-+91-9937148622 |
prerana_bgr@rediffmail.com |
Thursday 21st May 2026 |
R.N.I. Regd No. ODIODI/2010/46693
Breaking News
11-Apr-2026
ବଲାଙ୍ଗିର(ପ୍ରେରଣା ଖବର): ସ୍ଥାନୀୟ ଏ.ଆଈ.ଟି.ୟୁ.ସି. ଜିଲ୍ଲା କାର୍ଯ୍ୟାଳୟ ଠାରେ ନିଖିଳ ଓଡିଶା ଆଶାକର୍ମୀ ସଂଘର ଜିଲ୍ଲା ସଭାପତି ତଥା ରାଜ୍ୟ ଉପସଭାପତି ତୀର୍ଥ ପଧାନଙ୍କ ସଭାପତିତ୍ୱରେ ଜିଲ୍ଲା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।
ଉକ୍ତ ବୈଠକରେ ଏ.ଆଈ.ଟି.ୟୁ.ସି. ରାଜ୍ୟ ସାଧାରଣ ସମ୍ପାଦକ ତଥା ସଂଗଠନର ରାଜ୍ୟ ସଭାପତି ବିଜୟ ଜେନା ମୁଖ୍ୟ ଅତିଥି, ସମ୍ମାନୀୟ ଅତିଥି ଭାବେ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦିକା ନମିତା ସାହୁ, ଓମୀ ଗୁପ୍ତା ଓ ଉପଦେଷ୍ଟା ଦିଲୀପ କୁମାର ଭୋଇ ମଂଚାସୀନ ଥିଲେ। ଉକ୍ତ ବୈଠକରେ ଯେବେଠାରୁ ଓଡିଶାରେ ବିଜେପି ଶାସିତ ଡବଲ ଇଞ୍ଜିନ ସରକାର କ୍ଷମାତାସୀନ ହେଲାଣି ଆଶା କର୍ମୀ ମାନଙ୍କ ନିୟମିତ ପ୍ରୋତ୍ସାହନ ରାଶି ପ୍ରତ୍ୟେକ ମାସର ୧୦ ତାରିଖ ମଧ୍ୟ୍ୟରେ ଦେବାର ସରକାରୀ ପ୍ରାବଧାନ ଥିଲେ ମଧ୍ୟ ମାସ ମାସ ଧରି ମିଳୁ ନାହିଁ। ଆଶାକର୍ମୀଙ୍କୁ କାର୍ଯ୍ୟଭାର ଅଧିକ ଦିଆଯାଉଥିବାବେଳେ, ସେହି କାର୍ଯ୍ୟା ଗୁଡିକର କୌଣସି ପ୍ରକାର ପ୍ରୋତ୍ସାହନ ରାଶି ଦିଆଯାଉ ନାହିଁ। ଗତ ବର୍ଷରୁ ଆୟୁଷ୍ମାନ ଭାରତ ଯୋଜନାରେ କାର୍ଯ୍ୟକରିଥିବା ଆଶା ମାନଙ୍କୁ ତାଙ୍କ ପ୍ରୋତ୍ସାହନ ରାଶି ମିଳି ନାହିଁ। HPV ଟୀକାକରଣ କାର୍ଯ୍ୟକ୍ରମରେ କିଶୋରୀ ବାଳିକା ମାନଙ୍କୁ ଟୀକା ଦେବାପାଇଁ ଆଶା କର୍ମୀମାନଙ୍କୁ ଅଧିକ ଚାପ ପ୍ରୟୋଗ କରାଯାଉଛି ହେଲେ ସେହି କାର୍ଯ୍ୟକ୍ରମର ମଧ୍ୟ କୌଣସି ପ୍ରୋତ୍ସାହନ ରାଶି ଦିଆଯାଉ ନାହିଁ। ଯେଉଁ ସବ ସେଣ୍ଟର ଗୁଡିକରେ ସି.ଏଚ.ଓ ନିଯୁକ୍ତି ହୋଇଛନ୍ତି ସେହି ସବ ସେଣ୍ଟର ଅଧୀନରେ ଥିବା ଆଶା କର୍ମୀମାନେ ମାସକୁ ୧୦୦୦ ଟଙ୍କା ପାଇବାର ପ୍ରlବଧାନ ଥିଲେ ମଧ୍ୟ ତାହା ମିଳୁ ନାହିଁ। ସମାଜକୁ ସ୍ୱାସ୍ଥ୍ୟ ସେବା ଯୋଗାଉଥିବାବେଳେ ଆଶା କର୍ମୀଙ୍କ ନିଜ ତଥା ପରିବାର ବର୍ଗଙ୍କ ନାମରେ ଆୟୁଷ୍ମାନ ଭାରତ ସ୍ଵାସ୍ତ୍ୟ ବୀମା ଯୋଜନା କାର୍ଡ ନାହିଁ। ଏପରି କି ରାସନ କାର୍ଡ ମଧ୍ୟ୍ୟ ଦିଆଯାଇନାହିଁ ବୋଲି ବୈଠକରେ ପ୍ରକାଶ କରିଥିଲେ। ଏହି ସବୁ ସମସ୍ୟାକୁ ନେଇ ଆସନ୍ତା ମଇ ୧୧ ତାରିଖ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଦାବିପତ୍ର ପ୍ରଦାନ
କରାଯିବ l ଏଥିରେ ବନିତା ପୁଟେଲ, ମମତା ଜେନା, ଶୋଭାଗିନୀ ବାଗ, ପୁଷ୍ପଲତା ଧିର, ଲତା ପୁଟେଲ, ଚିନ୍ମୟୀ ଦାସ, କଲ୍ୟାଣୀ ସାହୁ, ବିଳାସିନୀ ବାରିକ, ଶୋଭାଷିନୀ ଜାଲ,, ଆରତୀ ସାହୁ, ଶୋଭାଗିନୀ ତାଣ୍ଡି, ମୁକ୍ତା ଉଦୁରକୁଲିଆ, ନବବତୀ ସାହୁ, ମୁକ୍ତା ଉଦୁରକୁଲିଆ, ବାସନ୍ତୀ ସେଠ, ମିନାକ୍ଷୀ
ଜେନା, ପଦ୍ମିନୀ କଟା, ଆଶା ଦୀପ,ସରସ୍ବତୀ ସାହୁ, ସାଧବlନି ପୁଟେଲ, ଭାଗ୍ୟବତୀ ଷlଣ୍ଢ, ଜ୍ୟୋତ୍ସ୍ନା ମିଶ୍ର, ନମିତା ସାହୁ, ପଦ୍ମିନୀ ସୁନା, ଭୂମିସୁତା ନାଗ, ହେମବତୀ ନାଗ, ଟିଲୋତ୍ତମା କୁମ୍ଭାର, ପୁଷ୍ପାଞ୍ଜଳି ଲୁହା, ସମ୍ବୋବତୀ ସାହୁ,ଲଳିତା ବାଗ, ସୁବର୍ଣ୍ଣ ଡିଲା, ଆନନ୍ଦିନୀ ବିଶ୍ଵାଳ, ସାଇବୁ ନନ୍ଦ, ଖାରୁଆ ମଲ୍ଲିକ, ପ୍ରବୀର କମ୍ପ, ଜଗବନ୍ଧୁ ବେହେରା, ପୁରୁଷୋତ୍ତମ କର୍ମୀ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ l