦିକ, ହୋମିଓପାଥିକ, ଆପୋଲୋ ଫର୍ମାସୀ, ମେଡ଼ପ୍ଲୁସ ଏବଂ ଜନ ଔଷଧୀ ଦୋକାନ ଗୁଡିକ ସାମିଲ ହୋଇ ପୂର୍ଣ୍ଣ ସଫଳ କରିଥିଲେ l ଉକ୍ତ ବନ୍ଦକୁ ଜିଲ୍ଳା ଅଶ୍ରୁ ସଂଘ ତଥା ଔଷଧ କର୍ମଚାରୀ ସଂଘ ଜିଲ୍ଲା ସଂଘ କୁ ସହଯୋଗ କରିଥିଲେ।
l ଜିଲ୍ଲାର ସମସ୍ତ ଔଷଧ ବୈବସାୟୀ ତଥା ବିଭିନ୍ନ ଜୋନ ର ଇସି ସଦସ୍ୟ ନିଜ ନିଜ ଜୋନ୍ ରେ ସଫଳ କରିଥିଲେ l ଆଜି ସକାଳୁ ଜିଲ୍ଳା ସଙ୍ଘ ର ସଭାପତି ଲୋଟସ ଷଡ଼ଙ୍ଗୀଙ୍କ ନେତୃତ୍ୱ ରେ ସ୍ଥାନୀୟ ସମଲେଇ ମନ୍ଦିର ଠାରୁ ସଂଘର ଏକ ବାଇକ୍ ଶୋଭାଯାତ୍ରା କରି ପିକେଟିଙ୍ଗ କରାଯାଇଥିଲା l ପରେ ଏକ ପ୍ରତିବାଦ ସଭା ସ୍ଥାନୀୟ ଜଗନ୍ନାଥ ମେଡିକାଲ ସମ୍ମୁଖରେ ଆୟୋଜିତ ହୋଇଥିଲା। ଏଥିରେ ସଂଘର ମୁଖ୍ୟ ଦାବି ଯଥା ଅନଲାଇନ୍ ବିକ୍ରୟ ବିରୋଧ, ଇ ଫାର୍ମସୀ ପ୍ରଚଳନ ବିରୋଧ ତଥା ବହୁ ରାଷ୍ଟ୍ରୀୟ କର୍ପୋରେଟ ସଂସ୍ଥା ଦ୍ୱାରା ବଜାରକୁ ଆସୁଥୁବା ନକଲି ଔଷଧ ବିରୋଧରେ ସଭା ହୋଇଥିଲା ଏବଂ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସଂଘ ତରଫରୁ ବଲାଙ୍ଗୀର ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ
ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଏହି ବିଶାଳ ଆନ୍ଦୋଳନକୁ ସମ୍ପାଦକ ମନମୋହନ ରଥ, ଉପସଭାପତି ରାଜନାରାୟଣ ଅଗ୍ରୱାଲ, ସଂଗଠନ ସମ୍ପାଦକ ଶ୍ରୀମନ୍ତ ପଣ୍ଡା, କମ୍ପେନୀ ବେପାର ସମ୍ପାଦକ ସଂଜୀବ ରଥ, କୋଷାଧକ୍ଷ ଅଶୋକ ମେହେର, କମଳ ଚକ୍ରବର୍ତ୍ତୀ, ଲଳିତ ଚୌଧୁରୀ, ସଞ୍ଜୟ ଚୌଧୁରୀ, କେଶବ ପଟ୍ଟନାୟକ, ସୋଭାଗ୍ୟ ଶଙ୍କର ମିଶ୍ର, ଦିବାକର ପଣ୍ଡା, ଉଦିତ ପଣ୍ଡା,ରାଜକୁମାର ହୋତା, ସନ୍ତୋଷ ପ୍ରଧାନସହ ଜିଲ୍ଲାର ଶତାଧିକ ଔଷଧ ବ୍ୟବସାୟୀ ଓ ସଂଗଠନର ସଦସ୍ୟମାନେ ଉପସ୍ଥିତ ରହି ପ୍ରତିବାଦକୁ ଶେଷ ପର୍ଯ୍ୟନ୍ତ ଶକ୍ତିଶାଳୀ କରିଥିଲେ।